ରିଲିଜ୍‌ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଲାଣି ‘ଶେହଜାଦା’

ମୁମ୍ବାଇ: କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେବେ ଫିଲ୍ମ ପାଇଁ ଟିକେଟ ପ୍ରି-ବୁକିଂ ମଧ୍ୟ ଏହି ସପ୍ତାହ ଆରମ୍ଭରୁ ଆରମ୍ଭ ହୋଇଯାଇଛି। ଏଥି ସହିତ ଫିଲ୍ମ ଏହାର ଡିଜିଟାଲ ଷ୍ଟ୍ରିମିଂ ଏବଂ ମ୍ୟୁଜିକ ରାଇଟ୍‌ସ ବିକ୍ରୟ କରି ବଜେଟର ୭୦% ରୁ ଅଧିକ ରୋଜଗାର କରିସାରିଲାଣି।

ରିପୋର୍ଟ ଅନୁଯାୟୀ, ‘ଶେହଜାଦା’ ୮୫ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ୬୫ କୋଟି ପ୍ରଡକ୍ସନ୍‌ ଏବଂ ବାକି ୨୦ କୋଟି ପ୍ରିଣ୍ଟ ଏବଂ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଛି। ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ମ୍ୟୁଜିକ୍‌ ରାଇଟ୍‌ସ ୧୦ କୋଟିରେ ବିକ୍ରି ହୋଇଥିବା ବେଳେ ‘ଶେହଜାଦା’ ସାଟେଲାଇଟ୍‌ ରାଇଟ୍‌ସ ୧୫ କୋଟିରେ ବିକ୍ରି ହୋଇଛି। ଏଥିସହ ‘ଶେହଜାଦା’ର ଓଟିଟି ରାଇଟ୍‌ସ ଡିଜିଟାଲ ଷ୍ଟ୍ରିମିଂ ନେଟଫ୍ଲିକ୍ସକୁ ୪୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏପରିକି ଫିଲ୍ମର ବିଦେଶୀ ରାଇଟସ୍‌ ମଧ୍ୟ ୫ କୋଟିରେ ବିକ୍ରି ହୋଇଥିବା ଜଣାପଡିଛି। କାର୍ତ୍ତିକ ଆର୍ୟନଙ୍କ ‘ଶେହଜାଦା’ କୁ ସୁପରହିଟ୍‌ ଘୋଷିତ ହେବା ପାଇଁ ବକ୍ସ ଅଫିସରେ ୪୦ କୋଟି ଟଙ୍କା ସଂଗ୍ରହ କରିବାକୁ ପଡିବ। ତେବେ କାର୍ତ୍ତିକ ଏହି ଫିଲ୍ମ ପାଇଁ କୌଣସି ଫି’ନେଇନଥିବା ଜଣାପଡିଛି।

ବକ୍ସ ଅଫିସରେ ମାର୍ଭେଲର ଲାଟେଷ୍ଟ୍‌ ଚଳଚ୍ଚିତ୍ର ଆଣ୍ଟ-ମ୍ୟାନ ଆଣ୍ଡ୍‌ ଦ ୱାସ: କ୍ୱାଣ୍ଟୁମାନିଆ ସହିତ ‘ଶେହଜାଦା’ର କଡ଼ା ସଂଘର୍ଷ ହେବ। ଉଭୟ ଚଳଚ୍ଚିତ୍ର ସମାନ ଦିନରେ ଅର୍ଥାତ୍‌ ଫେବୃୟାରୀ ୧୭ରେ ରିଲିଜ ହେଉଛି। ସେହିପରି ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ସହିତ ବକ୍ସ ଅଫିସରେ କଡ଼ା ସଂଘର୍ଷର ସମ୍ମୁଖୀନ ହେବ। କିଙ୍ଗ୍‌ଖାନଙ୍କ ଫିଲ୍ମ ୩ ସପ୍ତାହରୁ ଅଧିକ ସମୟ ପ୍ରେକ୍ଷାଳୟରେ ସଫଳତାର ସହ ଚାଲିଛି। ‘ଶେହଜାଦା’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ବ୍ୟତୀତ କ୍ରିତି ସାନନ ଏବଂ ପରେଶ ରାୱଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଧାୱନ। ଏହି ଚଳଚ୍ଚିତ୍ରଟି ଆଲୁ ଅର୍ଜୁନଙ୍କ ‘ଅଲା ବୈକୁଣ୍ଠପୁରମଲୁ’ର ଅଫିସିଆଲ ହିନ୍ଦୀ ରିମେକ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri