ଗିରଫ କି ମୃତ୍ୟୁକୁ ନାହିଁ ଭୟ: ଶେଖ ହାସିନା କଲେ ବଡ଼ ଘୋଷଣା, କହିଲେ-ଡିସେମ୍ବରରେ…

ନୂଆଦିଲ୍ଲୀ/ଢାକା,୨୧।୧୦: ଗିରଫ ହେବାର ଭୟ ନାହିଁ, ନିର୍ଯାତନାକୁ ଭୟ ନାହିଁ, ଏପରିକି ମୃତ୍ୟୁର ଆଶଙ୍କା ଥିଲେ ମଧ୍ୟ ବାଂଲାଦେଶ ଫେରିବେ ବୋଲି ଦୃଢ଼ୋକ୍ତି କରିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗର ମୁଖ୍ୟ ଶେଖ ହସିନା। ଆସନ୍ତା ଡିସେମ୍ବରରେ ସେ ବାଂଲାଦେଶ ଫେରିବେ ବୋଲି ପୁଣିଥରେ ଘୋଷଣା କରିଛନ୍ତି। ତେବେ ଫେରିବାର ନିର୍ଦ୍ଦିଷ୍ଟ ତାରିଖ ସେ ଜଣାଇ ନାହାନ୍ତି।

୨୦୨୪ ଅଗଷ୍ଟରେ ତାଙ୍କ ସରକାରର ପତନ ପରେ ଶେଖ ହାସିନା ବାଂଲାଦେଶ ଛାଡ଼ି ଭାରତରେ ରହୁଛନ୍ତି। ତାଙ୍କୁ ଫେରାଇ ନେବାକୁ ବାଂଲାଦେଶ ସରକାର କ୍ରମାଗତ ଭାବେ ଭାରତକୁ ଅନୁରୋଧ କରିଆସୁଛନ୍ତି। ସୋମବାର ୱାଶିଂଟନ ଡିସିରେ ‘ସେଣ୍ଟର ଫର୍‌ ୟୁଏସ-ବାଂଲାଦେଶ ରିଲେସନ୍ସ’ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନଲାଇନରେ ଯୋଗଦେଇ ହାସିନା କହିଛନ୍ତି, ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି। ବର୍ତ୍ତମାନର ତାରିକ ରହମାନଙ୍କ ସରକାର ତାଙ୍କୁ ଗିରଫ କରୁ କିମ୍ବା ନିର୍ଯାତନା ଦିଏ, ସେ ଫେରିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି।

ଶେଖ ହାସିନା କହିଛନ୍ତି, ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି। ମୋର ଭୟ ନାହିଁ। ମୁଁ ଜାଣିଛି, ସେମାନେ ମୋତେ ହତ୍ୟା କରିପାରନ୍ତି, ଗିରଫ କରିପାରନ୍ତି କିମ୍ବା ନିର୍ଯାତନା ଦେଇପାରନ୍ତି। କିନ୍ତୁ ଫେରିବା ମୋର ଦାୟିତ୍ୱ। ବାଂଲାଦେଶକୁ ଫେରିଲେ ତାଙ୍କୁ ଜେଲ ଯିବାକୁ ପଡ଼ିପାରେ କିମ୍ବା ହିଂସାର ସାମ୍ନା କରିବାକୁ ପଡ଼ିପାରେ ବୋଲି ସେ ଆଶଙ୍କା କରିଛନ୍ତି। ତଥାପି ଜଣେ ରାଜନୈତିକ ନେତ୍ରୀ ଭାବେ ନିଜ ସମର୍ଥକଙ୍କ ପାଖରେ ଛିଡ଼ା ହେବା ତାଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। ଏଥିରେ କେତେ ବିପଦ ରହିଛି, ତାହାକୁ ମୁଁ ଖାତିର କରୁନାହିଁ। ମୋତେ ଫେରିବାକୁ ହିଁ ପଡ଼ିବ, ବୋଲି ସେ ଦୃଢ଼ତାର ସହ କହିଛନ୍ତି।

ଅନ୍ୟପକ୍ଷରେ, ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଦ ଜୟ ଖବରଦାତାମାନଙ୍କୁ କହିଛନ୍ତି ଯେ, ତାଙ୍କ ମାଆଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଏପର୍ଯ୍ୟନ୍ତ କୌଣସି ତାରିଖ ସ୍ଥିର ହୋଇନାହିଁ। ଉପଯୁକ୍ତ ସମୟ ଆସିଲେ ଏନେଇ ଘୋଷଣା କରାଯିବ। ବାଂଲାଦେଶରେ କ୍ଷମତାଚ୍ୟୁତ ହେବା ପରଠାରୁ ଭାରତରେ ରହୁଥିବା ଶେଖ ହାସିନା ତାଙ୍କୁ ଆଶ୍ରୟ ଦେଇଥିବାରୁ ଭାରତ ସରକାର ଏବଂ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଭାରତ ସରକାର ଏବଂ ଏଠାକାର ଲୋକଙ୍କୁ ଅଶେଷ ଧନ୍ୟବାଦ। ୧୯୭୫ରେ ଯେପରି ମୋତେ ଆପଣାଇଥିଲେ, ସେହିପରି ଏଥର ମଧ୍ୟ ମୋତେ ଆପଣାଇଛନ୍ତି। ୧୯୭୫ରେ ତାଙ୍କ ପିତା ଶେଖ ମୁଜିବୁର ରହମାନ ଏବଂ ପରିବାରର ଅନେକ ସଦସ୍ୟଙ୍କ ହତ୍ୟା ଘଟଣାକୁ ମଧ୍ୟ ସେ ମନେ ପକାଇଥିଲେ। ସେହି ସମୟରେ ହାସିନା ଏବଂ ତାଙ୍କ ଭଉଣୀ କୌଣସି ପ୍ରକାରେ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?