Posted inଜାତୀୟ

ଫ୍ଲୋର ଟେଷ୍ଟରେ ଜଣାପଡ଼ିବ ବହୁମତ କାହା ପାଖରେ: ପାଓ୍ବାର

ମୁମ୍ବାଇ,୨୩।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ମହାବିକାଶ ଅଘାଢ଼ି(ଏମ୍‌ଭିଏ) ସରକାରଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ସେ କହିଛନ୍ତି, ବିଧାନସଭାରେ ଆସ୍ଥା ଭୋଟ (ଫ୍ଲୋର ଟେଷ୍ଟ) ହେଲେ ଜଣାପଡ଼ିବ ସଂଖ୍ୟାଗରିଷ୍ଠତା କାହା ପାଖରେ ରହିଛି। ଯେଉଁ ପରିସ୍ଥିତି ଏବେ ସୃଷ୍ଟି ହୋଇଛି ସେଥିରେ ଆମେ ବିଜୟ ଲାଭ କରିବୁ। ଉଦ୍ଧବଙ୍କ ନେତୃତ୍ୱରେ ଏହି ସରକାର ହିଁ ଚାଲିବ, ଏହା ସମଗ୍ର ଦେଶ ଜାଣିବ ବୋଲି ପାଓ୍ବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗୁରୁବାର ଏନ୍‌ସିପି ମୁଖ୍ୟଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଉଦ୍ଧବଙ୍କୁ ସମର୍ଥନ କରାଯାଇଛି। ଏହି ବୈଠକରେ ଏନ୍‌ସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ମହାରାଷ୍ଟ୍ରରେ ଯେକୌଣସି ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରେ ଦଳ ଉଦ୍ଧବଙ୍କ ସହ ସମ୍ପୂର୍ଣ୍ଣ ଛିଡା ହୋଇଛି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଦଳ ଅଘାଡ଼ି ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୨।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୯୬ ନୂଆ କରୋନା...

ୟୁକ୍ରେନ ସଙ୍କଟ ମଧ୍ୟରେ ଚାଇନା-ରୁଷିଆ ରାଷ୍ଟ୍ରପତିଙ୍କ ସହ ବୈଠକ କରିିବେ ମୋଦି

ନୂଆଦିଲ୍ଲୀ,୨୮।୫: ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ବୃଦ୍ଧି ପାଇଥିବା ଅସ୍ଥିରତା ଓ ଲଦାଖ ସୀମାରେ ଚାଇନାର ପୁଣି ନୂଆ ଷଡ଼ଯନ୍ତ୍ର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବ୍ୟାଙ୍କ ଋଣ ଦୁର୍ନୀତି: ଆରବିଆଇ ଅଧିକାରୀଙ୍କ ସିବିଆଇ ଯାଞ୍ଚ ଆବେଦନର ବିଚାର କରିବେ ଏସସି…

ନୂଆଦିଲ୍ଲୀ,୧୭।୧୦ : ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆରବିଆଇ ଅଧିକାରୀଙ୍କ ଭୂମିକାର ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ(ଏସସି) କରିବେ। ଏନେଇ ଶୀର୍ଷକୋର୍ଟ...

ସ୍ବାମୀଙ୍କୁ ବଦନାମ କରିବା ମଦ୍ୟପ କହିବା କ୍ରୁରତା, ହାଇକୋର୍ଟଙ୍କ ରାୟ…

ମୁମ୍ବାଇ,୨୫।୧୦ : ବମ୍ବେ ହାଇକୋର୍ଟ ପରିବାର କୋର୍ଟର ଆଦେଶକୁ କାଏମ ରଖି ରାୟ ଦେଇଛନ୍ତି ଯେ ବିନା ପ୍ରମାଣରେ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ...

ଜୀବନରେ ଯାହା ବି ହୁଅ, ମାତୃଭୂମି-ମାତୃଭାଷା-ମା’ଙ୍କୁ କେବେହେଲେ ଭୁଲ ନାହିଁ: ରାଷ୍ଟ୍ରପତି

ଡେରାଡୁନ,୯।୧୨: ଜୀବନରେ ମାତୃଭୂମି, ମାତୃଭାଷା ଏବଂ ମା’ର ଗୁରୁତ୍ୱ ଅଧିକ। ଯାହାଙ୍କ ପାଖରେ ମମତା ନାହିଁ, ତାଙ୍କୁ ଜ୍ଞାନୀ ବୋଲି କହିଲେ, ଅଜ୍ଞ କିଏ ହେବ।...

ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଖୁବ୍‌ଶୀଘ୍ର ହେବ ପୂରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୮।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଏହି...

‘୨୦୨୪ରେ ଏକତରଫା ଜିତିବେ ମୋଦି’

ନୂଆଦିଲ୍ଲୀ,୧୪।୨: ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ବଡ଼ ଦାବି କରିଛନ୍ତି। ୨୦୨୪ରେ ଭାଜପାର କାହା ସହ ପ୍ରତିଯୋଗିତା ନାହିଁ।...

ଭାରତକୁ ସତର୍କ ସୂଚନା: ଅବୈଧ ମାଂସ ବଜାର ଯୋଗୁ ନୂଆ ମହାମାରୀ ଆଶଙ୍କା

ନୂଆଦିଲ୍ଲୀ,୬।୭: ପ୍ରାଣୀଙ୍କ ସୁରକ୍ଷା ପାଇଁ ପୃଥିବୀରେ ଅଭିଯାନ ଜାରି ରଖିଥିବା ପେଟା(ପିପୁଲ୍ସ୍‌ ଅପ୍‌ ଦି ଇଥିକାଲ ଟ୍ରିଟ୍‌ମେଣ୍ଟ୍‌ ଅଫ୍‌ ଆନିମଲ୍ସ) ପକ୍ଷରୁ ଭାରତ ଲାଗି ସତର୍କ...

Advertisement
Archives

Model This Week