Posted inଖେଳ

ମେଲବର୍ନ ଟେଷ୍ଟରେ ଭାରତର ଧଜ୍ଜିଆ ଉଡାଇଦେବ ଅଷ୍ଟ୍ରେଲିଆ ଟିମ୍‌: ଓ୍ବାର୍ନ

ନୂଆଦିଲ୍ଲୀ,୨୪।୧୨: ଭାରତ ବିପକ୍ଷ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ୮ ଉଇକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ। ଦୁଇ ଟିମ୍‌ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଡିସେମ୍ବର ୨୬ରେ ଖେଳାଯିବ। ମ୍ୟାଚ୍‌ ପୂର୍ବରୁ ବାକ୍‌ବିତଣ୍ଡା ଜାରି ରହିଛି। ଏହି କ୍ରମରେ ଅଷ୍ଟ୍ରେଲିଆର ମହାନ ସ୍ପିନର ଶେନ୍‌ ଓ୍ବାର୍ନ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଆଡିଲେଡ୍‌ରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଟିମ୍‌ ଏବେ ବି ଚାପରେ ରହିଛି। ଏଣୁ ଅଷ୍ଟ୍ରେଲିଆ ଦଳ ବକ୍ସିଂ ଡେ ଟେଷ୍ଟରେ ଧଜ୍ଜିଆ ଉଡାଇଦେବ ବୋଲି ସେ କହିଛନ୍ତି। ଅପରପକ୍ଷେ ପୂର୍ବ ଓପନର୍‌ ଗୌତମ ଗମ୍ଭୀର ଆଡିଲେଡ୍‌ ପୂର୍ବ ଦୁଇ ମ୍ୟାଚ୍‌ରେ ଦବ୍‌ଦବା ଥିବା କଥା ଭାରତୀୟ ଟିମ୍‌ ନଭୁଲୁ ବୋଲି କହିଛନ୍ତି।

ଓ୍ବାର୍ନ ‘ଫକ୍ସ କ୍ରିକେଟ୍‌’କୁ କହିଛନ୍ତି, ମୋତେ ଲାଗୁଛି ଅଷ୍ଟ୍ରେଲିଆ ଟିମ୍‌ ତାଙ୍କର ଅବସ୍ଥା ଖରାପ କରିଦେବ। ଭାରତ ପାଖରେ କେ.ଏଲ୍‌ଙ୍କ ଭଳି ଭଲ ଖେଳାଳି ଅଛନ୍ତି। ଶୁଭମନ ଗିଲ, ଅଜିଙ୍କ୍ୟ ରାହାଣେ,ଚେତେଶ୍ୱର ପୂଜାରା ମଧ୍ୟ ରହିବେ। ସେମାନେ କ’ଣ କରିପାରିବେ ତାହା ଜଣା। ମେଲବର୍ନ ପିଚ୍‌ ଶାମିଙ୍କ ପାଇଁ ଭଲ ଥିଲା। ହେଲେ ସେ ଖେଳିପାରିବେ ନାହିଁ। ଏଣୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦୋଷ ନ ଦେଇ ଅଷ୍ଟ୍ରେଲିଆ ବୋଲରଙ୍କ ପ୍ରଶଂସା କରାଯିବା ଉଚିତ। ସେମାନେ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି। ୪ ବୋଲର ଭଲ ବୋଲିଂ କରିଛନ୍ତି। କମିନ୍ସ, ହେଜଲଉଡ୍‌, ଷ୍ଟାର୍କ ଏବଂ ଲିୟୋନ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଯଦି ସେମାନେ ଏହିଭଳି ପାଞ୍ଚ ବର୍ଷ ଖେଳନ୍ତତି ତେବେ ଏହା ଅଷ୍ଟ୍ରେଲିଆ ପାଇଁ ସର୍ବଶ୍ରେଷ୍ଠ ବୋଲିଂ ଆକ୍ରମଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri