Posted inଖେଳ

ଭୁଲରେ କିଣାଯାଇଥିବା ଶଶାଙ୍କ ସିଂହ ଏମିତି କଲେ ଯେ ଖୁସିରେ ନାଚି ଉଠିଲେ ଡିମ୍ପଲ ଗର୍ଲ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୫।୪: ଗୁରୁବାର ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗସ ସବୁଠୁ ବଡ ଲକ୍ଷ୍ୟ ହାସଲ କରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସ ଗୋଟିଏ ବଲରେ ଗୁଜୁରାଟ ଟାଇଟାନ୍ସକୁ ତିନି ୱିକେଟରେ ପରାସ୍ତ କରିଛି।

ଅଲରାଉଣ୍ଡର ଶଶାଙ୍କ ସିଂ ପଞ୍ଜାବ କିଙ୍ଗ୍ସର ବିଜୟର ହିରୋ ଥିଲେ, ଯିଏ ୬ ଟି ଚୌକା ଓ ୪ଛକା ସହାୟତାରେ ୨୯ବଲରେ ଅପରାଜିତ ୬୧ ରନ ସ୍କୋର କରିଥିଲେ। ତାଙ୍କ ଇନିଂସ ସହାୟତାରେ ପଞ୍ଜାବ କିଙ୍ଗ୍ସ ସଫଳତାର ସହ ୨୦୦ ରନ ହାସଲ କରିଥିଲା। ଏକ ସମୟରେ ପଞ୍ଜାବ ଦଳ ୭୦ ରନ ପାଇଁ ଚାରିଟି ୱିକେଟ ହରାଇଥିଲା ଏବଂ ପରେ ଲାଗୁଥିଲା ଯେ କ୍ରମାଗତ ତୃତୀୟ ପରାଜୟର ସାମ୍ନା କରିବାକୁ ପଡିବ।
ତେବେ ଶଶାଙ୍କ ସିଂ ଏବଂ ଆଶୁତୋଷ ଶର୍ମାଙ୍କର ଅନ୍ୟ ଉଦ୍ଦେଶ୍ୟ ଥିଲା ଏବଂ ଉଭୟ ପଞ୍ଜାବକୁ ଏକ ରୋମାଞ୍ଚକର ବିଜୟ ଆଡକୁ ନେଇଥିଲେ। ଯେତେବେଳେ ଶଶାଙ୍କ ସିଂ ଦର୍ଶନ ନାଲକାଣ୍ଡେଙ୍କ ଓଭରର ପଞ୍ଚମ ବଲରେ ବିଜୟ ରନ ସ୍କୋର କରିଥିଲେ, ପଞ୍ଜାବ କିଙ୍ଗ୍ସର ସହ-ମାଲିକ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଆନନ୍ଦରେ ନିଜ ଚେୟାରରୁ ଡେଇଁପଡି ଷ୍ଟାଣ୍ଡରୁ ବିଜୟ ଉତ୍ସବ ପାଳନ କରିବାକୁ ଲାଗିଲେ। ପ୍ରୀତି ଜିଣ୍ଟାଙ୍କ ଏହି ମଜାଳିଆ ଶୈଳୀର ଭିଡିଓ ଭାଇରାଲ ହୋଇଛି।
ସୂଚନାଯୋଗ୍ୟ, ଗତ ବର୍ଷ ଆଇପିଏଲ ନିଲାମରେ ଶଶାଙ୍କ ସିଂଙ୍କୁ କିଣିବାରେ କିଛି ଦ୍ୱନ୍ଦ୍ୱ ରହିଥିଲା। ପଞ୍ଜାବ କିଙ୍ଗ୍ସ ଶଶାଙ୍କ ସିଂଙ୍କୁ ଭୁଲରେ ସେମାନଙ୍କ କ୍ୟାମ୍ପରେ ଅନ୍ତର୍ଭୁକ୍ତ କରିଥିଲା। ଏହା ଅନେକ ହେଡଲାଇନ ସୃଷ୍ଟି କରିଥିଲା ଏବଂ ବର୍ତ୍ତମାନ କ୍ରିକେଟର ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ଚୁପ କରାଇ ଦେଇଛନ୍ତି। ଶଶାଙ୍କ ସିଂ ମାତ୍ର ୨୯ ବଲରେ ୬ ଚୌକା ଓ ଚାରି ଛକା ସହାୟତାରେ ଅପରାଜିତ ୬୧ ରନ ସ୍କୋର କରି ଦଳକୁ ବିଜୟ ଆଡକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?