Posted inଖେଳ

ଅର୍ଜୁନ ଆଓ୍ବାର୍ଡ ଲିଷ୍ଟରେ ସାମିଲ ହେଲେ ଶାମି

ନୂଆଦିଲ୍ଲୀ,୧୪।୧୨: ଚଳିତ ବର୍ଷ ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ଭାରତ ପାଇଁ ଜଣେ ହିରୋ ଭାବେ ନିଜକୁ ପ୍ରମାଣିତ କରିଥିଲେ। ଟୁର୍ନାମେଣ୍ଟରେ ସର୍ବାଧିକ ୱିକେଟ ନେଇ ଶାମି ନମ୍ବରର ଓ୍ବାନ ବୋଲର ଥିଲେ। ବର୍ତ୍ତମାନ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ଭଗାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରୀଡ଼ା କ୍ଷେତ୍ରରେ ଦିଆଯିବାକୁ ଥିବା ଅର୍ଜୁନ ପୁରସ୍କାର ପାଇଁ ମହମ୍ମଦ ଶାମିଙ୍କ ନାମ ଚୟନ କରିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ରୀଡା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଶାମିଙ୍କ ନାମ ଅର୍ଜୁନ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ବିସିସିଆଇ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛି। କ୍ରୀଡ଼ା କ୍ଷେତ୍ରରେ ଦିଆଯାଇଥିବା ଅର୍ଜୁନ ପୁରସ୍କାର ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ପୁରସ୍କାର।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ଏ ଏମ ଖାନୱିଲକରଙ୍କ ନେତୃତ୍ୱରେ ମେଜର ଧ୍ୟାନ ଚାନ୍ଦ ଖେଲ ରତ୍ନ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାର ସମେତ ଚଳିତ ବର୍ଷର କ୍ରୀଡ଼ା ପୁରସ୍କାର ଉପରେ ମନ୍ତ୍ରଣାଳୟ ଏକ ୧୨ ଜଣିଆ କମିଟି ଗଠନ କରିଛି। ତାଙ୍କ ବ୍ୟତୀତ କମିଟିରେ ମୋଟ ୬ ଜଣ ସଦସ୍ୟ ରହିବେ, ଯେଉଁମାନେ ପୂର୍ବତନ ଆନ୍ତର୍ଜାତୀୟ ଆଥଲେଟ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କୁ ଝଟକା: ସିନେଟ୍‌ରେ ଯୁଦ୍ଧ ବିରୋଧୀ ପ୍ରସ୍ତାବ ଗୃହୀତ

ୱାଶିଂଟନ, ୨୫ା୬: ଇରାନ୍‌ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଯୁଦ୍ଧନୀତିକୁ ବଡ଼ ବିରୋଧ କରାଯାଇ ସିନେଟ ପ୍ରଥମ ଥର…

ନାବାଳିକା ଗଣବଳାତ୍କାରର ଶିକାର

ଜି. ଉଦୟଗିରି, ୨୫ା୬ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିବା ନେଇ ଫୁଲବାଣୀ ଟାଉନ୍‌ ଥାନାରେ…

୭୨ ଘଣ୍ଟା ସମୟ ଦେଲେ ସରପଞ୍ଚ ଚାମେଲୀ ଓଝା , କାର୍ଯ୍ୟାନୁଷ୍ଠାନ ନ ହେଲେ ଆପଣାଇବେ ଏହି ପନ୍ଥା…

କେନ୍ଦ୍ରାପଡ଼ା,୨୫ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ସରପଞ୍ଚ ଚାମେଲୀ ଓଝା   ଜଜାଙ୍ଗସ୍ଥିତ ଏସ୍‌ପି ଅଫିସ ସମ୍ମୁଖରେ ନ୍ୟାୟ ଦାବି କରି ବୁଧବାର ଧାରଣାରେ ବସିଥିଲେ।…

ଡେନ୍‌ମାର୍କରେ ମିଳିଲା ‘ଭାଇକିଂ’ ଯୁଗର ବିଶାଳ ବସ୍ତ୍ର ଉତ୍ପାଦନ କେନ୍ଦ୍ର

ସୋଫ୍ଟେନ (ଡେନମାର୍କ), ୨୫ା୬ (ଏପି): ୟୁରୋପର ପ୍ରାଚୀନ ଇତିହାସକୁ ନେଇ ବଡ଼ ପ୍ରତ୍ନତାତ୍ତ୍ୱିକ ସଫଳତା ମିଳିଛି। ଡେନ୍‌ମାର୍କରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଭାଇକିଂ ଯୁଗର ଏକ ବିଶାଳ ବସ୍ତ୍ର ଉତ୍ପାଦନ…

ମୌସୁମୀ ସକ୍ରିୟ, ବଢ଼ିବ ବର୍ଷା: ଏହି ସବୁ ଜିଲାରେ…

ଭୁବନେଶ୍ୱର,୨୫ା୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି ସ୍ଥାନରେ…

ୟୁରୋପରେ ସାଂଘାତିକ ‘ହିଟ୍‌-ଡୋମ୍‌’

ଲଣ୍ଡନ, ୨୫ା୬ (ଏପି): ସମଗ୍ର ପଶ୍ଚିମ ୟୁରୋପରେ ସୃଷ୍ଟି ହୋଇଥିବା ‘ହିଟ୍‌-ଡୋମ୍‌’ (ଉତ୍ତପ୍ତ ବାୟୁ ବଳୟ) ଯୋଗୁ ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍‌ ଭଳି ପ୍ରମୁଖ…

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri