ସ୍ବାମୀଙ୍କୁ ନେଇ ମୁହଁ ଖୋଲିଲେ ଶିଳ୍ପା: କହିଦେଲେ ଏମିତି କଥା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ତିଆରି ଅଭିଯୋଗରେ ଗିରଫ ହୋଇଛନ୍ତି। ପ୍ରଥମ ଥର ପାଇଁ ଶିଳ୍ପ୍ବା ଏହି ସମଗ୍ର ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି। ଆଜି ଏକ ବିବୃତ୍ତି ଜାରି କରି ଶିଳ୍ପା ସେଟ୍ଟୀ ଲେଖିଛନ୍ତି ଯେ, ଏହି ମାମଲା କୋର୍ଟରେ ଥିବାରୁ ସେ ଏହି ପ୍ରସଙ୍ଗରେ ଚୁପ ରହିବେ। ଶିଳ୍ପା ଲେଖିଛନ୍ତି ଯେ, ହଁ, ଗତ କିଛି ଦିନ ମୋ ପାଇଁ ବହୁତ କଷ୍ଟସାଧ୍ୟ ହୋଇଛି। ମୋ ଏବଂ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ ରହିଛି। ମୋତେ ଟ୍ରୋଲ କରାଯାଇଛି କେବଳ ମୁଁ ନୁହେଁ, ମୋ ପରିବାର ମଧ୍ୟ ଏହା ମଧ୍ୟକୁ ଟାଣି ହୋଇଛନ୍ତି। ମୁଁ ଏ ପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇ ନାହିଁ, ଆଗକୁ ବି କରିବି ନାହିଁ। କାରଣ ଏହି ମାମଲା କୋର୍ଟରେ ଅଛି। ତୁମେମାନେ ମୋ ପକ୍ଷରୁ ଭୁଲ କୋଟ ଲେଖିବା ବନ୍ଦ କର। ମୁଁ କେବଳ ଏତିକି କହିପାରେ ଯେ, ଏହି ଘଟଣାର ତଦନ୍ତ ଚାଲିଛି ଏବଂ ମୁମ୍ବାଇ ପୋଲିସ ଏବଂ ଆମର ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଜଣେ ମା’ ହିସାବରେ ମୁଁ ମୋ ପିଲାମାନଙ୍କର ଗୋପନୀୟତା ପାଇଁ ଅନୁରୋଧ କରୁଛି। ଯାଞ୍ଚ ନକରି ଆମ ବିଷୟରେ କୌଣସି ଖବର ପ୍ରକାଶ କରନ୍ତୁ ନାହିଁ। ମୁଁ ଜଣେ ଭାରତର ନାଗରିକ ଏବଂ ସମସ୍ତ ନିୟମ ପାଳନ କରୁଛି। ସେ ୨୯ ବର୍ଷ ଧରି କଠିନ ପରିଶ୍ରମ କରୁଛି। ଲୋକମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ମୁଁ କାହାକୁ ହତାଶ କରିବି ନାହିଁ ବୋଲି ସେ କହିଛନ୍ତି। ଶେଷରେ ସେ ଲେଖିଛନ୍ତି, ମୋର ଏବଂ ମୋ ପରିବାରର ଗୋପନୀୟତା ଅଧିକାର ଅଛି। ମିଡିଆ ପରୀକ୍ଷା କରନ୍ତୁ ନାହିଁ । ଆଇନକୁ ତା’ କାମ କରିବାକୁ ଦିଅନ୍ତୁ। ସତ୍ୟମେବ ଜୟତେ! ’
ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଗତ ଜୁଲାଇ ୧୯ରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ସେ ଅଶ୍ଳୀଳ ଭିଡିଓ ତିଆରି କରି ଆପ ମାଧ୍ୟମରେ ଷ୍ଟ୍ରିମିଂ କରୁଥିବା ଅଭିଯୋଗ ହୋଇଛି। ଜୁଲାଇ ୨୭ରେ, ରାଜ କୁନ୍ଦ୍ରାଙ୍କୁ କୋର୍ଟ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାରୁଖଙ୍କ ସହ କାମ କରିବେ ତାପସୀ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୨୦୨୧ରେ ତାପସୀଙ୍କର ଦୁଇଟି ଫିଲ୍ମ ହସିନ ଦିଲ୍‌ରୁବା ଏବଂ ରଶ୍ମୀ...

ଏହି ବିବାହିତ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଶ୍ରଦ୍ଧା କପୁର: ତାଙ୍କ ସହ ଏକତ୍ର ରହିବା ପାଇଁ କରିଥିଲେ ଏମିତି କିଛି…

ବର୍ତ୍ତମାନ ସମୟରେ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଶ୍ରଦ୍ଧା କପୁର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଛୋଟ ଏବଂ ବଡ ବଜେଟ ସିନେମାରେ କାମ...

ଘାରିଛି ଓ୍ବେବ୍‌ ସିରିଜ ନିଶା

ବବି ଦେଓଲଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ବରସାତ୍‌’ (୧୯୯୫) ଚଳଚ୍ଚିତ୍ରରୁ। ଏଥିରେ ତାଙ୍କର ନାୟିକା ସାଜିଥିଲେ ଟ୍ବିଙ୍କିଲ ଖାନ୍ନା। ଫିଲ୍ମଟିକୁ ମଧ୍ୟ ଆଶାନୁରୂପ ସଫଳତା...

କଙ୍ଗନାଙ୍କ ପ୍ରଶଂସାରେ ଶତମୁଖ କରନ୍‌, କହିଲେ ‘ସେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟା’

ବମ୍ବେ: ଫିଲ୍ମ ନିର୍ମାତା କରନ୍‌ ଜୋହର- ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତୁ ତୁ ମେଁ ମେଁ କଥା ସମସ୍ତେ ଜାଣନ୍ତି। ଉଭୟ ପରସ୍ପର ବିରୋଧରେ...

ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଅଭିନେତ୍ରୀ ନୋରା

ମୁମ୍ବାଇ,୧୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟାର ସମାଧାନ ହେବାର ନାଁ ନେଉନାହିଁ।...

ବିନା ମେକ୍‌ଅପ୍‌ରେ ନୁସରତ୍‌, ଫଟୋ ଭାଇରାଲ

ମୁମ୍ବାଇ: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୁସରତ୍‌ ଜହାଁ ସୋସିଆଲ ମିଡିଆରେ ନିଜର ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।...

‘ମୋତେ ନାଚ ଆସେନି’

ମୁମ୍ବାଇ: କମଲି, ଚିକ୍‌ନି ଚମେଲି, ଶିଲାକି ଜଓ୍ବାନୀ, କାଲା ଚଷମା, ମାଶାଲାହ, ଆଫଗାନ ଜଲେବି ଭଳି ଅନେକ ହିଟ୍‌ ଗୀତ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି ବଲିଉଡ୍‌...

ବହୁପ୍ରତୀକ୍ଷିତ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ର ଟ୍ରେଲର ରିଲିଜ୍‌

ବରୁଣ ଧାୱନ, କିଆରା ଆଡଭାନୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଏକ ପାରିବାରିକ ଡ୍ରାମା ଉପରେ...

Advertisement
Archives

Model This Week