ଶେହନାଜଙ୍କ ଗୋଡ ତଳେ ଲାଗୁନି

ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ସୌନ୍ଦର୍ଯ୍ୟ ଏବଂ ଚୁଲ୍‌ବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ ଫିଦା। ବିଗ୍‌ ବସ-୧୩ରୁ ରାତାରାତି ଫେମସ ହୋଇଥିବା ଏହି ପଞ୍ଜାବୀ ଅଭିନେତ୍ରୀ ଖୁବ୍‌ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ଗୋଟିଏ ପରେ ଗୋଟିଏ ବଡ଼ ସଫଳତା ହାସଲ କରିବାରେ ଲାଗିଛନ୍ତି। ତାଙ୍କ ଭାଗ୍ୟ ବଦଳିବାରେ ଲାଗଛି। କୁହାଯାଉଛି, ଶେହନାଜଙ୍କ ହାତରେ ଏବେ ଆଉ ଏକ ବଡ଼ ଫିଲ୍ମ ଅଛି। ଏଥିପାଇଁ ସେ ବେଶ୍‌ ଖୁସି ମଧ୍ୟ ଅଛନ୍ତି।
ନିକଟରେ ଶେହନାଜ ମୁମ୍ବାଇର ମେହବୁବା ଷ୍ଟୁଡିଓ ବାହାରେ ନଜରକୁ ଆସିଥିଲେ। ସେ ଖୁବ୍‌ ଶୀଘ୍ର ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଆମେରିକା ଯାଉଥିବା ଅପେକ୍ଷାରତ ଫଟୋଗ୍ରାଫର୍‌ଙ୍କୁ ସୂଚନା ଦେଇଥିଲେ। କୁହାଯାଉଛି ସଲ୍‌ମାନଙ୍କ ସହ ‘କଭି ଇଦ କଭି ଦିୱାଲି’ ପରେ ସେ ସଞ୍ଜୟ ଦତ୍ତଙ୍କ ସହ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି।
ପଞ୍ଜାବ ଇଣ୍ଡଷ୍ଟ୍ରି ପରେ ଶେହନାଜ୍‌ ବଲିଉଡ୍‌କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ସେ ବଲିଉଡ୍‌ର ସୁପରଷ୍ଟାର ସଲ୍‌ମାନ ଖାନଙ୍କ ସହ ନଜର ଆସିବେ। ଶେହନାଜଙ୍କୁ ‘କଭି ଇଦ କଭି ଦିୱାଲି’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସଲ୍‌ମାନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। କୁହାଯାଉଛି, ଶେହନାଜଙ୍କୁ ଆୟୁଷଙ୍କ ଅପୋଜିଟ୍‌ରେ କାଷ୍ଟ କରାଯାଇଛି।
ବୟଫ୍ରେଣ୍ଡ୍‌ ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପୂରାପୂରି ଭାଙ୍ଗି ପଡିଥିଲେ ଶେହନାଜ୍‌। ଏବେ ସେ ଧୀରେ ଧୀରେ ପୂର୍ବ ସ୍ଥିତିକୁ ଫେରିଛନ୍ତି। ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିବାକୁ ଲାଗିଛନ୍ତି। ଏହାରି ଭିତରେ ଶେହନାଜ ଓ ସଲ୍‌ମାନଙ୍କ ମଧ୍ୟରେ ସ୍ପେଶାଲ ବଣ୍ଡିଂ ରହିଛି। ଶେହନାଜ ଅନେକଥର ବିଗ୍‌ ବସ ଶୋ’ ଆସିଛନ୍ତି। ସଲମାନ୍‌ ମଧ୍ୟ ତାଙ୍କୁ ଖୁବ୍‌ ପସନ୍ଦ କରନ୍ତି। ଅନେକ ଥର କ୍ୟାମେରା ସାମ୍ନାରେ ସଲ୍‌ମାନ ଶେହନାଜଙ୍କ ପ୍ରଶଂସା ମଧ୍ୟ କରି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: ନୀଟ୍-ୟୁଜି (NEET-UG) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି।…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri