ଶିଳ୍ପୀ ଚନ୍ଦନ

କଳା କାରିଗରି ପ୍ରତି ଆକର୍ଷଣ ଥିଲା
ପିଲା ଦିନରୁ।
ଆଉ ଏ କ୍ଷେତ୍ରରେ ପିତା ଥିଲେ ତାଙ୍କର
ଆଦ୍ୟ ଗୁରୁ।
ପରେ ମଣିଷର
ମାନସିକତା ଓ ବିଭିନ୍ନ
ଦୃଷ୍ଟିଭଙ୍ଗୀ ହିଁ
ତାଙ୍କ ଚିତ୍ର ଓ
ମୂର୍ତ୍ତିକଳାର ବିଷୟ ବସ୍ତୁ ପାଲଟିଲା।
ଯାହା ତାଙ୍କୁ ଦେଲା ଏକ ଭିନ୍ନ
ପରିଚୟ। ସେ ହେଲେ ଶିଳ୍ପୀ
ଚନ୍ଦନ କୁମାର ସାମଲ..

ତାଙ୍କ ପିତା ଥିଲେ ଜଣେ ପ୍ରାଇମେରି ଶିକ୍ଷକ। ସେ ପିଲାଙ୍କୁ ବିଭିନ୍ନ ଚିତ୍ର ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଥିଲେ। ଯେଉଁଥିପାଇଁ ତାଙ୍କ ଦୁଇପୁଅ ଏବେ ପ୍ରତିଷ୍ଠିତ ଶିଳ୍ପୀ। ତନ୍ମଧ୍ୟରୁ ସାନ ପୁଅ ଚନ୍ଦନ କୁମାର ସାମଲ ବିଭିନ୍ନ ଭାସ୍କର୍ଯ୍ୟକଳା ପାଇଁ ଓଡ଼ିଶା ଲଳିତକଳା ଓ କେନ୍ଦ୍ର ଲଳିତକଳା ଏକାଡ଼େମୀ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ମାନ । ସେ କୁହନ୍ତି, ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ହାଟସରିସା ଗାଁରେ ୧୮ଜାନୁୟାରୀ ୧୯୭୭ ମସିହାରେ ମୋର ଜନ୍ମ । ମୋ ବାପା ତରଣୀକାନ୍ତ ସାମଲ ଥିଲେ ଜଣେ ଶିକ୍ଷକ। ସେ ଭଲ ଚିତ୍ର କରୁଥିଲେ । ମା’ ହରିପ୍ରିୟା ସାମଲ ଗୃହିଣୀ। ଆମ ଘର ଏକ କଳାସଂସ୍କୃତି ସମ୍ପନ୍ନ ପରିବାର। ବାପାଙ୍କ ପ୍ରଭାବରେ ମୋର ବଡ଼ଭାଇ ପଞ୍ଚାନନ ଜଣେ ଭଲ ଆର୍ଟିଷ୍ଟ ହୋଇପାରିଛନ୍ତି । ବାପା ଏବଂ ଭାଇଙ୍କ ଠାରୁ ବିଭିନ୍ନ ଚିତ୍ରକଳା ଓ ମୂର୍ତ୍ତିଗଢ଼ିବା ତାଲିମ ପାଇଥିଲି। ପରେ ୧୯୯୪ରେ ବି.କେ. ଆର୍ଟ କଲେଜ ଗଲି ପଢିବା ପାଇଁ। ୧୯୯୮ରେ ଏହି କଲେଜରେ ବ୍ୟାଚଲର ଅଫ୍‌ ଫାଇନ ଆର୍ଟ ଇନ୍‌ ସ୍କଲ୍‌ପଚର ସାରିିଲି। ୨୦୦୦ ମସିହାରେ ଛତିଶଗଡ଼ର ଖଇରାଗଡ଼ସ୍ଥିତ ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଅଫ୍‌ ଫାଇନ୍‌ ଆର୍ଟରେ ମୂର୍ତ୍ତିକଳାରେ ଶିକ୍ଷାଲାଭ କଲି। ସମୟକ୍ରମେ ରାଜ୍ୟ ଓ ବାହାର ରାଜ୍ୟରେ ହେଉଥିବା ବିଭିନ୍ନ କଳା କାରିଗରି ଶିବିରରେ ଯୋଗଦେବା ସହିତ ମୋ ଦ୍ୱାରା ତିଆରି କରାଯାଇଥିବା ନାନାପ୍ରକାର ଭାସ୍କର୍ଯ୍ୟ କଳାକୃତିକୁ ପ୍ରଦର୍ଶନ କରାଇଲି। ବିଶେଷକରି ହ୍ୟୁମ୍ୟାନ ଥିଙ୍କିଙ୍ଗକୁ ମୁଁ ମୂର୍ତ୍ତିକଳାରେ ରୂପ ଦେଲି। ଯେମିତିକି ବସ୍ତାରେ ଧାନ ଗଜା ହେଉଥିବାର ଦେଖି ମୋ ମନରେ ଭିନ୍ନ ଭାବ ସୃଷ୍ଟି ହେଇଥିଲା। ମୋର ମନେହେଉଥିଲା ମଣିଷର ଚିନ୍ତାଧାରା ସତେଯେମିତି ବସ୍ତା ଭିତରେ ଧାନ ଗଜା ପରି। ଯାହାକୁ ମୁଁ କଳାକୃତିର ରୂପଦେଇଥିଲି। ଏହା ମୋତେ ନୂଆ ପରିଚୟ ଦେଇଥିଲା। ଦୀର୍ଘ ୩୦ବର୍ଷ ମଧ୍ୟରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଭାସ୍କଯର୍‌ୟକଳା ତିଆରି କରିସାରିଛିି। ବିଷେଶକରି ପଥର, ଫାଇବର ଏବଂ ବ୍ରୋଞ୍ଚରେ ବିଭିନ୍ନ ମୂର୍ତ୍ତିି ଗଢ଼ିଥାଏ। ରାଜସ୍ଥାନର ବିର୍ଲା ମ୍ୟୁଜିୟମରେ ମଡ଼ର୍ନ ଆର୍ଟ କରିଛି। ସମାଜର ବିଭିନ୍ନ ଘଟଣାକୁ ନେଇ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୂର୍ତ୍ତି ତିଆରି କରିଥାଏ। ଗାନ୍ଧିଜୀ, ନେତାଜୀ, ସ୍ବାମୀ ବିବେକାନନ୍ଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସେହିପରି ବିର୍ଲାର ପ୍ରତିଷ୍ଠାତାଙ୍କ ଅବୟବ ମୂର୍ତ୍ତି ଗଢ଼ିବା ସହିତ ବିଦେଶର ଜଣାଶୁଣା ବ୍ୟକ୍ତିଙ୍କ ମୂର୍ତ୍ତିକୁ ତିଆରି କରିଛି। ପ୍ରାୟ ୧୫୦ଟି ମୂର୍ତ୍ତି ସ୍ଥାପନା ହୋଇସାରିଛି। ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ କଲଚରାର ଦ୍ୱାରା ଜାତୀୟ ସ୍କଲାରଶିପ, ସାଉଥ ସେଣ୍ଟର ଜୋନ କଲଚରାର ନାଗପୁର ଏବଂ ହାଇଦ୍ରାବାଦରେ ଆର୍ଟ ସୋସାଇଟି ତରଫରୁ ୩ଥର ଗୋଲ୍‌ଡ଼ ମେଡ଼ାଲ ମିଳିଛି। ୨୦୦୭ରେ ଓଡ଼ିଶା ଲଳିତକଳା ଏକାଡ଼େମୀ, ଗୁରୁ ବୋମକେଶ ମହାନ୍ତି ମେମୋରିଆଲ ପୁରସ୍କାର, ରାଜସ୍ଥାନର ଉଦୟପୁରରୁ ଜାତୀୟ ସ୍ତରୀୟ ସ୍ଥପତି ସମ୍ମାନ, ଏଆଇଏଫଏସିଏସରୁ ପୁରସ୍କୃତ ହେବାସହ ହାଇଦ୍ରାବାଦରୁ ସ୍ବର୍ଣ୍ଣପଦକ, ୬୦ତମ ଜାତୀୟ ଆର୍ଟ ଶିବିରରେ କେନ୍ଦ୍ର ଲଳିତକଳା ଏକାଡ଼େମୀରୁ ମୟୂରଭଞ୍ଜ ପୁରସ୍କାର, କଳାମିତ୍ର, ରାଜା ରବିବର୍ମା ଅନ୍ତର୍ଜାତୀୟ ଡାଇମଣ୍ଡ, ଶିଳ୍ପୀ ପ୍ରଭୁଚରଣ ସ୍ମୃତି ସମ୍ମାନ ଆଦି ପୁରସ୍କାର ମିଳିଛି। ଏହାବାଦ ରାଜ୍ୟ ସହ ଦେଶ ବିଦେଶରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଭାସ୍କର୍ଯ୍ୟକଳା କର୍ମଶାଳାରେ ଭାଗ ନେଇସାରିଛି। କାଠ, ବ୍ରୋଞ୍ଚ, ରୁପା, କଂସା, ପଥର, ଡୋକରା ଆଦିରେ ତାଲିମ ଦେଇଛି। ବାହାର ଦେଶରେ ଶିଳ୍ପୀ ଛୋଟଛୋଟ ଯାହା କାମକରେ ତାହା ସେଠାରେ ଖୁବ୍‌ ପ୍ରଚାର ପ୍ରସାର ହୋଇଥାଏ ଏବଂ ସେଠାର ଲୋକମାନେ ଶିଳ୍ପୀଙ୍କ ବିଭିନ୍ନ କଳାକୃତିକୁ ଘରେ ସାଇତି ରଖିଥାଆନ୍ତି। ମାତ୍ର ଆମ ଦେଶରେ ଭଲ ଶିଳ୍ପୀ ଅଛନ୍ତି କିନ୍ତୁ ସେମାନଙ୍କ କଳାର ପ୍ରତିଭାକୁ ସଠିକ ଭାବରେ ପ୍ରଚାର ପ୍ରସାର କରାଯାଇପାରୁନାହିଁ। ସେଥିପାଇଁ ଏହି କ୍ଷେତ୍ରରେ ବିକାଶ ହୋଇପାରିଛି। ଏବେ ଅଧ୍ୟାପକ ଭାବେ ଧଉଳି ଚାରୁକଳା ମହାବିଦ୍ୟାଳୟର ଭାସ୍କର୍ଯ୍ୟ କଳା ବିଭାଗରେ କାର୍ଯ୍ୟ କରୁଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri