ସ୍ବାମୀଙ୍କୁ ନେଇ ମୁହଁ ଖୋଲିଲେ ଶିଳ୍ପା: କହିଦେଲେ ଏମିତି କଥା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ତିଆରି ଅଭିଯୋଗରେ ଗିରଫ ହୋଇଛନ୍ତି। ପ୍ରଥମ ଥର ପାଇଁ ଶିଳ୍ପ୍ବା ଏହି ସମଗ୍ର ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି। ଆଜି ଏକ ବିବୃତ୍ତି ଜାରି କରି ଶିଳ୍ପା ସେଟ୍ଟୀ ଲେଖିଛନ୍ତି ଯେ, ଏହି ମାମଲା କୋର୍ଟରେ ଥିବାରୁ ସେ ଏହି ପ୍ରସଙ୍ଗରେ ଚୁପ ରହିବେ। ଶିଳ୍ପା ଲେଖିଛନ୍ତି ଯେ, ହଁ, ଗତ କିଛି ଦିନ ମୋ ପାଇଁ ବହୁତ କଷ୍ଟସାଧ୍ୟ ହୋଇଛି। ମୋ ଏବଂ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ ରହିଛି। ମୋତେ ଟ୍ରୋଲ କରାଯାଇଛି କେବଳ ମୁଁ ନୁହେଁ, ମୋ ପରିବାର ମଧ୍ୟ ଏହା ମଧ୍ୟକୁ ଟାଣି ହୋଇଛନ୍ତି। ମୁଁ ଏ ପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇ ନାହିଁ, ଆଗକୁ ବି କରିବି ନାହିଁ। କାରଣ ଏହି ମାମଲା କୋର୍ଟରେ ଅଛି। ତୁମେମାନେ ମୋ ପକ୍ଷରୁ ଭୁଲ କୋଟ ଲେଖିବା ବନ୍ଦ କର। ମୁଁ କେବଳ ଏତିକି କହିପାରେ ଯେ, ଏହି ଘଟଣାର ତଦନ୍ତ ଚାଲିଛି ଏବଂ ମୁମ୍ବାଇ ପୋଲିସ ଏବଂ ଆମର ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଜଣେ ମା’ ହିସାବରେ ମୁଁ ମୋ ପିଲାମାନଙ୍କର ଗୋପନୀୟତା ପାଇଁ ଅନୁରୋଧ କରୁଛି। ଯାଞ୍ଚ ନକରି ଆମ ବିଷୟରେ କୌଣସି ଖବର ପ୍ରକାଶ କରନ୍ତୁ ନାହିଁ। ମୁଁ ଜଣେ ଭାରତର ନାଗରିକ ଏବଂ ସମସ୍ତ ନିୟମ ପାଳନ କରୁଛି। ସେ ୨୯ ବର୍ଷ ଧରି କଠିନ ପରିଶ୍ରମ କରୁଛି। ଲୋକମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ମୁଁ କାହାକୁ ହତାଶ କରିବି ନାହିଁ ବୋଲି ସେ କହିଛନ୍ତି। ଶେଷରେ ସେ ଲେଖିଛନ୍ତି, ମୋର ଏବଂ ମୋ ପରିବାରର ଗୋପନୀୟତା ଅଧିକାର ଅଛି। ମିଡିଆ ପରୀକ୍ଷା କରନ୍ତୁ ନାହିଁ । ଆଇନକୁ ତା’ କାମ କରିବାକୁ ଦିଅନ୍ତୁ। ସତ୍ୟମେବ ଜୟତେ! ’
ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଗତ ଜୁଲାଇ ୧୯ରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ସେ ଅଶ୍ଳୀଳ ଭିଡିଓ ତିଆରି କରି ଆପ ମାଧ୍ୟମରେ ଷ୍ଟ୍ରିମିଂ କରୁଥିବା ଅଭିଯୋଗ ହୋଇଛି। ଜୁଲାଇ ୨୭ରେ, ରାଜ କୁନ୍ଦ୍ରାଙ୍କୁ କୋର୍ଟ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?