ତୁଟୁନି ଏସ୍‌ଏଚ୍‌ଜି ମହିଳା ଟଙ୍କା ବାଣ୍ଟିବା ରାଜନୀତି

ଭୁବନେଶ୍ବର,୩୧ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଉପନିର୍ବାଚନରେ ବିପୁଳ ଟଙ୍କା କାରବାର ହେଉଥିବା ନେଇ ଚର୍ଚ୍ଚା ଚାଲିଛି। ଏସ୍‌ଏଚ୍‌ଜି ମହିଳାମାନଙ୍କ ଜରିଆରେ ବିଜେଡି ଟଙ୍କା କାରବାର କରୁଥିବା ନେଇ ଭାଜପା ଲଗାତର ଭାବେ ଅଭିଯୋଗ କରି ଆସୁଛି। ରବିବାର ଭାଜପାର ଏକ ପ୍ରତିନିଧି ଦଳ ସମାନ ଅଭିଯୋଗ ନେଇ ସିଇଓଙ୍କୁ ଭେଟିଥିବା ବେଳେ ବିଜେଡି ଏହାର କାଉଣ୍ଟର କରିଛି। ଭାଜପା ନେତାମାନେ ଏସ୍‌ଏଚଜି ମହିଳାଙ୍କୁ ଅପମାନିତ କରୁଥିବା ନେଇ ବିଜେଡି ଓଲଟା ଅଭିଯୋଗ ଆଣିଛି।
ଭାଜପା ପ୍ରତିନିଧି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡି ଅସ୍ତ୍ର କରି ଧାମନଗର ଉପନିର୍ବାଚନ ପାରହେବାର ଅପଚେଷ୍ଟା କରୁଛି। ଧାମନଗର ଉପନିର୍ବାଚନ ମଇଦାନରେ ମିଶନଶକ୍ତି ମା’ମାନଙ୍କ ମାଧ୍ୟମରେ ଭୋଟ ପାଇଁ ଭୋଟରଙ୍କୁ ଟଙ୍କା ବାଣ୍ଟିବାର ଦାୟିତ୍ୱ ଦେଇ ପରୋକ୍ଷରେ ସେମାନଙ୍କୁ ଶାସକ ଦଳ ଅପରାଧୀ ସଜାଇ ଦେଉଛି। ନିର୍ବାଚନ ଜିତିବା ଲାଗି ପ୍ରଶାସନିକ ଅଧିକାରୀ ଓ ମିଶନଶକ୍ତିର କମ୍ୟୁନିଟି ରିସୋର୍ସ ପର୍ସନ(ସିଆର୍‌ପି), ନଥିପତ୍ର ପରିଚାଳିକା(ଏମ୍‌ବିକେ)ମାନଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇ ବିଜେଡି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି। ପୂର୍ବରୁ ୨ ଜଣ ସରକାରୀ କର୍ମଚାରୀ ନିୟମ ଉଲ୍ଲଂଘନ କରି ଶାସକ ଦଳ ପାଇଁ ପ୍ରଚାର କରୁଥିବାରୁ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୁଣି ବିଜେଡି ତିହିଡି ବ୍ଲକ ପାଳିଆବିନ୍ଧା ଗଁାର ରାମାନୁଜ ଏସ୍‌ଏଚ୍‌ଜି ଗ୍ରୁପ୍‌ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସାହୁଙ୍କୁ ୪ ହଜାର ଟଙ୍କା ଦେଇଥିବାର ଭିଡିଓ ଭାଇରାଲ ହେଉଛି। ଏସ୍‌ଏଚଜି ମହିଳାମାନେ ବିଜେଡି କଥାରେ ଭୋଟରଙ୍କୁ ଟଙ୍କା ବାଣ୍ଟିବାରୁ ନିବୃତ୍ତ ରୁହନ୍ତୁ ବୋଲି ଭାଜପା କହିଛି। ଏପରିକି ଏହି ଅଭିଯୋଗକୁ ମିଛ ପ୍ରମାଣ କରିବା ଲାଗି ବିଜେଡି ସିଇଓ ଅଫିସ୍‌ ଆସି ମିଛ ଡ୍ରାମା ଚଳାଇଛି ବୋଲି ଭାଜପା କହିଛି।
ଅନ୍ୟପଟେ ବିଜେଡି ପାଲଟା ଭାଜପା ନେତାଙ୍କ ଅଭିଯୋଗକୁ କାଉଣ୍ଟର କରି କହିଛି, ଧାମନଗର ଉପନିର୍ବାଚନରେ ବିପୁଳ ଭୋଟରେ ପରାଜୟ ବରଣ କରିବା ଜାଣିବା ପରେ ଓଡ଼ିଶା ଭାଜପା ପୁଣିଥରେ ମିଥ୍ୟା ଏବଂ ଭିତ୍ତିହୀନ ଆରୋପ ଆରମ୍ଭ କରିଛି। ବିଶେଷକରି ନାରୀ ଶକ୍ତି ବିରୋଧରେ ଏଭଳି ମିଥ୍ୟା ଅଭିଯାନ ଆରମ୍ଭ କରିଛି ବୋଲି ବିଜେଡି ପ୍ରବକ୍ତା ଈପ୍ସିତା ସାହୁ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଭାଜପା ବର୍ତ୍ତମାନ ଏତେ ତଳକୁ ଖସିଯାଇଛି ଯେ ଧାମନଗରରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଅପମାନିତ କରିବା ଏବଂ ଓଡ଼ିଶାର ନାରୀ ଶକ୍ତିକୁ ଅପଦସ୍ଥ କରିବାକୁ ପଛାଉନାହିଁ। ଭାଜପା ଏବେ ଧାମନଗରରେ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ସଂକ୍ରାନ୍ତୀୟ ଏକ ଜାଲ୍‌ ଭିଡିଓ ପ୍ରସ୍ତୁତ କରିଛି। ଏହାପରେ ଧାମନଗର ଉପନିର୍ବାଚନ ପ୍ରଚାର ସମୟରେ ସେମାନେ ବରିଷ୍ଠ ବିଜେଡି ମହିଳା ସଦସ୍ୟାଙ୍କୁ ଧମକାଇବା ଏବଂ ହଇରାଣ କରିବା ଆରମ୍ଭ କରିଛନ୍ତି। ସେମାନେ ରବିବାର ପୁଣି ଧାମନଗରର ଜଣେ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିିଛନ୍ତି। ଧାମନଗର ଉପନିର୍ବାଚନରେ ଏକ ବଡ଼ ନିର୍ବାଚନୀ ପରାଜୟର ଭୟକୁ ଘୋଡ଼ାଇବା ପାଇଁ ଓଡ଼ିଶା ଭାଜପା କେତେ ତଳସ୍ତରକୁ ଯାଇପାରେ ତାହା ସେମାନଙ୍କ ମୁହଁରୁ ଜଣାପଡୁଛି ବୋଲି ଈପ୍ସିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?