Posted inଜାତୀୟ

ଶଙ୍କରାଚାର୍ଯ୍ୟଙ୍କୁ ଛଦ୍ମବେଶୀ ଅସୁର କହିଲେ ଯୋଗୀ ଆଦିତ୍ୟନାଥ! ତେଜିଲା ବିବାଦ

ନୂଆଦିଲ୍ଲୀ,୨୭।୧: ନୂଆମୋଡରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଚାଲିଥିବା ବିବାଦ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି କରାଯାଇଥିବା ମନ୍ତବ୍ୟରେ ମର୍ମାହତ ହୋଇ ଅଯୋଧ୍ୟାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଏହି ବିବାଦ ଚଳିତ ମାସ ପ୍ରୟାଗରାଜ ମାଘ ମେଳାରୁ ଆରମ୍ଭ ହୋଇଛି। ଯେତେବେଳେ ସଙ୍ଗମରେ ପବିତ୍ର ବୁଡ଼ ପକାଇବାକୁ ଯାଉଥିବା ଶଙ୍କରାଚାର୍ଯ୍ୟଙ୍କ ରଥକୁ ପ୍ରଶାସନ ଅଟକାଇଥିଲା। ଭିଡ଼ ଯୋଗୁଁ ଦଳାଚକଟା ଆଶଙ୍କାରେ ଶଙ୍କରାଚାର୍ଯ୍ୟଙ୍କୁ ଚାଲି ଚାଲି ଯିବାକୁ କୁହାଯାଇଥିଲା, ଯାହାକୁ ସେ ‘ଅପମାନ’ ବୋଲି କହି ପ୍ରତିବାଦ କରିଥିଲେ।

ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶଙ୍କରାଚାର୍ଯ୍ୟଙ୍କ ନାମ ନନେଇ ତାଙ୍କୁ ‘କାଳନେମି’ (ଛଦ୍ମବେଶୀ ଅସୁର) ସହ ତୁଳନା କରି ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହାର ଜବାବରେ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ଯୋଗୀ ଜଣେ ରାଜନେତା, ସେ ଧର୍ମ ବିଷୟରେ କଥା ନହୋଇ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ।

ଏହାପରେ ମଙ୍ଗଳବାର ଅଯୋଧ୍ୟାର ଡେପୁଟି ଜିଏସଟି କମିଶନର ପ୍ରଶାନ୍ତ କୁମାର ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ସମ୍ବିଧାନର ସମ୍ମାନ ରକ୍ଷା ପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି।”

ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟ ସମାଜକୁ ବିଭାଜିତ କରୁଛି ଏବଂ ଜଣେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ଅପମାନ ସେ ସହ୍ୟ କରିପାରିବେ ନାହିଁ। ସରକାର ତାଙ୍କର ‘ଅନ୍ନଦାତା’, ତେଣୁ ରୋବଟ୍ ଭଳି କେବଳ ଦରମା ନେବା ତାଙ୍କର କର୍ତ୍ତବ୍ୟ ନୁହେଁ।

ଶଙ୍କରାଚାର୍ଯ୍ୟ ଅନୁସୂଚିତ ଜାତି (SC), ଜନଜାତି (ST) ଏବଂ ଓବିସି (OBC) ଛାତ୍ରଙ୍କ ପାଇଁ UGC ର ନୂତନ ନିୟମକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କୌଣସି ଜାତି ଅନ୍ୟାୟୀ ନୁହେଁ, ବରଂ ବ୍ୟକ୍ତିବିଶେଷ ଅନ୍ୟାୟୀ ହୋଇପାରନ୍ତି। ଜାତି ଜାତି ମଧ୍ୟରେ ବିବାଦ ସୃଷ୍ଟି କରିବା ହିନ୍ଦୁ ଧର୍ମ ପାଇଁ କ୍ଷତିକାରକ, ତେଣୁ ଏହି ନିୟମ ପ୍ରତ୍ୟାହାର ହେବା ଉଚିତ।

ଇସ୍ତଫା ଦେଇଥିବା ଅଧିକାରୀ ପ୍ରଶାନ୍ତ ସିଂହ ଆଗାମୀ ଦିନରେ ସମାଜସେବା କରିବେ ବୋଲି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ଖୁସି ଖବର: UPI ପେମେଣ୍ଟ ଉପରେ ଲାଗିବ ନାହିଁ କୌଣସି ଶୁଳ୍କ ! RuPay ଡେବିଟ କାର୍ଡ କାରବାର ମଧ୍ୟ ରହିବ ମାଗଣା

ନୂଆଦିଲ୍ଲୀ,୧୫।୯: ଯଦି ଆପଣ UPI କିମ୍ବା RuPay ଡେବିଟ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି।…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ଦୁର୍ଗାପୂଜା ପୂର୍ବରୁ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?