Posted inଖେଳ

ବୁମରାଙ୍କ ସଫଳତା ପଛରେ ରହିଛନ୍ତି ପୂର୍ବତନ ଖେଳାଳି

ମୁମ୍ବାଇ,୧୪।୫ : ବର୍ତ୍ତମାନ ବିଶ୍ୱ କ୍ରିକେଟର ଅନ୍ୟତମ ଘାତକ ବୋଲର ଭାବେ ଜଣାଶୁଣା ଭାରତୀୟ ପେସର ଯଶପ୍ରୀତ ବୁମରା। ତାଙ୍କ ଚମତ୍କାର କ୍ୟାରିୟର ପଛରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ୍‌ ଶେନ ବଣ୍ଡଙ୍କ ହାତ। ମୁମ୍ବାଇ ଫ୍ରଞ୍ଚାଇଜ ପକ୍ଷରୁ ଶେୟାର କରାଯାଇଥିବା ଏକ ଭିଡିଓରେ ଏହା କହିଛନ୍ତି ୨୭ ବର୍ଷୀୟ ଡାହଣହାତୀ ପେସର।

“ ବଣ୍ଡ ମତେ ସର୍ବଦା ସାହାଯ୍ୟ କରିନ୍ତି। ମୁଁ ଟିମ୍‌ ଇଣ୍ଡିଆ ପାଇଁ ଖେଳୁଥିଲାବେଳେ ମଧ୍ୟ ତାଙ୍କ ଠାରୁ ଟିପ୍ସ ନିଏ। ଏଣୁ ତାଙ୍କ ସହିତ ମୋ ବ୍ୟକ୍ତିଗତ ସମ୍ପର୍କ ଖୁବ୍‌ ଭଲ। ଆଶା କରୁଛି, ପ୍ରତ୍ୟେକ ବର୍ଷ ତାଙ୍କ ଠାରୁ କିଛି ନୂଆ ଶିକ୍ଷା କରିବି। ଆଉ ମୋ ବୋଲିଂରେ କିଛି ନୂଆ ସାମିଲ କରିବାକୁ ଉଦ୍ୟମ କରିବି। ଛୋଟବେଳେ ତାଙ୍କ ବୋଲିଂ ଦେଖିଥିଲି ଓ ସେବେଠୁ ତାଙ୍କ ବୋଲିଂ ମତେ ଆକର୍ଷିତ କରିଥିଲା। ମୁଁ ୨୦୧୫ରେ ପ୍ରଥମ ଥର ପାଇଁ ତାଙ୍କୁ ଭେଟିଥିଲି। ତାଙ୍କୁ ଭେଟିବା ପରେ ମୁଁ ବହୁତ କିଛି ଶିକ୍ଷା କରିଛି। ତାଙ୍କ ପାଇଁ ମୁଁ ଅନ୍ତର୍ଜାତୀୟ କ୍ରିକେଟରେ ସଫଳ ହୋଇପାରିଛି ” ବୋଲି ଗୁଜରାଟ ପେସର ବୁମରା କହିଛନ୍ତି।

୨୦୧୬ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ବୁମରା ଏପର୍ଯ୍ୟନ୍ତ ୬୭ ଦିନିକିଆ, ୧୮ ଟେଷ୍ଟ ଓ ୫୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଯଥାକ୍ରମେ ୧୦୮, ୮୪ ଓ ୫୯ ଉଇକେଟ ହାତେଇଛନ୍ତି ଏହି ଅନଅର୍ଥଡକ୍ସ ବୋଲର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଖି ହରାଇବା ପରେ ସାମ୍‌ଙ୍କ ଅଲିମ୍ପିକ ଖେଳିବା ଲକ୍ଷ୍ୟ

ଲଣ୍ଡନ, ୨୬।୧୧- ହକିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଛି ବୋଲି ନିକଟରେ ବଲ୍‌ ବାଜି ବାମଆଖି ହରାଇଥିବା ଗ୍ରେଟ୍‌ ବ୍ରିଟେନ ଓ...

ଆଇସିସି ବିଶ୍ୱକପ୍‌: ସେମିଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ- ନ୍ୟୁଜିଲାଣ୍ଡ

ଚେଷ୍ଟର-ଲି- ଷ୍ଟିଟ୍‌,୩।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଦୁଇ ଫେଭରାଇଟ ଦଳ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।...

ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୧୭୪ ରନ୍‌ର ଟାର୍ଗେଟ୍‌

ପୁଣେ,୪।୫: ପୁଣେର ଏମସିଏ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ୪୯ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ସେରେନା, ଓଜନିଆକି

ମେଲବୋର୍ନ, ୨୩।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓପନ୍‌ ମହିଳା ସିଙ୍ଗଲ୍ସରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ମଧ୍ୟ ବିଜୟୀ ହୋଇ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ସେମାନଙ୍କ...

ମୀରାବାଈଙ୍କୁ ସ୍ବର୍ଣ୍ଣ

ଆପିଆ (ସାମୋଆ), ୯।୭ (ପି.ଟି.)- ପ୍ରାକ୍ତନ ବିଶ୍ୱ ବିଜୟିନୀ ତଥା ଭାରତର ତାରକା ଭାରୋତ୍ତୋଳିକା ମୀରାବାଈ ଚାଣୁ ଏଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ସମ୍ମାନଜନକ ରାଜ୍ୟଗୋଷ୍ଠୀ...

ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର: ଆକାଶ

ନୂଆଦିଲ୍ଲୀ,୧୨।୭: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା କହିଛନ୍ତି। ଭାରତର ଶ୍ରେଷ୍ଠ ୬ଜଣ ଫିଲ୍ଡର ଚୟନ...

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ:ପୋଲାଣ୍ଡକୁ ହରାଇଲା ରୁଷିଆ

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ରୁଷିଆ ୩-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ...

୩୫ଜଣଙ୍କୁ ହକି ଇଣ୍ଡିଆ ଲେଭଲ ‘୨’ କୋଚିଂ ସାର୍ଟିଫିକେଟ

ଭୁବନେଶ୍ୱର,୧୪।୬ (ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଏକାଡେମୀ- ହକି ଇଣ୍ଡିଆ ଲେଭଲ ୨ ଟେକ୍‌ନିକାଲ ଅଫିସିଆଲ କୋର୍ସ ଓ ଏଫ୍‌ଆଇଏଚ୍‌ ଏକାଡେମୀ-...

Advertisement
Archives

Model This Week