Posted inଜାତୀୟ

ମାଡିଆସୁଛି ଅତି ଭୟଙ୍କର ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ,୧୪।୫: ଦକ୍ଷିଣପୂର୍ବ ଆରବ ସାଗର ଓ ଲକ୍ଷଦ୍ୱୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଶନିବାର ଏହା ବାତ୍ୟା(ସାଇକ୍ଲୋନ)ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ, ୧୫ ତାରିଖ ରାତି କିମ୍ବା ୧୬ ତାରିଖ ସକାଳ ବେଳକୁ ଏହା ସାଇକ୍ଲୋନ ବା ବାତ୍ୟା ଓ ୧୭ ତାରିଖ ବେଳକୁ ସିଭିୟର ସାଇକ୍ଲୋନ ବା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୭୫କି.ମି ଟପିପାରେ ବୋଲି ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯ଼ାଇଛି। ବାତ୍ୟା ଭୀଷଣ ରୂପ ଧାରଣ କରି ଉତ୍ତର-ଉତ୍ତରପଶ୍ଚିମ ଗୁଜରାଟ ଆଡକୁ ଗତି କରିବ। ପାକିସ୍ତାନ ଉପକୂଳରେ ଏହା ସମାନ୍ତରଳ ଭାବେ ଆଗକୁ ବଢିବ। ମେ’ ୧୮ ତାରିଖ ସକାଳ ସୁଦ୍ଧା ଗୁଜରାଟ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଉଛି। ଏନେଇ ଗୁଜରାଟରେ ୧୭ ତାରିଖରୁ ବର୍ଷା ଆରମ୍ଭ ହେବ। ସୌରାଷ୍ଟ୍ର ଓ କଛର ଜିଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ମେ’ ୧୯ରେ ରାଜସ୍ଥାନର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ଆକଳନ କରିଛି। ବାତ୍ୟା ପ୍ରଭାବରେ କେରଳର ୫ଟି ଜିଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏନେଇ ଏହି ୫ ଜିଲାକୁ ରେଡ ଆଲର୍ଟ ଜାରି କରାଯାଇଛି। କର୍ନାଟକ, ଗୋଆ, ଲକ୍ଷଦ୍ବୀପ, ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ମିଆଁମାର ଭାଷା ଅନୁସାରେ ଏହି ସମ୍ଭାବ୍ୟ ବାତ୍ୟାର ନାମ ତଉକତେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ କୁୱେତ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ନାବିକ ଉଦ୍ଧାର

ତେହରାନ,୩।୧୦: ହର୍ମୁଜ ପ୍ରଣାଳୀ (Strait of Hormuz) ରେ କୁୱେତୀ ପତାକାବାହୀ ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଏକ ପ୍ରକ୍ଷେପାସ୍ତ୍ର (projectile) ମାଡ଼ ହେବା ପରେ,…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

ଖୁଦୁରୁକୁଣୀ ଭସାଣି ବେଳେ ଏସ୍‌ଆଇଙ୍କୁ ଆକ୍ରମଣ: ଡିଜେ ବଜାଇବାକୁ….

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?