ଭାରତ ସହ ସୁସମ୍ପର୍କ ଚାହୁଁ

ଇସଲାମାବାଦ,୧୨ା୪: ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବେ ଶେହବାଜ ଶରିଫ୍‌ ସୋମବାର ଶପଥ ଗ୍ରହଣ କରିଛନ୍ତି। ବିନା ପ୍ରତିଦ୍ୱନ୍ଦ୍ୱିତାରେ ଦେଶର ମୁଖ୍ୟ ଭାବେ ନିର୍ବାଚିତ ହେବା ପରେ ଶେହବାଜ୍‌ ନିଜ ପ୍ରଥମ ଭାଷଣରେ ଚାଇନା, ଭାରତ ଓ ଆମେରିକା ସହ ସମ୍ପର୍କ ସମେତ ଏକାଧିକ ପ୍ରସଙ୍ଗ ଉଠାଇଥିଲେ। ବିଶେଷ କରି ବିଦେଶ ନୀତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପାକିସ୍ତାନ ଭାରତ ସହ ଭଲ ସମ୍ପର୍କ ଚାହେଁ। କିନ୍ତୁ କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ନ ହେବା ପର୍ଯ୍ୟନ୍ତ ତାହା ହୋଇପାରିବ ନାହିଁ ବୋଲି ଶେହବାଜ କହିଛନ୍ତି। କଶ୍ମୀର ପ୍ରସଙ୍ଗକୁ ପ୍ରତ୍ୟେକ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନ କରାଯିବ। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଝିବା ଆବଶ୍ୟକ ଯେ, ଉଭୟ ଦେଶରେ ଦାରିଦ୍ର୍ୟତା ରହିଛି। ତେଣୁ ଏକାଠି କଶ୍ମୀର ବିବାଦର ସମାଧାନ କରି ଦାରିଦ୍ର୍ୟତା ସହ ଲଢ଼ିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ସେହିପରି ଚାଇନା-ପାକିସ୍ତାନର ବନ୍ଧୁତାକୁ ସମୟ ପରୀକ୍ଷା କରିସାରିଛି। ଏହି ସମ୍ପର୍କକୁ କେହି ଭାଙ୍ଗିପାରିବେ ନାହିଁ ବୋଲି ଶେହବାଜ୍‌ କହିଛନ୍ତି। ଆମେରିକା ସହ ପାକିସ୍ତାନର ଐତିହାସିକ ସମ୍ପର୍କ ରହିଆସିଛି। ଏଥିରେ କେତେକ ଦ୍ୱନ୍ଦ୍ୱ ଓ ଭୁଲ ବୁଝାମଣା ରହିଥିବା ସେ ପ୍ରକାଶ କରିଛନ୍ତି।
ଖାନ୍‌ଙ୍କ ସରକାର ଭାଙ୍ଗିବା ପଛରେ ବିଦେଶୀ ଷଡ଼ଯନ୍ତ୍ର ଅଭିଯୋଗ ଏବଂ ‘ଧମକପୂର୍ଣ୍ଣ ଚିଠି’ ବାବଦରେ ମଧ୍ୟ ଶେହବାଜ୍‌ ନିଜ ବକ୍ତବ୍ୟରେ ଉଠାଇଥିଲେ। ସେ କହିଥିଲେ, ମାର୍ଚ୍ଚ ୭ରେ ଉକ୍ତ ଚିଠି ଆସିଥିବା କୁହାଯାଉଛି। କିନ୍ତୁ ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନିମନ୍ତେ ଏହାର ବହୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ଯଦି ଇମ୍ରାନ୍‌ ମିଛ କହୁନାହାନ୍ତି ତେବେ ସେ ସର୍ବସାଧାରଣରେ ଉକ୍ତ ଚିଠିକୁ ପ୍ରଦର୍ଶନ କରନ୍ତୁ। ଇମ୍ରାନ୍‌ ବିଦେଶୀ ଷଡ଼ଯନ୍ତ୍ରର ପ୍ରମାଣ ଦେଲେ ସେ ଇସ୍ତଫା ଦେଇ ଘରକୁ ପଳାଇବେ। ପାର୍ଲାମେଣ୍ଟର ସୁରକ୍ଷା କମିଟି, ସଶସ୍ତ୍ର ବାହିନୀ ଅଧିକାରୀ, ପ୍ରଶାସନ, ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ ମୁଖ୍ୟ, ବହିର୍ବ୍ୟାପାର ସଚିବ ଏବଂ ସମ୍ପୃକ୍ତ ରାଷ୍ଟ୍ରଦୂତଙ୍କ ଏହି ଚିଠି ବାବଦରେ ସୂଚନା ଦିଆଯିବ ବୋଲି ଶେହବାଜ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri