ତୁଟୁନି ଏସ୍‌ଏଚ୍‌ଜି ମହିଳା ଟଙ୍କା ବାଣ୍ଟିବା ରାଜନୀତି

ଭୁବନେଶ୍ବର,୩୧ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଉପନିର୍ବାଚନରେ ବିପୁଳ ଟଙ୍କା କାରବାର ହେଉଥିବା ନେଇ ଚର୍ଚ୍ଚା ଚାଲିଛି। ଏସ୍‌ଏଚ୍‌ଜି ମହିଳାମାନଙ୍କ ଜରିଆରେ ବିଜେଡି ଟଙ୍କା କାରବାର କରୁଥିବା ନେଇ ଭାଜପା ଲଗାତର ଭାବେ ଅଭିଯୋଗ କରି ଆସୁଛି। ରବିବାର ଭାଜପାର ଏକ ପ୍ରତିନିଧି ଦଳ ସମାନ ଅଭିଯୋଗ ନେଇ ସିଇଓଙ୍କୁ ଭେଟିଥିବା ବେଳେ ବିଜେଡି ଏହାର କାଉଣ୍ଟର କରିଛି। ଭାଜପା ନେତାମାନେ ଏସ୍‌ଏଚଜି ମହିଳାଙ୍କୁ ଅପମାନିତ କରୁଥିବା ନେଇ ବିଜେଡି ଓଲଟା ଅଭିଯୋଗ ଆଣିଛି।
ଭାଜପା ପ୍ରତିନିଧି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡି ଅସ୍ତ୍ର କରି ଧାମନଗର ଉପନିର୍ବାଚନ ପାରହେବାର ଅପଚେଷ୍ଟା କରୁଛି। ଧାମନଗର ଉପନିର୍ବାଚନ ମଇଦାନରେ ମିଶନଶକ୍ତି ମା’ମାନଙ୍କ ମାଧ୍ୟମରେ ଭୋଟ ପାଇଁ ଭୋଟରଙ୍କୁ ଟଙ୍କା ବାଣ୍ଟିବାର ଦାୟିତ୍ୱ ଦେଇ ପରୋକ୍ଷରେ ସେମାନଙ୍କୁ ଶାସକ ଦଳ ଅପରାଧୀ ସଜାଇ ଦେଉଛି। ନିର୍ବାଚନ ଜିତିବା ଲାଗି ପ୍ରଶାସନିକ ଅଧିକାରୀ ଓ ମିଶନଶକ୍ତିର କମ୍ୟୁନିଟି ରିସୋର୍ସ ପର୍ସନ(ସିଆର୍‌ପି), ନଥିପତ୍ର ପରିଚାଳିକା(ଏମ୍‌ବିକେ)ମାନଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇ ବିଜେଡି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି। ପୂର୍ବରୁ ୨ ଜଣ ସରକାରୀ କର୍ମଚାରୀ ନିୟମ ଉଲ୍ଲଂଘନ କରି ଶାସକ ଦଳ ପାଇଁ ପ୍ରଚାର କରୁଥିବାରୁ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୁଣି ବିଜେଡି ତିହିଡି ବ୍ଲକ ପାଳିଆବିନ୍ଧା ଗଁାର ରାମାନୁଜ ଏସ୍‌ଏଚ୍‌ଜି ଗ୍ରୁପ୍‌ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସାହୁଙ୍କୁ ୪ ହଜାର ଟଙ୍କା ଦେଇଥିବାର ଭିଡିଓ ଭାଇରାଲ ହେଉଛି। ଏସ୍‌ଏଚଜି ମହିଳାମାନେ ବିଜେଡି କଥାରେ ଭୋଟରଙ୍କୁ ଟଙ୍କା ବାଣ୍ଟିବାରୁ ନିବୃତ୍ତ ରୁହନ୍ତୁ ବୋଲି ଭାଜପା କହିଛି। ଏପରିକି ଏହି ଅଭିଯୋଗକୁ ମିଛ ପ୍ରମାଣ କରିବା ଲାଗି ବିଜେଡି ସିଇଓ ଅଫିସ୍‌ ଆସି ମିଛ ଡ୍ରାମା ଚଳାଇଛି ବୋଲି ଭାଜପା କହିଛି।
ଅନ୍ୟପଟେ ବିଜେଡି ପାଲଟା ଭାଜପା ନେତାଙ୍କ ଅଭିଯୋଗକୁ କାଉଣ୍ଟର କରି କହିଛି, ଧାମନଗର ଉପନିର୍ବାଚନରେ ବିପୁଳ ଭୋଟରେ ପରାଜୟ ବରଣ କରିବା ଜାଣିବା ପରେ ଓଡ଼ିଶା ଭାଜପା ପୁଣିଥରେ ମିଥ୍ୟା ଏବଂ ଭିତ୍ତିହୀନ ଆରୋପ ଆରମ୍ଭ କରିଛି। ବିଶେଷକରି ନାରୀ ଶକ୍ତି ବିରୋଧରେ ଏଭଳି ମିଥ୍ୟା ଅଭିଯାନ ଆରମ୍ଭ କରିଛି ବୋଲି ବିଜେଡି ପ୍ରବକ୍ତା ଈପ୍ସିତା ସାହୁ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଭାଜପା ବର୍ତ୍ତମାନ ଏତେ ତଳକୁ ଖସିଯାଇଛି ଯେ ଧାମନଗରରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଅପମାନିତ କରିବା ଏବଂ ଓଡ଼ିଶାର ନାରୀ ଶକ୍ତିକୁ ଅପଦସ୍ଥ କରିବାକୁ ପଛାଉନାହିଁ। ଭାଜପା ଏବେ ଧାମନଗରରେ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ସଂକ୍ରାନ୍ତୀୟ ଏକ ଜାଲ୍‌ ଭିଡିଓ ପ୍ରସ୍ତୁତ କରିଛି। ଏହାପରେ ଧାମନଗର ଉପନିର୍ବାଚନ ପ୍ରଚାର ସମୟରେ ସେମାନେ ବରିଷ୍ଠ ବିଜେଡି ମହିଳା ସଦସ୍ୟାଙ୍କୁ ଧମକାଇବା ଏବଂ ହଇରାଣ କରିବା ଆରମ୍ଭ କରିଛନ୍ତି। ସେମାନେ ରବିବାର ପୁଣି ଧାମନଗରର ଜଣେ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିିଛନ୍ତି। ଧାମନଗର ଉପନିର୍ବାଚନରେ ଏକ ବଡ଼ ନିର୍ବାଚନୀ ପରାଜୟର ଭୟକୁ ଘୋଡ଼ାଇବା ପାଇଁ ଓଡ଼ିଶା ଭାଜପା କେତେ ତଳସ୍ତରକୁ ଯାଇପାରେ ତାହା ସେମାନଙ୍କ ମୁହଁରୁ ଜଣାପଡୁଛି ବୋଲି ଈପ୍ସିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri