ଲିଭୁନି ଶିମିଳିପାଳ ନିଆଁ

ବାରିପଦା ଅଫିସ,୪।୪: ଶିମିଳିପାଳରେ ଦିନରାତି ନିଆଁ ଜଳୁଛି। ସବୁଜ ସୁନ୍ଦର ଏହି ଅଭୟାରଣ୍ୟକୁ ଗ୍ରାସ କରିଚାଲିଛି ବାନାଗ୍ନି। ସରୀସୃପଠାରୁ ଆରମ୍ଭ କରି ବନ୍ୟଜନ୍ତୁମାନେ ନିଆଁ ଯୋଗୁ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଗତ ୪ ଦିନ ହେଲା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବା ବେଳେ ଏହାକୁ ଆୟତ୍ତ କରିବାରେ ବନ କର୍ମଚାରୀ, ଓଡ୍ରାଫ୍‌ ଟିମ୍‌ ଓ ସ୍ଥାନୀୟ ଜନସାଧାରଣ ପ୍ରୟାସ ଜାରି ରଖିଛନ୍ତି। ଶନିବାର ୨୨ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ.ଜଗଜୟାନନ୍ଦ କହିଛନ୍ତି । ଅଭୟାରଣ୍ୟର ଦକ୍ଷିଣ ଡିଭିଜନର ୧୦ ଓ ଉତ୍ତର ଡିଭିଜନର ୧୨ଟି ସ୍ଥାନରେ ନିଆଁ ଲାଗିଛି। ଦକ୍ଷିଣରେ ଥିବା ଡୁକୁରା, ଜେନାବିଲ, ପିଠାବଟା ରେଞ୍ଜ ଓ ଉତ୍ତରରେ ଥିବା ନଅଁଣା ସାଉଥ୍‌, କେନ୍ଦୁମୁଣ୍ଡି ରେଞ୍ଜରେ ନିଆଁ ଲାଗଛି। ବୁଧବାରଠାରୁ ଶନିବାର ମଧ୍ୟରେ ଅଭୟାରଣ୍ୟର ୧୫୭ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁ ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ବନ୍ୟଜନ୍ତୁ ଅସୁରକ୍ଷିତ ଅବସ୍ଥାରେ ଘୁରି ବୁଲୁଛନ୍ତି। ଏହାର ସୁଯୋଗ ନେଇ ଶିକାରୀମାନେ ସେମାନଙ୍କୁ ଶିକାର କରୁଛନ୍ତି। ଅଭୟାରଣ୍ୟର ସୁରକ୍ଷା ଦିଗରେ ଆବଶ୍ୟକ କର୍ମଚାରୀ ନିୟୋଜିତ କରିବା ପାଇଁ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଦାବି କରିଛନ୍ତି। ତେବେ ଶନିବାର ଅପରାହ୍ନରେ ଯଶିପୁର ଅଞ୍ଚଳରେ କୁଆପଥର ସହ ପ୍ରବଳ ବର୍ଷା ହୋଇଛି । ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ସ୍ଥାନେସ୍ଥାନେ ସାମାନ୍ୟ ବର୍ଷା ହୋଇଥିବା ଜଣାପଡ଼ିଛି। ବନବିଭାଗ ପକ୍ଷରୁ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଶିମିଳିପାଳ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି। ବନକର୍ମଚାରୀମାନେ ଗଁା ଗଁା ବୁଲି ଲୋକମାନଙ୍କୁ ଜଙ୍ଗଲର ସୁରକ୍ଷା ଦିଗରେ ସଚେତନ କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?