Posted inଫୁରସତ

ପ୍ରଥମ ଉପାର୍ଜନରେ ବହି କିଣିଥିଲି: ଲେଖିକା ମାନିନୀ ମିଶ୍ର

ସେଇ ସମୟର ସମ୍ବଲପୁର ଜିଲାର ଗୋଟିଏ ଛୋଟ ଅଥଚ ପ୍ରସିଦ୍ଧ ଗାଁ ବରପାଲି । ଛୋଟ ବେଳେ ମଙ୍ଗାର ଠକ୍‌ ଠକ୍‌ , ବାନ୍ଧର ରଙ୍ଗଭରା ସୁନ୍ଦର ସୁନ୍ଦର ଜୀବନ୍ତ କଳା, ଖୋଷାକୁ ଶିଝେଇ ମଠା ସୂତା କାଢ଼ିବା ଇତ୍ୟାଦି ଦେଖି ଆସିଥିଲି ଆଖ ପାଖ ସବୁ ଘରର କୌଳିକ ବୃତ୍ତି ଭାବରେ । ଟିକେ ବଡ଼ ହେଲି ପରିଚିତ ହେଲି ମୋର ମାଟିର ଅନନ୍ୟ କବି ଗଙ୍ଗାଧର ମେହେରଙ୍କ ସହ । ବାପା ସ୍ଥାନୀୟ ଗଙ୍ଗାଧର ଏନ.ଏ.ସି. ହାଇସ୍କୁଲର ହେଡ଼ମାଷ୍ଟର ଥିଲେ । ଛୋଟ ବେଳେ ପାଟି ମୋର ଲାଗୁଥିଲା, ଦ୍ବିତୀୟ ଶ୍ରେଣୀରୁ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେବା ପରେ ପରେ ମୁଁ ସ୍ପଷ୍ଟ କଥା କହିବା ଶିଖି ସାରିଥିଲି । ବରପାଲିର ଅନେକ ଅନୁଷ୍ଠାନ ସେତେବେଳେ ପାଳନ କରୁଥିଲେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ । ଶ୍ରାବଣ ମାସ ସାରା ସବୁ ସ୍କୁଲର ବଛା ବଛା ଛାତ୍ରୀଛାତ୍ରଙ୍କ ବକ୍ତୃତା, ରଚନା, ସଙ୍ଗୀତ, ଆବୃତ୍ତି ଇତ୍ୟାଦି ପ୍ରତିଯୋଗିତାର ଆୟୋଜନ କରାଯାଇ ଶ୍ରାବଣ ପୂର୍ଣ୍ଣିମା ଦିନ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇ ଗଙ୍ଗାଧର ଜୟନ୍ତୀ ପାଳନ ଅବସରରେ ସବୁ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଉ ଥିଲା। ୧୯୮୬ ମସିହାର କଥା ଓଡ଼ିଶାର ମହାମହୀମ ରାଜ୍ୟପାଳ ଥିଲେ ବିଶ୍ବମ୍ବର ନାଥ ପାଣ୍ଡେ। ତାଙ୍କ ହାତରୁ ବକ୍ତୃତା ଓ ରଚନା ପାଇଁ ପୁରସ୍କାର ଭାବେ ପାଇଲି ଏକ କପ ଓ ଗୋଟିଏ ଏନ-ଭଲ୍‌ପ। ଘରକୁ ଯାଇ ଦେଖିଲି ଏନ-ଭଲ୍‌ପ୍‌ ଭିତରେ ଅଛି ନୂଆଁ ପଚାଶ ଟଙ୍କିଆ ଦୁଇଟା । ବାପା ସବୁବେଳେ କହୁଥିଲେ ବହି ହିଁ ପ୍ରକୃତ ବନ୍ଧୁ ଆଉ ମୋର ପ୍ରିୟର ବିଷୟ ଥିଲା ଗଣିତ ଓ ବିଜ୍ଞାନ, ବାପାଙ୍କ ସାଇକେଲରେ ବସି ମୁଁ ଯାଇଥିଲି ବସଷ୍ଟାଣ୍ଡର ସବୁଠୁ ପୁରୁଣା ପତ୍ରିକା ମହଲ। କିଣି ଆଣିଥିଲୁ କିଛି ଭଲ ଗଣିତ ଓ ବିଜ୍ଞାନ ପୁସ୍ତକ। ଏହାପରେ ବି ମୁଁ ଅନେକ ପୁରସ୍କାର ପାଇଛି। ବାଳିକା ବିଦ୍ୟାଳୟରେ ଏସ୍‌- ଏ, ଡିବେଟ୍‌, ସ୍ପୋଟର୍‌ସ ଇତ୍ୟାଦି ସହ ଗଣିତଠୁ ଆରମ୍ଭ କରି ଯାହା ବି ବିଷୟ ଥିଲା ସବୁଥିରେ ତଥା ଶ୍ରେଣୀରେ ସର୍ବାଧିକ ମାର୍କ ପାଇ ବଡ଼ ଟିଫିନ କେରିଅରଠୁ ଆରମ୍ଭ କରି ଅନେକ କିଛି ପୁରସ୍କାର ମିଳିଥିଲା। ମା’ ସବୁକୁ ରଖି ଦେଇଥିଲେ ବାକ୍ସରେ। ବାହା ହେଲାପରେ ସବୁକୁ ସେ ମତେ ଦେଇଦେଲେ। ଏବେ ମୋ ପାଖରେ ଅନେକ ବ୍ରାଣ୍ଡେଡ୍‌ କମ୍ପାନୀର ତାପନିୟନ୍ତ୍ରିତ ଟିଫିନକେରିଅର ଭିତରେ ସଦର୍ପରେ ଛିଡା ହୁଏ ପୁରସ୍କାରସ୍ବରୂପ ମିଳିଥିବା ସେଇ ସବୁଠୁ ଲମ୍ବା ଷ୍ଟିଲର ଟିଫିନ କେରିଅର । ସେମିତି ସପ୍ତମରେ ‘ଓ’ ଗ୍ରେଡ୍‌ ସହ ଏନ.ଆର.ଟି.ଏସ. ବୃତ୍ତି ପଇସା ମିଳିଥିଲା କଲେଜ ପଢ଼ିବା ବେଳକୁ। ଦସ୍ତଖତ ନେଇ ହାତରେ ପଇସା ଦେଇଥିଲେ କ୍ଲକ୍‌ ସାର୍‌ । ଆଉ ସେଇ ପଇସାରେ ବାପା ବହି କିଣିଦେଇ ତା’ର ସଦୁପଯୋଗ କରିଥିଲେ । ବି.ଏଡ୍‌ ପରେ ସରକାରୀ ଚାକିରି କରିବାବେଳକୁ ପାସବୁକ ସିଷ୍ଟମ ଆସିଯାଇଥିଲା। ଆଉ ହାତରେ ପଇସା ଧରିନି, ସେମିତି ଚାକିରି ଛାଡିଲି ଯେ ଅନେକ ମାସର ପଇସା ଉଠାଇବାକୁ ଯାଇନି । ଏବେ ସେ ଏକାଉଣ୍ଟ ହୁଏତ ବନ୍ଦ କରି ଦେଇଥିବେ ସେମାନେ। କିମ୍ବା ଫାଇନ କଟି ଜିରୋ ବାଲାନ୍ସ ହେଇଯାଇଥିବ। ଆଜି କି ୨୦ବର୍ଷ ତଳର ଏକାଉଣ୍ଟ ସେ। ତା’ କଥା ଭାବିନି। ଆଉ ଏବେ ମୁଁ ଜୀବନର ସବୁ କ୍ୟାରିଅର, ରୋଜଗାର, ହିସାବ କିତାବକୁ ପଛରେ ଛାଡି ଚାଲି ଆସିଛି ଅନେକ ବାଟ ଚିରୁଡାଏ ପ୍ରେମ ଆଉ ଝୁଡିଏ ଶବ୍ଦର ପ୍ରାପ୍ତି ରେ …।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ଇନ୍‌ ଅଭିଷେକ ଆଉଟ! ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଦଳ ପାଇଁ ଆୟରଲ୍ୟାଣ୍ଡ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ, ଯିଏ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି…

ଭାଜପାକୁ ବଡ଼ ଧକ୍କା! କେରଳ ହାଇକୋର୍ଟଙ୍କ ଭର୍ତ୍ସନା ପରେ, ୧୯ ଭାଜପା କାଉନସିଲର ପୁନର୍ବାର ଶପଥ ନେଲେ

ଥିରୁଭାନନ୍ତପୁରମ,୨୫।୬: ଥିରୁଭାନନ୍ତପୁରମ ମ୍ୟୁନିସିପାଲ କର୍ପୋରେସନର ୧୯ ଜଣ ଭାରତୀୟ ଜନତା ପାର୍ଟି (ଭାଜପା) କାଉନସିଲର ବୁଧବାର (ଜୁନ ୨୪, ୨୦୨୬), ସେମାନଙ୍କର ପୂର୍ବ ଶପଥକୁ ଅବୈଧ ଘୋଷଣା…

ପାସପୋର୍ଟ ବିବାଦକୁ ନେଇ ଗର୍ଜିଲା କଂଗ୍ରେସ, ଗୋଗୋଇ ସରକାରଙ୍କ ଉପରେ ଉଠାଇଲେ ପ୍ରଶ୍ନ, ଖୁର୍ସିଦ କହିଲେ…

ନୂଆଦିଲ୍ଲୀ,୨୫।୬: ପାସପୋର୍ଟକୁ ନାଗରିକତାର ପ୍ରମାଣ ଭାବରେ ବିବେଚନା ନ କରାଯିବା ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଗୌରବ ଗୋଗୋଇ ଏହି ପ୍ରସଙ୍ଗରେ…

ହାଇକୋର୍ଟଙ୍କ ବଡ଼ ରାୟ; ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି, ମନୋମାଳିନ୍ୟ…

କଟକ,୨୫।୬(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ ‘ ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି’। ବୈବାହିକ ମନୋମାଳିନ୍ୟ ଯୋଗୁ ଘର…

NCERT ଆଣିଲା ବଡ଼ ପରିବର୍ତ୍ତନ, ୯ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପଢ଼ାଯିବ ଜରୁରୀକାଳୀନ ପରିସ୍ଥିତି ବିଷୟରେ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ – ଏବେ ସ୍କୁଲଗୁଡ଼ିକରେ ୯ମ ଶ୍ରେଣୀରୁ ପଢ଼ାଯିବ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୯ମ…

ଭାଜପାର ମିଶନ ୨୦୨୭ ପାଇଁ ଟିମ୍‌ ପ୍ରସ୍ତୁତ

ଲକ୍ଷ୍ନୌ,୨୫।୬: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର ପ୍ରଦେଶ ୟୁନିଟ ପାଇଁ ନୂତନ ଦଳ ଘୋଷଣା କରାଯାଇଛି। ୟୁପି ଭାଜପା ସଭାପତି ପଙ୍କଜ ଚୌଧୁରୀ ତାଙ୍କ ଦଳରେ…

ସ୍କୁଟି – ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଯୁବକଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଢଉଗାଁ ୩୨୬ ନଂ ଜାତୀୟ ରାଜପଥ ଆଙ୍କୋରଡ଼ା ଗ୍ରାମ ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ସ୍କୁଟି…

ଉଠା ଜଳସେଚନ ପ୍ରକଳ୍ପ ଅଚଳ, ବିଦ୍ୟୁତ ସଂଯୋଗ ଦାବି ନେଇ ଚାଷୀ…

ବୁଗୁଡ଼ା,୨୫ା୬(କାଳିଚରଣ ଦାଶ): ସରକାର କୃଷି ଓ କୃଷକର କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ଚାଷୀମାନଙ୍କୁ ବର୍ଷସାରା ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri