ବଲିଉଡ୍‌ରେ ଡେବ୍ୟୁ କରିବେ ଶନୟା

ମୁମ୍ବାଇ: ବଡ଼ ପରଦାରେ ପାଦ ଦେବେ ଆଉ ଜଣେ ନବାଗତା। ସେ ହେଉଛନ୍ତି ବଲିଉଡ୍‌ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନୟା କପୁର। ଶନୟା ସୋସିଆଲ ମିଡିଆରେ ବେଶ୍‌ ପପୁଲାର ଷ୍ଟାର କିଡ୍‌ ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି। ବିଗତ ଦିନରେ ଶନୟା ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଝିଅ ଫିଲ୍ମରେ ଡେବ୍ୟୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବାପା ସଞ୍ଜୟ କପୁର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଝିଅ ଅତିଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ। ଏକ ଇଣ୍ଟରଭ୍ୟୁରେ ସଞ୍ଜୟ କହିଛନ୍ତି, କରୋନା ମହାମାରୀ ପାଇଁ ଶନୟା ଡେବ୍ୟୁ କରିବାରେ ବିଳମ୍ବ ହେଉଛି। କିନ୍ତୁ ଆମେ ଆଶା ରଖୁଛୁ ଯେ, ସବୁକିଛି ଜଲ୍‌ଦି ଠିକ୍‌ ହୋଇଯିବ। ବଲିଉଡ୍‌ରେ ଶନୟାଙ୍କର ଡେବ୍ୟୁ କରିବା ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ବଡ଼ ଖବର। କେବେଠାରୁ ସେମାନେ ତାଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି। ଫିଲ୍ମ ପରଦାକୁ ଆସି ନ ଥିଲେ ମଧ୍ୟ ବଡ଼ବାପାଙ୍କ ଝିଅ ତଥା ବଡ଼ ଭଉଣୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଞ୍ଜନ ସକ୍ସେନା’: ଦ କାର୍ଗିଲ ଗାର୍ଲ’ରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ଏବେ କେବଳ ଦେଖିବାକୁ ବାକି ରହିଲା ସୋସିଆଲ ମିଡିଆରେ ନିଜ ଷ୍ଟାଇଲ ଓ ଲୁକ୍‌ ପାଇଁ ଲୋକପ୍ରିୟ ଥିବା ଶନୟାଙ୍କୁ ସିଲଭର୍‌ ସ୍କ୍ରିନରେ ଫ୍ୟାନ୍‌ମାନେ କିପରି ଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇରାନ ସହ ଡିଲ୍‌ରେ ପାକିସ୍ତାନର ଲଟେରୀ! ଟ୍ରମ୍ପ ଦେବେ ବଡ଼ ପ୍ୟାକେଜ୍‌, ଜାଣନ୍ତୁ କଣ

ଇସଲାମବାଦ,୧୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ଏବେ କମିବା ପରି ମନେ ହେଉଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏକ…

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

ଅଶୋଧିତ ତୈଳ ମୂଲ୍ୟ ହ୍ରାସ:ଆମେରିକା-ଇରାନ ଚୁକ୍ତି ପରେ ପ୍ରଥମ ଜାହାଜ ଭାବେ ହର୍ମୁଜ ଛାଡ଼ିଲା ‘ଦିଶା’

ଓ୍ବାଶିଂଟନ,୧୫।୬: ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ମାଧ୍ୟମରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ବିବାଦ ଯୋଗୁ ମାସ ମାସ ଧରି…

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri