Posted inଜାତୀୟ

ଏବେବି ବ୍ରିଟିଶ ଅଧୀନରେ ‘ଶକୁନ୍ତଳା ରେଲ୍‌ଓ୍ବେ’

ମୁମ୍ବାଇ, ୧୨। ୩: ଦେଶରେ ରେଳ ଯାତ୍ରାକୁ ସୁଗମ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି। ନୂଆ ଜ୍ଞାନ କୌଶଳରେ ନିର୍ମିତ ଟ୍ରେନ୍‌ ମଧ୍ୟ ଦେଶର ବହୁ ପ୍ରାନ୍ତରେ ଚାଲିବା ଆରମ୍ଭ ହେଲାଣି। ଏପରି କି ଭାରତୀୟ ରେଳ ବ୍ୟବସ୍ଥାକୁ ବିଶ୍ୱରେ ଏକ ନମ୍ବର କରିବା ଦିଗରେ ସରକାର ନାନା ରକମର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏତେସବୁ ସୁବିଧା ପରେ ମଧ୍ୟ ମହାରାଷ୍ଟ୍ରର ଶକୁନ୍ତଳା ରେଲ୍‌ଓ୍ବେ ଏବେ ବି ବ୍ରିଟିଶ୍‌ କମ୍ପାନୀ ଅଧୀନରେ ରହିଛି। ମହାରାଷ୍ଟ୍ରର ୟାଭତମାଲରୁ ମୂର୍ତ୍ତିଜାପୁର ପର୍ଯ୍ୟନ୍ତ ପ୍ରାୟ ୧୯୦ କିଲୋମିଟର ଦୂର ଏହି ରେଳଧାରଣା ଲମ୍ବିଛି। ବ୍ରିଟିଶ୍‌ ସରକାର ଭାରତକୁ ଶାସନ କରିବା ସମୟରେ ଏହି ରେଲ୍‌ଓ୍ବେ ନିର୍ମାଣ କରାଯାଇଥିଲା।

୧୯୫୨ରେ ଭାରତ ସରକାରଙ୍କ ପକ୍ଷରୁ ଦେଶର ସମସ୍ତ ରେଳ ଲାଇନ୍‌କୁ ଜାତୀୟକରଣ କରାଯାଇଥିଲା। ସେ ସମୟରେ ସରକାର ଶକୁନ୍ତଳା ରେଳଷ୍ଟେଶନ୍‌କୁ ତାଲିକା ଭୁକ୍ତ କରି ନ ଥିଲେ, ଯଦ୍ଦ୍ବାରା ଏହି ରେଳଧାରଣାରେ ଟ୍ରେନ୍‌ ଚଳାଚଳ ବାବଦକୁ ସରକାର ବାର୍ଷିକ ୧ କୋଟି ଟଙ୍କା ଦେଉଛନ୍ତି। ୧୯୧୦ ମସିହାରେ କିଲ୍ଲିକ୍‌-ନିକ୍ସୋନ୍‌ ନାମକ ଏକ ଘରୋଇ ପ୍ରାଇଭେଟ୍‌ କମ୍ପାନୀ ଶକୁନ୍ତଳା ରେଲ୍‌ଓ୍ବେ ନିର୍ମାଣ କରିଥିଲା। ଶକୁନ୍ତଳା ଷ୍ଟେସନରୁ ବାହାରି ଅଧିକାଂଶ ଯାତ୍ରୀ ୟଭତମାଲରୁ ଅମରାବତୀ ଜିଲା ଅଚଲପୁର ଗାଁକୁ ଯାତାୟାତ କରିଥାନ୍ତି। ଏଥିରେ ପାଖାପାଖି ୨୦ ଘଣ୍ଟା ସମୟ ଲାଗିଥାଏ। ଏହି ଦୁଇ ଗାଁର ଲୋକଙ୍କ ପାଇଁ ଏହି ରେଳପଥ ଏକମାତ୍ର ମାଧ୍ୟମ। ରେଲ୍‌ଓ୍ବେରେ ଚଳାଚଳ କରୁଥିବା ଟ୍ରେନ୍‌ରେ ବାଷ୍ପଚାଳିତ ଇଞ୍ଜିନ୍‌ ଖଞ୍ଜାଯାଇଥିଲା, ଯାହା ୧୯୨୧ରେ ମନ୍‌ଚେଷ୍ଟରରେ ନିର୍ମାଣ ହୋଇଥିଲା। ଏହାର ୭୦ ବର୍ଷ ପରେ ଅର୍ଥାତ୍‌ ୧୯୯୪ ଏପ୍ରିଲ ୧୫ରେ ଇଞ୍ଜିନ୍‌ ବଦଳାଇ ଟ୍ରେନ୍‌ରେ ଡିଜେଲ୍‌ ଇଞ୍ଜିନ୍‌କୁ ଲଗାଯାଇଥିଲା। ସାଧାରଣ ରେଲ୍‌ଓ୍ବେ ତୁଳନାରେ ଶକୁନ୍ତଳା ରେଲଓ୍ବେ ଅପେକ୍ଷାକୃତ ସଙ୍କୀର୍ଣ୍ଣ। ତେବେ ବ୍ରିଟିଶ ସରକାର ଏହି ରେଳବାଇକୁ ୟଭତମାଲରୁ ମୁମ୍ବାଇ ତୁଳା ଟ୍ରାନ୍ସପୋର୍ଟ ପାଇଁ ନିର୍ମାଣ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ଲୋକ ଯିବାଆସିବା ଆରମ୍ଭ କଲେ। ଶକୁନ୍ତଳା ରେଳ ଷ୍ଟେଶନରେ ଏବେ ୭ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ୟଭତମାଲରୁ ଅଚଲପୁର ଯିବା ପାଇଁ ଟିକେଟ୍‌ ଭଡ଼ା ୧୫୦ ଟଙ୍କା। ଏହି ସଙ୍କୀର୍ଣ୍ଣ ରେଳବାଇର ଉନ୍ନତିକରଣ ପାଇଁ ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ୧୫,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?