କରୋନା କାଳରେ ସକାଳୁ ଖାଲିପେଟରେ ପିଅନ୍ତୁ ତୁଳସୀ କାଢ଼ା: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥିବା ଡାକ୍ତର ଏବଂ ବିଶେଷଜ୍ଞମାନେ ମତ ରଖୁଛନ୍ତି। ଏପରିସ୍ଥଳେ ନିଜକୁ ସୁରକ୍ଷିତ ରଖିବା ପାଇଁ ଖାଦ୍ୟପେୟ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଉଛି। ତେବେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆୟୁର୍ବେଦୀୟ ଉପଚାର ଆପଣାଇପାରିବେ। ଯେଉଁଥିରୁ ଗୋଟିଏ ହେଲା ତୁଳସୀ କାଢ଼ା। ତୁଳସୀରେ ଥିବା ଔଷଧୀୟ ତତ୍ତ୍ୱ ଶରୀରରେ ସଂକ୍ରମଣ ହେବାରୁ ରକ୍ଷା କରିଥାଏ। ଏଥିସହ ଅନ୍ୟ ଭାଇରସ୍‌ ଏବଂ ବ୍ୟାକ୍ଟେରିଆ ସଂକ୍ରମଣଠାରୁ ମଧ୍ୟ ରକ୍ଷା କରିଥିଲେ।

କେତେବେଳେ ପିଇବେ: ପ୍ରତ୍ୟେହ ସକାଳୁ ଖାଲି ପେଟରେ ଗୋଟିଏ କପ୍‌ ତୁଳସୀ କାଢ଼ା ପିଇବା ଉପକାରୀ। ଏହାଛଡ଼ା ତୁଳସୀ ଚା’ର ସେବନ କରିପାରିବେ। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ସହ ଶରୀରର ଶକ୍ତି ବଢ଼ାଇଥାଏ। କେବଳ ଏତିକି ନୁହେଁ ଦିନତମାମ ଫ୍ରେସ୍‌ ଲାଗିଥାଏ।

କିପରି ପ୍ରସ୍ତୁତ କରିବେ: ପ୍ରଥମେ ଏକ ପ୍ୟାନ୍‌ରେ ପାଣି ନେଇ ଗରମ କରନ୍ତୁ। ଏହାପରେ ଏଥିରେ ତୁଳସୀ ପତ୍ର, ଗୁଜରାତି, ଗୋଲମରିଚ ପାଉଡର ଏବଂ ଅଦା ପକାନ୍ତୁ। ଏହାକୁ ଅତିକମ୍‌ରେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ପରେ ଏହାକୁ ଛାଣି ଥଣ୍ଡା ହେବାକୁ ରଖି ଦିଅନ୍ତୁ। ସ୍ବାଦ ପାଇଁ ଆପଣ ଏଥିରେ ମହୁ କିମ୍ବା ଗୁଡ ମିଶାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୁ କିଛି ସମୟ କାନ୍ଦିବାକୁ ଦିଅନ୍ତୁ, ଜାଣନ୍ତୁ କାରଣ

ଲଣ୍ଡନ: ଜନ୍ମରୁ ଦେଢ଼ ପର୍ଯ୍ୟନ୍ତ ଶିଶୁକୁ କିଛିସମୟ କାନ୍ଦିବାକୁ ଦିଅନ୍ତୁ। ଶିଶୁଟି କାନ୍ଦିବା ସଙ୍ଗେ ସଙ୍ଗେ ତା’ ନିକଟରେ ପହଞ୍ଚିଗଲେ ଏହାର ବିକାଶ ଉପରେ କୁପ୍ରଭାବ...

ସହଜରେ ଦୂରହେବ ଅବସାଦ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଅନେକେ ଅବସାଦର ଶିକାର ହେଉଛନ୍ତି। ଏହାକୁ ନେଇ ଟେନ୍‌ସନରେ ରହିବା ଅପେକ୍ଷା ସେଥିରୁ କିପରି ରକ୍ଷା ପାଇବେ ସେ ନେଇ ଚିନ୍ତା...

ଇ-ଫୁ ନୁଡଲ୍ସ

ନୁଡଲ୍ସ ଏବେ ପ୍ରତିଟି ଘରେ ପସନ୍ଦ ହୋଇଛି। କମ୍‌ ସମୟ ଭିତରେ ପ୍ରସ୍ତୁତି ଓ ସୁସ୍ବାଦୁ ହୋଇଥିବାରୁ ଲୋକଙ୍କ ଆଦର ବେଶ୍‌ ଅଧିକ ଏହା ପ୍ରତି।...

ବାସ୍ତୁଶାସ୍ତ୍ର: ଘରେ ମୟୂରପୁଚ୍ଛ ରଖିଲେ…

ମୟୂର ପକ୍ଷୀ ଦେଖିବାକୁ ଯେମିତି ସୁନ୍ଦର ଏହାର ପୁଚ୍ଛ ମଧ୍ୟ ସେମିତି ଉପକାରୀ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମୟୂରପୁଚ୍ଛ ରଖିଲେ କ’ଣ ସବୁ ଉପକାର ହୋଇଥାଏ...

ପ୍ରଫେସର ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ବୈଜ୍ଞାନିକ

ବୈଜ୍ଞାନିକମାନେ ସାଧାରଣତଃ ଉଦାର ମନୋଭାବ ସମ୍ପନ୍ନ ହୋଇଥାନ୍ତି, କିନ୍ତୁ ସେମାନଙ୍କ ସାମାଜିକ ସମ୍ପର୍କ ଥାଏ ସୀମିତ। କାରଣ ସେମାନେ ବିଜ୍ଞାନାଗାରର ଚାରିକାନ୍ଥ ମଧ୍ୟରେ ଗବେଷଣାରତ ରହିବାକୁ...

ଫାଣ୍ଟୋମ ଭାଇବ୍ରେଶନ୍‌ ସିଣ୍ଡ୍ରୋମ

ଏବେ ହାଇଟେକ୍‌ ଯୁଗ। ଇଲେକଟ୍ରୋନିକ ଜିନିଷର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ମୋବାଇଲ ବ୍ୟବହାର ଏକ ସାଧାରଣ କଥା ପାଲଟି ଗଲାଣି। କାରଣ...

ଲାଇଫ୍‌ ଷ୍ଟାଇଲ ସେଲର୍‌ ପ୍ୟାଣ୍ଟ

ଶୀତଦିନେ ଆଙ୍କେଲ ଫିଟ୍‌ ଟ୍ରାଉଜର୍ସ କିମ୍ବା ସ୍କିନ୍‌ ଟାଇଟ୍‌ ଜିନ୍ସ ବଦଳରେ ଯୁବତୀମାନେ ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କାରଣ...

ଲାଟେଷ୍ଟ ଟ୍ରେଣ୍ଡରେ ବଞ୍ଜାରା ଜୁଏଲେରି

ଜୁଏଲେରି ପିନ୍ଧିବାର ସଉକ ପ୍ରାୟ ସବୁ ମହିଳାଙ୍କର ଥାଏ। ଖାସ୍‌ ସେଥିପାଇଁ ଜୁଏଲେରିକୁ ନେଇ ବହୁ ଏକ୍ସପେରିମେଣ୍ଟ କରାଯାଇ ମାର୍କେଟ୍‌କୁ ଏହାର ଅନେକ ଲାଟେଷ୍ଟ ଟ୍ରେଣ୍ଡ...

Advertisement
Archives

Model This Week