ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞ ନିମନ୍ତେ ରବିବାର ଜଳ କଳସ ଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଗୁପ୍ତେଶ୍ୱର ଶୈବପୀଠ ପୋଖରୀ କଡରେ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଦୀକ୍ଷା ଗ୍ରହଣ କରାଇବା ପରେ  ଜଳ କଳସ ଶୋଭାଯାତ୍ରା ସହର ପରିକ୍ରମା କରି  ମହାଯଜ୍ଞ ସ୍ଥଳରେ ପହଞ୍ଚିଥିଲା।

ଏହି ଶୋଭାଯାତ୍ରାରେ ଆଖପାଖ ଗ୍ରାମର ବହୁ ସଂଖ୍ୟକ ସଙ୍କିର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିବା ବେଳେ ଢୋଲ, ଘୋଡ଼ା ନାଚ, ବାଘ ନାଚ ସାଙ୍ଗକୁ ମହିଳାଙ୍କ ହୁଳହୁଳି ନାଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ପଡିଥିଲା । ଯଜ୍ଞ ପୀଠରେ ଦୀକ୍ଷାଗ୍ରହଣ , ବନଯାଗ ପୂଜା ସରିବା ପରେ ସନ୍ଧ୍ୟାରେ ଯଜ୍ଞଶାଳା ରେ ଅଙ୍କୁରାରୋପଣ କରାଯାଇଥିଲା । ଯଜ୍ଞକୁଣ୍ଡ ସ୍ଥଳରେ ମୁଖ୍ୟ  କର୍ତ୍ତା ରୂପେ ଗୈାରାଙ୍ଗ ସାହୁ ଓ ତାଙ୍କ ସହଧର୍ମିଣୀ କୁମୁଦିନୀ ସାହୁଙ୍କ ସମେତ ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଓ ତାଙ୍କ ସହଧର୍ମିଣୀ ସଙ୍ଗୀତା ତ୍ରିପାଠୀ, ଶିକ୍ଷକ ସୁବ୍ରତ କୁମାର ପାଢୀ ଓ ସଂଯୁକ୍ତା ପାଳ, ପ୍ରଦୀପ ପଣ୍ଡା ଓ ମନୀକା ପଣ୍ଡା, ରମା ବଲ୍ଲଭ ପଣ୍ଡା ଓ ସୁକାନ୍ତି ପଣ୍ଡା ପ୍ରମୁଖ ଯଜ୍ଞକର୍ତ୍ତା ରୂପେ ଆସନ ଅଳଙ୍କୃତ କରିଥିଲେ। ଶୈବପୀଠ ପରିସରରେ ନବନିର୍ମିତ ଶ୍ରୀ ଗଣେଷ ଏବଂ ଶ୍ରୀ ହନୁମାନଙ୍କ ପ୍ରାସାଦ ପ୍ରତିଷ୍ଠା କରାଯାଇଥିଲା ।

ମହାଯଜ୍ଞ ପୀଠରେ ଦିଗପହଣ୍ଡି ସହର ସମେତ ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମହାଯଜ୍ଞ ପରିଚାଳନା କମିଟି ସଭାପତି ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଉପ ସଭାପତି ବସନ୍ତ ପଟ୍ଟନାୟକ, କେ. ତାରକେଶ୍ୱର ଦୋରା, ଏସ୍ .ଗାନ୍ଧୀ, ସୁଶାନ୍ତ ପ୍ରଧାନ, ସମ୍ପାଦକ ସୁରେନ୍ଦ୍ର ବିଷୋୟୀ, ସହ-ସମ୍ପାଦକ ବିପ୍ରଚରଣ ସେଠୀ, ନିରାକାର ପ୍ରଧାନ, ହର୍ଷ ପ୍ରଧାନ ଏବଂ କୋଷାଧ୍ୟକ୍ଷ କୋରେଶୁ ସେଠୀ, କାଉନସିଲର ଦୀପକ ମିଶ୍ର, ନୀଳମାଧବ ଗୌଡ଼, ବିଚିତ୍ରାନନ୍ଦ ପଟ୍ଟନାୟକ , ଅର୍ଦ୍ଦୁ.ଗୋବିନ୍ଦ, ଭଗବାନ ଦୋରା, ମୁଖ୍ୟ ଉଦ୍ୟୋକ୍ତା ଅମ୍ବିକା ପ୍ରସାଦ ସେଠୀ, ଶଙ୍କର ପାଢ଼ୀ , କ୍ଷେତ୍ରବାସୀ ପ୍ରଧାନ, ପଞ୍ଚାନନ ସ୍ବାଇଁ, ଯଜ୍ଞ ପରିଚାଳନା କମିଟି ଉପଦେଷ୍ଟା ପୂର୍ବତନ ଏନଏସି ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ, ପ୍ରମୋଦ ପାଣିଗ୍ରାହୀ, ଭି.ଧର୍ମ ରାଜୁ,ରାମନାଥ ବିଷୋୟୀ, କାଉନସିଲର ଦୀପକ ମିଶ୍ର,ନୀଳମାଧବ ଗୌଡ଼, ବିଚିତ୍ରାନନ୍ଦ ପଟ୍ଟନାୟକ, କେ.କୁନା,ଅର୍ଦ୍ଦୁ.ଗୋବିନ୍ଦ, ଭଗବାନ ଦୋରାଙ୍କ ସମେତ  ଯଜ୍ଞ ପରିଚାଳନା କମିଟି ସଦସ୍ୟଙ୍କ ସମେତ ଦିଗପହଣ୍ଡି, କୁଶପଡ଼ା, ରାଜପୁର ଆଙ୍କୋରଡ଼ା ଏବଂ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଯଜ୍ଞ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।  ଏହି  ମହାଯଜ୍ଞ ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ ତିଥି ୨୮ ତାରିଖ ଗୁରୁବାର ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri