Posted inଖେଳ

୪୭ ବର୍ଷରେ ପଦାର୍ପଣ କଲେ ସନ୍‌ ପୋଲକ୍‌

ଜୋହାନ୍ସବର୍ଗ, ୧୬।୭- ଏକ କ୍ରିକେଟ୍‌ ପରିବାରରେ ଜନ୍ମଗ୍ରହଣ କରିଥିବା ଦକ୍ଷିଣ ଆଫ୍ରିକାର ମହାନ ଅଲ୍‌ରାଉଣ୍ଡର ସନ୍‌ ପୋଲକ ଗୁରୁବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ପୋଲକଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ଭାବେ ବିବେଚନା କରାଯାଏ। ନିଜର ଲାଇନ୍‌ ଓ ଲେନ୍ଥ ଲାଗି ସେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ଜଣେ ପ୍ରମୁଖ ବୋଲର ଭାବେ ନିଜକୁ ପ୍ରତିଷ୍ଠିିତ କରିପାରିଥିଲେ। ୨୦୦୩ ମସିହାରେ ଓ୍ବିଜଡେନ ପକ୍ଷରୁ ସେ ବର୍ଷର ଶ୍ରେଷ୍ଠ କ୍ରିକେଟର୍‌ ପୁରସ୍କାର ହାସଲ କରିଥିଲେ। ଜଣେ ବୋଲିଂ ଅଲ୍‌ରାଉଣ୍ଡର ଭାବେ ପୋଲକ ୧୯୯୫ରୁ ୨୦୦୮ ପର୍ଯ୍ୟନ୍ତ ଜାତୀୟ ଦଳ ପାଇଁ ୧୦୮ ଟେଷ୍ଟ ଓ ୩୦୩ ଏକଦିବସୀୟ ମ୍ୟାଚ୍‌ ଖେଳି ଯଥାକ୍ରମେ ୪୨୧ ଓ ୩୯୩ ଉଇକେଟ୍‌ ଅକ୍ତିଆର କରିଥିଲେ। ସେହିଭଳି ୧୨ ଟି୨୦ ମ୍ୟାଚ୍‌ରୁ ୧୫ ଉଇକେଟ୍‌ ନେଇଥିଲେ। ବ୍ୟାଟିଂରେ ମଧ୍ୟ ସେ ଉଲ୍ଳେଖନୀୟ ପ୍ରଦର୍ଶନ କରିଥିଲେ। ଟେଷ୍ଟରେ ୩,୭୮୧ ଓ ଏକଦିବସୀୟ ମ୍ୟାଚ୍‌ରେ ୩,୫୧୯ ରନ ତାଙ୍କ ନାମରେ ରହିଛି। ୨୦୦୦ ମସିହାରେ ଜାତୀୟ ଦଳର ନେତୃତ୍ୱ ନେଇଥିବା ପୋଲକ୍‌ କିନ୍ତୁ ୨୦୦୩ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ ଲାଗି ଅଧିନାୟକ ପଦ ହରାଇଥିଲେ। ଅବସର ପରେ ସେ ବିଶେଷଜ୍ଞ ଭାବେ ବିଭିନ୍ନ ମ୍ୟାଚ୍‌ର ବିଶ୍ଲେଷଣ କରୁଛନ୍ତି। ପୋଲକଙ୍କ ସମ୍ପର୍କରେ କିଛି ରୋଚକ କଥା ହେଉଛି ସେ ଗୋଟିଏ କ୍ରିକେଟ୍‌ ପରିବାରେ ଜନ୍ମଗ୍ରହଣ କରିଥିଲେ। ୧୯୬୦ ଦଶକରେ ତାଙ୍କ ବାପା ପିଟର୍‌ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ବୋଲର ଭାବେ ପ୍ରତିନିଧିତ୍ୱ କରିଥିଲେ। ସେହଭଳି ତାଙ୍କ ମାମୁଁ ଗ୍ରାଏମ୍‌ ମଧ୍ୟ ଜାତୀୟ ଦଳ ପକ୍ଷରୁ ଖେଳିଛନ୍ତି। ୨୦୦୭ ଆଫ୍ରୋ ଏସିଆ କପ୍‌ରେ ପୋଲକ୍‌ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୧୩୦ ରନର ଏକ ପ୍ରଶଂସନୀୟ ଇନିଂସ ଖେଳିଥିଲେ। ଏହିକ୍ରମରେ ସେ ୭ ନମ୍ବର ସ୍ଥାନରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାରେ ମହମ୍ମଦ କୈଫଙ୍କ ରେକର୍ଡ ଭାଙ୍ଗିଥିଲେ। କିନ୍ତୁ ପୋଲକଙ୍କ ଏହି ରେକର୍ଡ ମାତ୍ର ୪ ଦିନ ତିଷ୍ଠି ରହିଥିଲା। ଭାରତର ମହେନ୍ଦ୍ର ସିଂ ଧୋନୀ ଏହି ରେକର୍ଡଙ୍କୁ ନିଜ ନାମରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?