ମିଳନ ପୂର୍ବରୁ ସାର୍କ ପାଇଁ କାଳ ସାଜିଛି ବେଆଇନ ଟ୍ରଲର,ବୋଟ୍‌

ମହାକାଳପଡ଼ା,୨୯୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପ୍ରକୃତିର ଅନବଦ୍ୟ ସୃଷ୍ଟି ଓ ସାମୁଦ୍ରିକ ଜୀବଜନ୍ତୁମାନଙ୍କ ପାଇଁ ଭୃସ୍ବର୍ଗ। ବିସ୍ତୀର୍ଣ୍ଣ ଲୁଣା ହେନ୍ତାଳ ଜଙ୍ଗଲ, ଗଭୀର ସମୁଦ୍ରର ନୀଳ ଜଳ ରାଶି ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ଗହୀରମଥାର ଜୈବ ବିବିଧତା ଓ ଆଦ୍ରଭୂମିକୁ ସୁଦୂର ପ୍ରଶାନ୍ତ ମହାସାଗରରୁ ସାମୁଦ୍ରିକ ଜୀବଜନ୍ତୁମାନଙ୍କୁ ଆକୃଷ୍ଟ କରିଥାଏ। ସେଥିପାଇଁ ଶୀତଋତୁ ଆରମ୍ଭ ହେବା ମାତ୍ରେ ଗହୀରମଥା ପ୍ରେମରେ ପଡ଼ିଯାଆନ୍ତି ଦେଶ ବିଦେଶର ସାମୁଦ୍ରିକ ବିରଳ ଜୀବଜନ୍ତୁ । ସେମାନଙ୍କ ମଧ୍ୟରେ ଅଲିଭ ରିଡ଼ଲେ କଇଁଛ, ହର୍ସସୁ କ୍ରାବ , ବିଭିନ୍ନ ପ୍ରଜାତିର ଡଲ୍‌ଫିନ , ସାର୍କ ଭଳି ବିରଳ ପ୍ରଜାତିର ମାଛ ଅନେକ ମାଇଲି ସାମୁଦ୍ରିକ ପଥ ଅତିକ୍ରମ କରି ଗହୀରମଥାକୁ ଚାଲି ଆସନ୍ତି ନିଜର ବଂଶ ବିସ୍ତାର ପାଇଁ। ଗହୀରମଥା ନୀଳ ଜଳରାଶିରେ ଚାଲେ ସେମାନଙ୍କ ମିଳନ ପ୍ରକ୍ରିୟା । ଦୀର୍ଘ ୩ ମାସ ସେମାନେ ଗହୀରମଥାରେ ରହିବା ପରେ ଡିମ୍ବ ଦେଇ ସେମାନେ ଶାବକ ଜନ୍ମ ଦେଇଥାନ୍ତି। କିନ୍ତୁ ମିଳନ ପୂର୍ବରୁ ସେମାନଙ୍କ ଚାଲି ଯାଉଛି ଜୀବନ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଳା ବାଟ ଦେଇ ବହୁ ସଂଖ୍ୟାରେ ଟ୍ରଲର, ବୋଟ୍‌ ବେଆଇନ ପ୍ରବେଶ କରିବା ଦ୍ୱାରା ଗାଞ୍ଜ ଜାଲରେ ପଡ଼ି ଏମାନଙ୍କର ଅକାଳରେ ଜୀବନ ଯାଉଛି। ଏହାକୁ ନେଇ ପରିବେଶବିତ୍‌ମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଏକ ସପ୍ତାହ ପୂର୍ବରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ମାଦଳି ମୁହାଁଣରେ ଏକ ବିରଳ ପ୍ରଜାତିର ବ୍ଲାକ୍‌ ଟିପ୍‌ ସାର୍କକୁ (୫କେଜି) ବେଆଇନ ଭାବେ ପ୍ରବେଶ କରିଥିବା ବୋଟ୍‌ରୁ ଜବତ କରିଛି ବନ ବିଭାଗର ସ୍ପେଶାଲ ପାଟ୍ରୋଲିଂ ଟିମ୍‌ ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାତ୍ର କେବଳ ବନ ବିଭାଗକୁ ଛାଡ଼ି ଦେଲେ ସାମୁଦ୍ରିକ ଥାନା, ତଟରକ୍ଷୀ ବାହିନୀର ସୁରକ୍ଷା କର୍ମଚାରୀଙ୍କ ଦେଖା ମିଳୁନି। ବିସ୍ତୀର୍ଣ୍ଣ ଅଞ୍ଚଳକୁ ପଇଁତରା ମାରିବା ବିନ ବିଭାଗ ଟିମ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏ ନେଇ ପରିବେଶ ପ୍ରେମୀ ସମରେନ୍ଦ୍ର ମାହାଳି କୁହନ୍ତି, ବିରଳ ପ୍ରଜାତିର ସାର୍କର ମୁତ୍ୟୁ ଗହୀରମଥା ପାଇଁ ଶୁଭଙ୍କର ନୁହେଁ। ବିଦେଶାଗତ ସାମୁଦ୍ରିକ ଜୀବଜନ୍ତୁମାନଙ୍କ ଅନ୍ତୁଡ଼ିଶାଳ ଭାବେ ଗହୀରମଥା ପରିଚିତ। ପ୍ରତ୍ୟେକ ସାମୁଦ୍ରିକ ଜୀବଜନ୍ତୁମାନଙ୍କୁ ସୁରକ୍ଷା ଦେବା ଆମମାନଙ୍କ ଦାୟିତ୍ୱ । ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣା କୁହନ୍ତି, ବୋଟ୍‌ରୁ ଜବତ ହୋଇଛି ବ୍ଲାକ୍‌ ଟିପ୍‌ ସାର୍କ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପାଟ୍ରୋଲିଂ ଟିମ୍‌ ଦ୍ବାରା ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?