Posted inଜାତୀୟ

ଜେପିସି ଗଠନକୁ ବିରୋଧ କଲେ ଶରଦ ପାଓ୍ବାର…

ନୂଆଦିଲ୍ଲୀ,୮।୪ : ଆଦାନୀ ପ୍ରସଙ୍ଗରେ ଜେପିସି ଗଠନ କରାଯାଇ ଯାଞ୍ଚର ଦାବିକୁ ଏନସିପି ମୁଖ୍ୟ ଶରଦ ପାୱାର ଭୁଲ ବୋଲି କହିଥିଲେ। ଶନିବାର ଦିଲ୍ଲୀରେ ଖବରଦାତାଙ୍କୁ ସେ କହିଛନ୍ତି ବିରୋଧୀଙ୍କର ଏଭଳି ପଦକ୍ଷେପ ଏକ ଦୂରଦୃଷ୍ଟିହୀନ ଯୋଜନା।

ପାୱାର କହିଛନ୍ତି, ଏପରି ଏକ ସମୟ ଥିଲା ଯେତେବେଳେ ଶାସକ ଦଳକୁ ସମାଲୋଚନା କରିବାକୁ ପଡୁଥିଲା, ଆମେ ଟାଟା-ବିର୍ଲା ନାମ ନେଉଥିଲୁ। ଦେଶ ପାଇଁ ଟାଟାର ଅବଦାନ ରହିଛି। ଏବେ ଅମ୍ବାନୀ-ଆଦାନୀଙ୍କ ନାମ ନିଆଯାଉଛି। ଦେଶରେ ସେମାନଙ୍କର ଅବଦାନ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତାଙ୍କ ସ୍ପଷ୍ଟୀକରଣରେ ଶରଦ ପାୱାର କହିଛନ୍ତି, ସାକ୍ଷାତକାର ଆଦାନୀଙ୍କ ବିଷୟରେ ନ ଥିଲା। ଏହା ଅନ୍ୟାନ୍ୟ ବିଷୟ ଉପରେ ଥିଲା। ଯେଉଁଥିରେ ମୋତେ ଆଦାନୀଙ୍କ ବିଷୟରେ ମଧ୍ୟ ପ୍ରଶ୍ନ ପଚରାଯାଇଥିଲା, ଯାହାର ମୁଁ ଉତ୍ତର ଦେଇଥିଲି।
ପାୱାର କହିଛନ୍ତି, ମୁଁ ଜେପିସି ତଦନ୍ତ ଦାବିକୁ ବିରୋଧ କରୁଛି? ମୁଁ ବିରୋଧୀ ଦଳଙ୍କ ସହ ହୋଇଥିବା ବୈଠକରେ ଏହା ମଧ୍ୟ କହିଛି ଯେ ଜେପିସିର ୨୧ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଶାସକ ଦଳର ହେବେ। ତେଣୁ ଯଦି ଅଧିକାଂଶ ଲୋକ ଶାସକ ଦଳର ଅଟନ୍ତି, ତେବେ ସତ୍ୟ କେତେ ପରିମାଣରେ ବାହାରକୁ ଆସିବ? ସେଥିପାଇଁ ମୁଁ କହିଥିଲି, ସୁପ୍ରିମକୋର୍ଟର ଏକ ସ୍ବାଧୀନ ଦଳ ଏହାର ଅନୁସନ୍ଧାନ କରିବା ଉଚିତ।

ଯାଞ୍ଚ ସମ୍ପର୍କରେ ମୋର ମତାମତ ଯେତେ ଦୂର, ମୁଁ କହିଛି, ଏହାର କୌଣସି ଆବଶ୍ୟକତା ନାହିଁ। କାରଣ ଏହା ପ୍ରଭାବଶାଳୀ ହୋଇପାରିବ ନାହିଁ। କାରଣ ଯେତେବେଳେ ଏହା ଗଠନ ହେବ, ସେତେବେଳେ ଭାଜପାର ଏଥିରେ ଅଧିକ ସଦସ୍ୟ ରହିବେ। ଅନ୍ୟ ଦଳଗୁଡ଼ିକର ସଦସ୍ୟ ସଂଖ୍ୟା କମ ରହିବ। ଅନ୍ୟ ଦଳ କେବଳ ଜଣେ କିମ୍ବା ଦୁଇଜଣ ସଦସ୍ୟଙ୍କ ପ୍ରତିନିଧିତ୍ୱ ପାଇବାକୁ ସକ୍ଷମ ହେବେ। ଏପରି ପରିସ୍ଥିତିରେ ଶାସକ ଦଳର ଆବଶ୍ୟକତା ଅନୁଯାୟୀ ସିଦ୍ଧାନ୍ତ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?