Posted inଖେଳ

ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ବି ମାରିଦେଲେ ଲୋକଙ୍କ ମୁହଁ ବନ୍ଦ ହୋଇଯିବ: ଶାସ୍ତ୍ରୀ

ନୂଆଦିଲ୍ଲୀ,୨୩।୮: ଦୀର୍ଘଦିନ ଧରି ବ୍ୟାଟ୍‌ରେ କମାଲ ଦେଖାଇପାରୁନାହାନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଗଣିତ ବିରାଟ କୋହଲି। ନଭେମ୍ବର ୨୦୧୯ରେ ସେ ଶେଷ ଅନ୍ତର୍ଜାତୀୟ ମୁକାବିଲା ଖେଳିଥିଲେ। ଏହାପରଠାରୁ ସେ ସଂଘର୍ଷ କରିଆସୁଛନ୍ତି। ସେ ପୁଣିଥରେ ଫର୍ମକୁ ଫେରି ବଡ଼ ଇନିଂସ ଖେଳନ୍ତୁ ବୋଲି ପ୍ରଶଂସକ ଆଶା ବାନ୍ଧିଥିବା ବେଳେ ଏବେ ଏସିଆ କପ୍‌ ପୂର୍ବରୁ ଭାରତର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। କୋହଲି ମାତ୍ର ଗୋଟିଏ ଭଲ ଇନିଂସରେ ଫର୍ମକୁ ଫେରିଆସିବେ। ଯଦି ଏସିଆ କପ୍‌ ପୂର୍ବ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ କରିବାରେ ସଫଳ ହୁଅନ୍ତି ତେବେ ତାଙ୍କୁ ନେଇ ହେଉଥିବା ସମାଲୋଚନା ଆପେଆପେ ବନ୍ଦ ହୋଇଯିବ ବୋଲି ଶାସ୍ତ୍ରୀ କହିଛନ୍ତି।

ଷ୍ଟାର ସ୍ପୋଟ୍ସ ଦ୍ୱାରା ଆୟୋଜିତ ଖବରଦାତା ସମ୍ମିଳନୀରେ ଶାସ୍ତ୍ରୀ କହିଛନ୍ତି, ମୁଁ କୋହଲିଙ୍କ ସହ ବହୁତ ଦିନକରୁ କଥା ହୋଇନାହିଁ। ହେଲେ କିମ୍ବଦନ୍ତୀମାନେ ସର୍ବଦା ସଠିକ ସମୟରେ ହିଁ ନିଦରୁ ଉଠନ୍ତି। ଏସିଆ କପ୍‌ ପୂର୍ବଯାଏ ତାଙ୍କର ଖରାପ ସମୟ ଚାଲିଥିଲା। ତାଙ୍କୁ ଚମକିବା ଲାଗି ସଠିକ ସୁଯୋଗ ମିଳିଛି। ଯଦି ସେ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ କରିନିଅନ୍ତି ତେବେ ଲୋକଙ୍କ କହିବା ବନ୍ଦ ହୋଇଯିବ। ଗୋଟିଏ ଇନିଂସରୁ ହିଁ ଫରକ ସୃଷ୍ଟି ହେବ। ପ୍ରଥମରୁ ଯାହା ହୋଇଛି ତାହା ଇତିହାସ। ଲୋକମାନଙ୍କ ସ୍ମୃତି ବହୁତ ଛୋଟ। ଏମିତି କୌଣସି ଭାରତୀୟ କ୍ରିକେଟର ନାହିଁ ଯିଏ କୋହଲିଙ୍କଠାରୁ ଅଧିକ ଫିଟ୍‌। ସେ ମେଶିନ। ଯଦି ସେ ନିଜର ମୁଣ୍ଡକୁ ଠିକ୍‌ ସ୍ଥାନରେ ରଖନ୍ତି ତେବେ ଫର୍ମକୁ ଫେରିବାକୁ ଗୋଟିଏ ଇନିଂସ ଅଧିକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗର କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?