Posted inଖେଳ

ଶେଫାଳିଙ୍କ ବିରଳ କୃତିତ୍ୱ

ବ୍ରିଷ୍ଟଲ, ୧୯।୬-ଏଠାରେ ଚାଲିଥିବା ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିଲେ ହେଁ ବ୍ୟକ୍ତିଗତ ଭାବେ ଶେଫାଳି ବର୍ମା ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରଖିଛନ୍ତି। ନିଜ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି ସେ ଅନ୍ୟ ଭାରତୀୟ ଖେଳାଳିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୧୭ ବର୍ଷୀୟା ଶେଫାଳି ପ୍ରଥମ ଇନିଂସରେ ୯୬ ରନରେ ଆଉଟ ହୋଇ ମାତ୍ର ୪ ରନ ପାଇଁ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ଶୁକ୍ରବାର ତୃତୀୟ ଦିବସରେ ବର୍ଷା ଯୋଗୁ ଖେଳ ବନ୍ଦ ରହିବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୧ ଉଇକେଟ ହରାଇ ୮୩ ରନ କରିଥିଲା। ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ନିର୍ଭୀକ ବ୍ୟାଟିଂ କରିଥିବା ଶେଫାଳି ୬୮ ବଲ୍‌ରୁ ୧୧ ଚୌକା ସହାୟତାରେ ୫୫ ଏବଂ ଦୀପ୍ତି ଶର୍ମା ୧୮(୬୬ ବଲ, ୨ ଚୌକା) ରନକରି ଅପରାଜିତ ରହିଥିଲେ। ସ୍ମୃତି ମନ୍ଧାନା ୮ ରନ କରି ଆଉଟ ହୋଇଛନ୍ତି। ମହିଳା କ୍ରିକେଟରେ ବିଶ୍ୱର ସର୍ବକନିଷ୍ଠ ଖେଳାଳିଭାବେ ଶେଫାଳି ନିଜ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଭୟ ମହିଳା ଓ ପୁରୁଷ ଟେଷ୍ଟ କ୍ରିକେଟକୁ ଦେଖିଲେ କେବଳ ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସଚିନ ତେନ୍ଦୁଲକର କମ୍‌ ବୟସରେ ଏହି ସଫଳତା ପାଇଥିଲେ। ସଚିନ ୧୯୯୦ରେ ୧୭ ବର୍ଷ ୧୦୭ ଦିନର ହୋଇଥିବାବେଳେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଫାଳି ୧୭ ବର୍ଷ ୧୩୯ ଦିନର ହୋଇଥିବାବେଳେ ଏହି ବିରଳ କୃତିତ୍ୱ ଅର୍ଜନ କରିଛନ୍ତି। ହାତରେ ୯ ଉଇକେଟ ସୁରକ୍ଷିତ ଥିବାବେଳେ ଭାରତ ଏବେ ମଧ୍ୟ ଇଂଲଣ୍ଡ ପ୍ରଥମ ଇନିଂସ ସ୍କୋରଠାରୁ ୮୨ ରନ ପଛରେ ରହିଛି। ଶନିବାର ଟେଷ୍ଟର ଅନ୍ତିମ ଦିବସ।
ଭାରତ ପ୍ରଥମ ଇନିଂସରେ ୨୩୧ ରନରେ ଅଲଆଉଟ ହୋଇଯିବାରୁ ଫଲୋଅନ ଡାକରା ପାଇଥିଲା। ଇଂଲଣ୍ଡ ଏହାର ପ୍ରଥମ ଇନିଂକୁ ୩୯୫/୯ରେ ଘୋଷଣା କରିଥିବାରୁ ଭାରତ ୧୬୫ ରନ ପଛରେ ରହି ଯାଇଥିଲା। ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୮୭/୫ରୁ ଖେଳ ଆରମ୍ଭ କରିଥିବା ଭାରତ ଶୁକ୍ରବାର ତୃତୀୟ ଦିବସରେ ୨୧.୨ ଓଭର ଖେଳି ଆଉ ୪୪ ରନ ଯୋଗକରି ଅବଶିଷ୍ଟ ୫ ଉଇକେଟ ହରାଇଥିଲା। ଦୀପ୍ତି ଶର୍ମା ୨୯ (୭୩ ବଲ, ୪ ଚୌକା) ରନରେ ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫି ଏକ୍‌ଲେଷ୍ଟୋନ ୪ଟି, ହିଥର ନାଇଟ ୨ଟି ଏବଂ କ୍ୟାଥରିନ ବ୍ରୁଣ୍ଟ, ଆନ୍ୟା ଶ୍ରୁବସୋଲେ, ନାତାଲି ସ୍କିଭର ଓ କେଟ୍‌ କ୍ରସ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୩୯୬/୯(ଘୋଷଣା)। ଭାରତ ପ୍ରଥମ ଇନିଂସ: ୨୩୧/ଅଲଆଉଟ (ଶେଫାଳି ବର୍ମା-୯୬, ସ୍ମୃତି ମନ୍ଧାନା-୭୮, ଦୀପ୍ତି ଶର୍ମା-୨୯*, ସୋଫି ଏକ୍‌ଲେଷ୍ଟୋନ-୪/୮୮, ହିଥର ନାଇଟ-୨/୭)। ଫଲୋଅନ ପରେ ଭାରତ ଦ୍ୱିତୀୟ ଇନିଂସ: ୮୩/୧(ଶେଫାଳି ବର୍ମା-୫୫*, ଦୀପ୍ତି ଶର୍ମା-୧୮*, କ୍ୟାଥରିନ ବ୍ରୁଣ୍ଟ-୧/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri