Posted inଜାତୀୟ

ଶିନ୍ଦେଙ୍କ ଗଣପତି କୂଟନୀତି…

ମୁମ୍ବାଇ, ୪।୯ : ଗଣେଶ ପୂଜା ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗଣପତି କୂଟନୀତି ଆରମ୍ଭ କରିଛନ୍ତି। ତାଙ୍କ ବାସଭବନରେ ଗଣପତିଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଗଣପତିଙ୍କ ଦର୍ଶନ ପାଇଁ ଅନ୍ୟ ନେତାଙ୍କ ଘରେ ମଧ୍ୟ ପହଞ୍ଚୁଛନ୍ତି। ଶିନ୍ଦେଙ୍କର ଗଣପତି କୂଟନୀତି ନେଇ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ଅନେକ କଳ୍ପନାଜଳ୍ପନା ସୃଷ୍ଟି କରିଛି ।

ଶିନ୍ଦେ ଏହି ଅବସରରେ ଶିବସେନାର ଅନେକ ବରିଷ୍ଠ ନେତାଙ୍କ ଘରେ ପହଞ୍ଚିଛନ୍ତି। ସେ ମନୋହର ଯୋଶୀ ଏବଂ ଉଦ୍ଧବ ଠାକରେଙ୍କ ପିଏ ମିଲିନ୍ଦ ନାର୍ଭେକରଙ୍କ ପରି ନେତାଙ୍କ ଘରେ ପହଞ୍ଚି ଗଣପତିଙ୍କ ଆଶୀର୍ବାଦ ନେଇଛନ୍ତି। ଏହା ସହିତ ସେ ଏମଏନଏସ ମୁଖ୍ୟ ରାଜ ଠାକରେ ଏବଂ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ନାରାୟଣ ରାଣେଙ୍କ ଘରେ ପହଞ୍ଚିଥିଲେ।

ଆଦିତ୍ୟ ଠାକରେଙ୍କ ନେତୃତ୍ୱରେ ଉଦ୍ଧବ ଠାକରେଙ୍କ ଦଳ ପକ୍ଷରୁ ମଧ୍ୟ ସେହିଭଳି କୂଟନୀତି ଦେଖିବାକୁ ମିଳିଛି। ଆଦିତ୍ୟ ବହୁ ଶିବସେନା ବିଧାୟକ ଏବଂ ପୂର୍ବତନ କର୍ପୋରେଟରଙ୍କ ଘର ବୁଲି ଯାଇଥିଲେ।

ରାଣେଙ୍କ ଘର ପରିଦର୍ଶନ କରିବା ପରେ ଶିନ୍ଦେ କହିଛନ୍ତି, ମୁଁ ଆଜି ଦର୍ଶନ ପାଇଁ ଏଠାକୁ ଆସିଛି। ଏହାଦ୍ୱାରା ବାଲାସାହେବ ଠାକରେ ଏବଂ ଆନନ୍ଦ ଦିଗେଙ୍କ ସ୍ମୃତି ଜୀବନ୍ତ ହୋଇ ଉଠିଛି। ପ୍ରତ୍ୟେକ ଥର ରାଜନୈତିକ କଥା ହେବା ଆବଶ୍ୟକ କି? ଆମେ କୌଣସି ରାଜନୈତିକ ବିଷୟରେ ଆଲୋଚନା କରିନାହୁଁ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌କାର ଥିଲା। ମୁଁ ଗଣପତି ଦର୍ଶନ ପାଇଁ ଆସିଥିଲି। ଆମେ ପୂର୍ବରୁ ବାଲାସାହେବଙ୍କ ସହ କାମ କରିଛୁ। ତାଙ୍କ ନେତୃତ୍ୱରେ କାର୍ଯ୍ୟ କରି ଆମେ ଏହି ପର୍ଯ୍ୟାୟରେ ପହଞ୍ଚିଛୁ।

ନାର୍ଭେକର ଏବେ ମଧ୍ୟ ଉଦ୍ଧବଙ୍କ ଶିବିରରେ ଅଛନ୍ତି ଏବଂ ତାଙ୍କୁ ଉଦ୍ଧବଙ୍କ ବିଶ୍ୱସ୍ତ ଭାବରେ ଦେଖାଯାଉଛି। ଶିନ୍ଦେ ଟୁଇଟ କରି କହିଛନ୍ତି ଯେ ସେ ଗଣପତି ଦର୍ଶନ ପାଇଁ ନାର୍ଭେକରଙ୍କ ଘରକୁ ଯାଇଥିଲେ। ଉଦ୍ଧବ ଠାକରେ ନାର୍ଭେକରଙ୍କୁ ସୁରଟକୁ ଯାଇ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ଶିବସେନାକୁ ଫେରିବା ପାଇଁ ଅନୁରୋଧ କରିଥିଲେ। ଉଦ୍ଧବ ସମର୍ଥକ ଭାବରେ ଦେଖାଯାଉଥିବା ନାର୍ଭେକରଙ୍କ ଶିନ୍ଦେଙ୍କ ସହ ବହୁତ ଭଲ ସମ୍ପର୍କ ରହିଛି।

ଶିନ୍ଦେ ଗଣପତି ଦର୍ଶନ ପାଇଁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରକୁ ମଧ୍ୟ ଯାଇଥିଲେ। ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି ଯେ ଶିନ୍ଦେ ପାର୍ଟି ଲାଇନ ନେତାଙ୍କ ସହ ପୁଣି ଥରେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ଉଦ୍ଧବଙ୍କ ବିଶ୍ୱସ୍ତଙ୍କ ସହ ଏକ ସମ୍ପର୍କ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

କେଜରିଓ୍ବାଲଙ୍କୁ ଜାମିନ ମିଳିବା ନେଇ ଶାହାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ମିଳିଛି ଜାମିନ। ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଆନ୍ତରୀଣ ଜାମିନ ମିଳିଛି। ତେବେ ଏହାକୁ ନେଇ...

ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲଙ୍କୁ ଶେଷରେ ଜାମିନ ମିଳିଛି। ତାଙ୍କୁ ଜୁନ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ...

ବ୍ରିଜଭୂଷଣ ସିଂହଙ୍କୁ ଝଟ୍‌କା, ଚାର୍ଜଫ୍ରେମ କଲେ କୋର୍ଟ

ନୂଆଦିଲ୍ଲୀ,୧୦।୫: ବଢିଲା ବିଜେପି ଭାଜପା ଏମପି ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ। ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର...

ଛତିଶଗଡରେ ବଡ଼ ଏନକାଉଣ୍ଟର, ୮ ମାଓବାଦୀ ନିହତ

ବିଜାପୁର,୧୦।୫: ଛତିଶଗଡ ବିଜାପୁରରେ ବଡ଼ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୮ ମାଓବାଦୀ । ଦାର୍ଘ ୧୧ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା...

ପ୍ରଧାନମନ୍ତ୍ରୀଙ୍କୁ ଜିତାଇବା ଲାଗି ମୋଦି-ଯୋଗୀଙ୍କ ନାମର ମେହେନ୍ଦୀ ଲଗାଇଲେ ମୁସଲମାନ ମହିଳା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୫: ଲୋକ ସଭା ନିର୍ବାଚନ ୨୦୨୪ର ୩ ପର୍ଯ୍ୟାୟ ଶେଷ ହୋଇଛି। ଏସବୁ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟକୁ ନେଇ ଦଳଗୁଡ଼ିକ ପକ୍ଷରୁ ଜୋରଦାର ନିର୍ବାଚନୀ ପ୍ରଚାର...

ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ଅଫିସ ଯାଇପାରିବେନି କେଜରିଓ୍ବାଲ, ରହିଛି ଅନେକ ସର୍ତ୍ତ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ସହିତ ସୁପ୍ରିମକୋର୍ଟ ଅନେକ କଡା ସର୍ତ୍ତ ରଖିଛନ୍ତି। କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ...

ପୋଟଳି ନେଇ କଲେକ୍ଟରଙ୍କ ଅଫିସ ପହଞ୍ଚିଲେ ବିଧାୟକ, ଖୋଲିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ବାରାଣସୀ,୧୦।୫: ବାରାଣାସୀ ଲୋକ ସଭା ଆସନରେ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ବାଧୀନ ପ୍ରାର୍ଥୀ କଏନ ନେଇ ନାମାଙ୍କନ ଫର୍ମ ଫି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri