ମୁହଁ ଲୁଚାଇଲେ ଶିଳ୍ପାଙ୍କ ସ୍ବାମୀ, ଲୋକେ କହିଲେ…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ନ ଫିଲ୍ମ ନିର୍ମାଣ ଅଭିଯୋଗରେ ଧରାପଡ଼ିବା ପରେ ଗଣମାଧ୍ୟମରୁ ଦୂରେଇ ରହିଛନ୍ତି। ନିକଟରେ ଶିଳ୍ପା ଏବଂ ରାଜଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ, ରାଜ ଫଟୋଗ୍ରାଫରଙ୍କୁ ଦେଖି ମୁହଁ ଲୁଚାଇ ପଳାଇଥିଲେ। ସୋସିଆଲ ମିଡିଆରେ ଏ ସମୟର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାଜଙ୍କୁ କ୍ୟାମେରଙ୍କୁ ଲୁଚି ଯାଉଥିବାର ଦେଖାଯାଇଛି।
ସେ ଏକ କଳା ଟି-ଶର୍ଟ, କଳା ଚଷମା ଏବଂ କଳା ମାସ୍କ ପିନ୍ଧିଥିଲେ, ଯେଉଁ କାରଣରୁ ତାଙ୍କ ଚେହେରା ଦେଖାଯାଉ ନ ଥିଲା। ରାଜଙ୍କ ପରେ ଶିଳ୍ପା କାର ଭିତରୁ ଓହ୍ଲାଇ ଫଟୋଗ୍ରାଫରଙ୍କ ସମ୍ମୁଖରେ କିଛି ନଙ୍‌ ନ କହି ବିମାନବନ୍ଦର ଆଡକୁ ମୁହାଁଇଲେ। ଏହି ସମୟରେ ଶିଳ୍ପା ଏକ ଧଳା ରଙ୍ଗର ବ୍ଲେଜର ଏବଂ ଡେନିମ ଜିନ୍ସ ପିନ୍ଧିଥିଲେ। ଏହାପୂର୍ବରୁ ରାଜ ଏବଂ ଶିଳ୍ପା ନିଜ ପିଲାମାନଙ୍କ ସହିତ ହିମାଚଳରେ ନଜର ଆସିଥିଲେ।
ରାଜ କୁନ୍ଦ୍ରାଙ୍କ ଏହି ଭିଡିଓରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ତୁମେ ଏପରି କାର୍ଯ୍ୟ କାହିଁକି କରୁଛ, ଯାହାଫଳରେ ତୁମ ଚେହେରାକୁ ଲୁଚାଇବାକୁ ପଡୁଛି। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏପରି କାର୍ଯ୍ୟ ଜାରି ରଖ, ଯାହାଫଳରେ ଲୋକମାନେ ଆଖି ମଧ୍ୟ ଦେଖାଇ ପାରିବେ ନାହିଁ।
ରାଜ କୁନ୍ଦ୍ରା କିଛି ଦିନ ପୂର୍ବରୁ ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଜାମିନରେ ଆସିଛନ୍ତି। ଅଶ୍ଳୀଳ ଭିଡିଓ ତିଆରି କରିବା ଏବଂ ଆପ ମାଧ୍ୟମରେ ବିତରଣ କରିବା ପାଇଁ ତାଙ୍କୁ ଜୁଲାଇରେ ଗିରଫ କରାଯାଇଥିଲା। ତେବେ ସେପ୍ଟେମ୍ବରରେ ରାଜ ଜାମିନ ପାଇଥିଲେ। ଜେଲରୁ ବାହାରିବା ପରେ ସେ ତାଙ୍କ ଇନଷ୍ଟାଗ୍ରାମ ଏବଂ ଟୁଇଟର୍‌ ଆକାଉଣ୍ଟ ଡିଲିଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ସ୍ବାମୀଙ୍କ ସହ ନଜର ଆସିଲେ ଏହି ଅଭିନେତ୍ରୀ

ପୂର୍ବତନ ବିଗ ବସ ପ୍ରତିଯୋଗୀ ତଥା ହରିୟାଣୀ ନୃତ୍ୟଶିଳ୍ପୀ ସପନା ଚୌଧୁରୀ ପ୍ରଥମଥର ପାଇଁ ସ୍ବାମୀଙ୍କ ସହ କରଓ୍ବାଚୌଥ ପାଳନ କରିଛନ୍ତି। ସପନା ଭୀର ସାହୁଙ୍କୁ...

ଅକ୍ଟୋବରରେ ଭାରତ ଆସିବେ ଜଷ୍ଟିନ ବିବର

ୱାଶିଂଟନ,୨୦ ।୭: କାନାଡିଆନ ପପ ସିଙ୍ଗର ଜଷ୍ଟିନ ବିବରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେ ଭାରତରେ ପରଫର୍ମ କରିବେ ବୋଲି ଜଣାପଡିଛି...

ଗାୟକ କୈଳାଶ ଖେରଙ୍କ ଉପରକୁ ଆକ୍ରମଣ

ବେଙ୍ଗାଲୁରୁ,୩୦।୧: କର୍ନାଟକରେ ଏକ ସଙ୍ଗୀତ କନସର୍ଟ ସମୟରେ ହିନ୍ଦୀ ସିନେମାର ଜଣାଶୁଣା ଗାୟକ କୈଳାଶ ଖେରଙ୍କ ଉପରକୁ ଆକ୍ରମଣ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।...

୨୫ ବର୍ଷ ପରେ କରଣ ଜୋହରଙ୍କ ସହ ଫିଲ୍ମ କରିବେ ସଲମାନ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଇଦ୍‌ ଅବସରରରେ ମୁକ୍ତିଲାଭ କରିବ। ଏହି ସମୟରେ...

ଏହି ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, ଯାହା କହିଥିଲେ ହୋଇଥିଲା ସତ

୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟବଂଶମ’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ସୌନ୍ଦର୍ଯ୍ୟା...

ଅନୁତାପ କରୁଛନ୍ତି ଅନନ୍ୟା

ଅନନ୍ୟା ପାଣ୍ଡେ ଏବେ ଅନୁତାପ କରୁଛନ୍ତି। ହେଲେ କ’ଣ ହେବ ? ବୋହିଗଲା ପାଣି ଆଉ ଧନୁରୁ ବାହାରି ଯାଇଥିବା ତୀର କ’ଣ ଫେରିଆସେ ?...

ଗୁଜବକୁ ଖଣ୍ଡନ କଲେ କ୍ରିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ଏବଂ ଅଭିନେତା ପ୍ରଭାସଙ୍କ ନିର୍ବନ୍ଧକୁ ନେଇ କିଛିଦିନ ହେବ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା। ଫିଲ୍ମ ‘ଭେଡିଆଁ’ର ପ୍ରମୋଶନ...

ଫେସବୁକ୍‌ରେ ପୋଷ୍ଟ ଲେଖି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କୋଲକାତା: ଫିଲ୍ମଜଗତରୁ ଆତ୍ମହତ୍ୟା କରିବା ଖବର ଥମିବାର ନା ନେଉ ନାହିଁ। ଏବେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ରାୟ ଦେବୋଲିନା ଦେ ଆତ୍ମହତ୍ୟା ଉଦ୍ୟମ...

Advertisement
Archives

Model This Week