Odisha Elections 2024
Posted inଖେଳ

ଭୁଲରେ କିଣାଯାଇଥିବା ଶଶାଙ୍କ ସିଂହ ଏମିତି କଲେ ଯେ ଖୁସିରେ ନାଚି ଉଠିଲେ ଡିମ୍ପଲ ଗର୍ଲ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୫।୪: ଗୁରୁବାର ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗସ ସବୁଠୁ ବଡ ଲକ୍ଷ୍ୟ ହାସଲ କରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସ ଗୋଟିଏ ବଲରେ ଗୁଜୁରାଟ ଟାଇଟାନ୍ସକୁ ତିନି ୱିକେଟରେ ପରାସ୍ତ କରିଛି।

ଅଲରାଉଣ୍ଡର ଶଶାଙ୍କ ସିଂ ପଞ୍ଜାବ କିଙ୍ଗ୍ସର ବିଜୟର ହିରୋ ଥିଲେ, ଯିଏ ୬ ଟି ଚୌକା ଓ ୪ଛକା ସହାୟତାରେ ୨୯ବଲରେ ଅପରାଜିତ ୬୧ ରନ ସ୍କୋର କରିଥିଲେ। ତାଙ୍କ ଇନିଂସ ସହାୟତାରେ ପଞ୍ଜାବ କିଙ୍ଗ୍ସ ସଫଳତାର ସହ ୨୦୦ ରନ ହାସଲ କରିଥିଲା। ଏକ ସମୟରେ ପଞ୍ଜାବ ଦଳ ୭୦ ରନ ପାଇଁ ଚାରିଟି ୱିକେଟ ହରାଇଥିଲା ଏବଂ ପରେ ଲାଗୁଥିଲା ଯେ କ୍ରମାଗତ ତୃତୀୟ ପରାଜୟର ସାମ୍ନା କରିବାକୁ ପଡିବ।
ତେବେ ଶଶାଙ୍କ ସିଂ ଏବଂ ଆଶୁତୋଷ ଶର୍ମାଙ୍କର ଅନ୍ୟ ଉଦ୍ଦେଶ୍ୟ ଥିଲା ଏବଂ ଉଭୟ ପଞ୍ଜାବକୁ ଏକ ରୋମାଞ୍ଚକର ବିଜୟ ଆଡକୁ ନେଇଥିଲେ। ଯେତେବେଳେ ଶଶାଙ୍କ ସିଂ ଦର୍ଶନ ନାଲକାଣ୍ଡେଙ୍କ ଓଭରର ପଞ୍ଚମ ବଲରେ ବିଜୟ ରନ ସ୍କୋର କରିଥିଲେ, ପଞ୍ଜାବ କିଙ୍ଗ୍ସର ସହ-ମାଲିକ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଆନନ୍ଦରେ ନିଜ ଚେୟାରରୁ ଡେଇଁପଡି ଷ୍ଟାଣ୍ଡରୁ ବିଜୟ ଉତ୍ସବ ପାଳନ କରିବାକୁ ଲାଗିଲେ। ପ୍ରୀତି ଜିଣ୍ଟାଙ୍କ ଏହି ମଜାଳିଆ ଶୈଳୀର ଭିଡିଓ ଭାଇରାଲ ହୋଇଛି।
ସୂଚନାଯୋଗ୍ୟ, ଗତ ବର୍ଷ ଆଇପିଏଲ ନିଲାମରେ ଶଶାଙ୍କ ସିଂଙ୍କୁ କିଣିବାରେ କିଛି ଦ୍ୱନ୍ଦ୍ୱ ରହିଥିଲା। ପଞ୍ଜାବ କିଙ୍ଗ୍ସ ଶଶାଙ୍କ ସିଂଙ୍କୁ ଭୁଲରେ ସେମାନଙ୍କ କ୍ୟାମ୍ପରେ ଅନ୍ତର୍ଭୁକ୍ତ କରିଥିଲା। ଏହା ଅନେକ ହେଡଲାଇନ ସୃଷ୍ଟି କରିଥିଲା ଏବଂ ବର୍ତ୍ତମାନ କ୍ରିକେଟର ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ଚୁପ କରାଇ ଦେଇଛନ୍ତି। ଶଶାଙ୍କ ସିଂ ମାତ୍ର ୨୯ ବଲରେ ୬ ଚୌକା ଓ ଚାରି ଛକା ସହାୟତାରେ ଅପରାଜିତ ୬୧ ରନ ସ୍କୋର କରି ଦଳକୁ ବିଜୟ ଆଡକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇପାରନ୍ତି ଏହି ବିସ୍ଫୋରକ ବ୍ୟାଟର, ଜାଣନ୍ତୁ ଆଇପିଏଲ୍‌ର ଏହି ଦଳରେ ଖେଳନ୍ତି…

ନୂଆଦିଲ୍ଲୀ,୨୦ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବିସ୍ଫୋରକ ବ୍ୟାଟର ଜେମ୍‌ ଫ୍ରେଜର ମ୍ୟାକ୍‌ଗ୍ରୁପ୍‌ ଓ ମାଥ୍ୟୁ ଶର୍ଟ ଅଷ୍ଟ୍ରେଲିଆର ଟ୍ରାମେଲିଂ ରିଜର୍ଭ ଖେଳାଳି ହୋଇ...

କ୍ୱାଲିଫାୟର ମ୍ୟାଚ ନ ଖେଳି ଏହିଭଳି ଭାବେ ଫାଇନାଲରେ ପ୍ରବେଶ କରିବ କେକେଆର, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଲିଗ ପର୍ଯ୍ୟାୟର ସମସ୍ତ ୭୦ଟି ମ୍ୟାଚ ଖେଳାଯାଇସାରିଛି। ବର୍ତ୍ତମାନ ପ୍ଲେ ଅଫ୍‌ ମଙ୍ଗଳବାର ମେ ୨୧ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri