Posted inଖେଳ

ପ୍ରଥମ ଅର୍ଦ୍ଧଶତକ ସହ ମାଇଲଷ୍ଟୋନ ହାତେଇଲେ ଶାର୍ଦ୍ଦୁଳ

ପାର୍ଲ,୨୦।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବଲ ସହ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ନିମ୍ନକ୍ରମରେ ବ୍ୟାଟିଂ କରିବାକୁ ଆସି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ଭାରତୀୟ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲା। ମାତ୍ର ତାଙ୍କ ଯୋଗୁ ପରାଜୟର ବ୍ୟବଧାନ ହ୍ରାସ ପାଇଥିଲା। ଏଥିଯୋଗୁ ସେ ସବା କରିମ, ଲାନ୍ସ କ୍ଲୁଜନର, ଆଣ୍ଡ୍ର୍ୟୁ ହଲ ଓ ରିୟାନ ମ୍ୟାକ୍‌ଲରେନ ବ୍ୟାଟରଙ୍କ ତାଲିକାରେ ସାମିଲ ହୋଇଛନ୍ତି।

ଭାରତୀୟ ଦଳ ୨୧୪ ରନ୍‌ରେ ୮ମ ଉଇକେଟ ହରାଇଥିଲା। ଦଳକୁ ଜିତିବା ପାଇଁ ୮୩ ରନ୍‌ ଦରକାର ଥାଏ। ମ୍ୟାଚ୍‌ ସମ୍ପୂର୍ଣ୍ଣ ରୂପେ ଘରୋଇ ଦଳର ହାତରେ ଥିଲା। ଏଭଳି ପରିସ୍ଥିତିରେ ୯ମ ଉଇକେଟ ପାଇଁ ଯଶପ୍ରୀତ ବୁମରାଙ୍କ ସହ ମିଶି ଶାର୍ଦ୍ଦୁଳ ୪୬ ବଲରେ ଯୋଡ଼ିଥିଲେ ୫୧ ରନ୍‌। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ଇତିହାସରେ ୯ମ କ୍ରମରେ ବ୍ୟାଟିଂ କରିବାକୁ ଆସି ଅର୍ଦ୍ଧଶତକ ହାସଲ କରିବାରେ ଶାର୍ଦ୍ଦୁଳ ୫ମ ବ୍ୟାଟର। କ୍ଲୁଜନର ୨୦୦୦ରେ ନାଗପୁରଠାରେ ୭୫*, ମ୍ୟାକଲରେନ ୨୦୧୩ରେ କାର୍ଡିଫଠାରେ ୭୧*, ହଲ ୨୦୦୬ରେ କେପ ଟାଉନରେ ୫୬, କରିମ ୧୯୯୭ରେ ବ୍ଲୁମଫୋନଟେନ ୫୫ ରନ୍‌ର ପାଳି ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଏହି ଷ୍ଟାର କ୍ରିକେଟର

କଲମ୍ବୋ,୧୫।୮: ଶ୍ରୀଲଙ୍କାର ଷ୍ଟାର କ୍ରିକେଟର ଓ୍ବାନିନ୍ଦୁ ହସରଙ୍ଗା ମଙ୍ଗଳବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନିଜର ସୀମିତ ଓଭର ଖେଳକୁ ଅଧିକ ଗୁରୁତ୍ୱ ଦେବା...

ପ୍ରଶଂସକଙ୍କ ୧୩ ବର୍ଷର ସ୍ବପ୍ନ ପୂରଣ କଲେ ଧୋନୀ

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ହ୍ରାସ ପାଇନାହିଁ। ତାଙ୍କ ପ୍ରଶଂସକମାନେ ଧୋନୀଙ୍କୁ...

ବିଶ୍ୱ ଟାଇଟଲ ବଜାୟ ରଖିଲେ ଗୁର୍ଜାର

ଦୁବାଇ, ୧୧ା୧୧ (ପି.ଟି.)-ଭାରତର ସୁନ୍ଦର ସିଂ ଗୁର୍ଜାର ପୁରୁଷ ଏଫ୍‌୪୬ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ବିଶ୍ୱ ପାରା ଆଥଲେଟିକ୍ସ ଟାଇଟଲ ବଜାୟ ରଖିଛନ୍ତି। ଏଥିସହିତ ସେ...

ପୂର୍ବତନ ୟୁଫା ମୁଖ୍ୟଙ୍କୁ ପଚରାଉଚରା

ପ୍ୟାରିସ,୧୮।୬(ପିଟି)- ପୂର୍ବତନ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ ମୁଖ୍ୟ ମାଇକେଲ ପ୍ଲାଟିନିଙ୍କୁ ଫ୍ରାନ୍ସ ପୋଲିସ ଗିରଫ କରିବା ସହ କାତାରରେ ହେବାକୁ ଯାଉଥିବା ପରବର୍ତ୍ତୀ ଫିଫା ବିଶ୍ୱକପ୍‌...

ବିଶ୍ୱକପ୍‌ ପାଇଁ ସ୍ବତନ୍ତ୍ର ଲକେଟ୍‌ ପିନ୍ଧିଲେ ପାଣ୍ଡ୍ୟା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ନିଆରା ଲୁକ୍‌ ପାଇଁ ପ୍ରସିଦ୍ଧ। କିମ୍ବଦନ୍ତୀ ଫୁଟବଲର ନିଏମାରଙ୍କୁ ଅନୁକରଣ କରୁଥିବା ପାଣ୍ଡ୍ୟା ତାଙ୍କ ଭଳି...

୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜନ କରିବ ଭାରତ

ନୂଆଦିଲ୍ଳୀ,୫।୬(ପି.ଟି.): ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବାକୁ ଅଧିକାର ପାଇଛି। ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ ୧୯୭୯ ପରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ...

କୋହଲି କି ରୋହିତ ନୁହନ୍ତି…ଆଇସିସି ଦିନିକିଆ ଟିମ୍‌ରେ ଏହି ୨ ଭାରତୀୟ ଖେଳାଳି, ବାବରଙ୍କୁ ମିଳିଲା ନେତୃତ୍ୱ

ନୂଆଦିଲ୍ଲୀ,୨୪।୧: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ୨୦୨୨ ପାଇଁ ବର୍ଷର ଦିନିକିଆ ଦଳ ଚୟନ କରିଛି। ଏହି ୧୧ ଜଣିଆ ଆଇସିସି ଦଳରେ ଭାରତୀୟ ଅଧିନାୟକ ରୋହିତ...

ଫେରିଲେ ଷ୍ଟୋଇନିସ୍‌, ବିନା ପରିବର୍ତ୍ତନରେ ଓହ୍ଲାଇଲା କେକେଆର୍‌

ଶାରଜା,୧୩।୧୦: ଅନ୍ତର୍ଜାତୀୟ ଶାରଜା ଗ୍ରାଉଣ୍ଡରେ ବୁଧବାର ସନ୍ଧ୍ୟାରେ ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋଲକାତା...

Advertisement
Archives

Model This Week