Posted inଖେଳ

ମହିଳା ବିଗ୍‌ବାସ ଲିଗ୍‌ରେ ପଦାର୍ପଣ କରିବେ ଶେଫାଳୀ, ରାଧା

ନୂଆଦିଲ୍ଲୀ,୧୪।୫(ପି.ଟି.): ଭାରତୀୟ ମହିଳା ବ୍ୟାଟିଂ ସେନ୍‌ସେସନ ଶେଫାଳୀ ବର୍ମା ଓମ୍ୟାନ ବିଗ୍‌ବାସ ଲିଗ୍‌ (ଡବ୍ଲ୍ୟୁବିବିଏଲ୍‌)ରେ ପଦାର୍ପଣ କରିବେ। ଦୁଇଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ସିଡ୍‌ନୀ ସିକ୍ସର ତରଫରୁ ସେ ଚଳିତବର୍ଷ ଶେଷ ଆଡକୁ ଏହି ହାଇପ୍ରୋଫାଇଲ ଲିଗ୍‌ରେ ପ୍ରଥମଥର ପାଇଁ ଖେଳିବେ। ସେହିପରି ମହିଳା ସ୍ପିନର ରାଧା ଯାଦବ ସିଡ୍‌ନୀ ତରଫରୁ ଏହି ଲିଗ୍‌ରେ ପଦାର୍ପଣ କରିବେ।
୧୭ ବର୍ଷୀୟା ଶେଫାଳୀଙ୍କ ସହ ସିଡ୍‌ନୀର ଚୁକ୍ତି ହୋଇସାରିଛି। ଡବ୍ଲ୍ୟୁବିବିଏଲ୍‌ର କାର୍ଯ୍ୟସୂଚୀ ପ୍ରକାଶିତ ହେଲେ ଏ ନେଇ ଘୋଷଣା କରାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ରାଧା ମଧ୍ୟ ସିଡ୍‌ନୀ ସିକ୍ସର ସହ ଆଲୋଚନା ଜାରି ରଖିଛନ୍ତି। ଶେଫାଳୀ ଏବେ ନାବାଳିକା ଥିବାରୁ ତାଙ୍କ ପିତା ଏକ ଅନୁମତି ପତ୍ରରେ ସ୍ବାକ୍ଷର କରିବାର ଆବଶ୍ୟକତା ରହିଛି। ପୂର୍ବରୁ ଭାରତୀୟ ମହିଳା ଟି୨୦ ଅଧିନାୟିକା ହରମନପ୍ରୀତ କୌର (ସିଡ୍‌ନୀ ଥଣ୍ଡର), ଓପନର ସ୍ମୃତି ମାନ୍ଧନା (ବ୍ରିସ୍‌ବେନ ହିଟ୍‌) ଓ ଅଲରାଉଣ୍ଡର ବେଦା କ୍ରିଷ୍ଣମୂର୍ତ୍ତୀ (ହୋବାର୍ଟ ହରିକେନ୍ସ) ଡବ୍ଲ୍ୟୁବିବିଏଲ୍‌ରେ ଅଂଶଗ୍ରହଣ କରିସାରିଛନ୍ତି।
ବିଶ୍ୱର ୧ ନମ୍ବର ଟି୨୦ ବ୍ୟାଟର ଶେଫାଳୀ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଦ୍ୱାରା ଆୟୋଜିତ ‘ଦି ହଣ୍ଡ୍ରେଡ୍‌’ ତଥା ୧୦୦ ବଲ ଘରୋଇ ଟୁର୍ନାମେଣ୍ଟରେ ବର୍ମିଂହାମ ଫୋନିକ୍ସ ତରଫରୁ ଖେଳିବାର ସମ୍ଭାବନା ରହିଛି। ତେବେ କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ଟୁର୍ନାମେଣ୍ଟ ସ୍ଥଗିତ ରହିଥିଲା। ଏହା ବର୍ତ୍ତମାନ ଜୁଲାଇ ୨୧ରୁ ଆରମ୍ଭ ହେବ। ‘ଦି ହଣ୍ଡ୍ରେଡ୍‌’ ଶେଫାଳୀଙ୍କ କ୍ୟାରିୟରର ପ୍ରଥମ ବିଦେଶୀ ଟୁର୍ନାମେଣ୍ଟ ସାବ୍ୟସ୍ତ ହେବ। ଶେଫାଳୀ ଜଣେ ବିସ୍ଫୋରକ ବ୍ୟାଟ୍ସଓମ୍ୟାନ ଭାବେ ବେଶ୍‌ ଜଣାଶୁଣା। ୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସେ ୧୪୮. ୩୧ ଷ୍ଟ୍ରାଇକ୍‌ ରେଟ୍‌ରେ ୬୧୭ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri