ବଦଳିବ ଜନଜାତି ସଂଗ୍ରହାଳୟ କଳେବର

ଢେଙ୍କାନାଳ ଅଫିସ, ୧୨।୩ ଢେଙ୍କାନାଳରେ ଥିବା ଜିଲାର ଏକମାତ୍ର ଜନଜାତି ସଂଗ୍ରହାଳୟର କଳେବର ବଦଳିବ। ପର୍ଯ୍ୟଟକ, ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କରିବା ଲାଗି ଏଠାରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ନୀଳନକ୍ସା ପ୍ରସ୍ତୁତ କରାଯାଇଥିବାବେଳେ ନିକଟରେ ଜିଲାପାଳ ସରୋଜ କୁମାର ସେଠୀ ଏହାର ସମୀକ୍ଷା କରିଛନ୍ତି।
ଢେଙ୍କାନାଳ ବଳରାମ ମନ୍ଦିର ନିକଟରେ ଥିବା ଜନଜାତି ସଂଗ୍ରହାଳୟ ଆଦିମ ଜନଜାତିଙ୍କ କାହାଣୀ ବଖାଣୁଛି। ଏଠାରେ ପ୍ରଦର୍ଶିତ ହେଉଛି ଜିଲାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ବ୍ୟବହାର କରୁଥିବା ବାଦ୍ୟଯନ୍ତ୍ର, ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବେଶ ପୋଷାକ, ବାଉଁଶ ତିଆରି ମାଛଧରା ଉପକରଣ, ମାଟିପାତ୍ର ସମେତ ସେମାନେ ଦୈନନ୍ଦିନ ବ୍ୟବହାର କରୁଥିବା ଉପକରଣ। ଏଥିସହ ମୁଣ୍ଡାଘର, ସାନ୍ତାଳୀ ଘର, ଜୁଆଙ୍ଗ ଘରର ନମୁନା ମଧ୍ୟ ରହିଛି। ବନବାସୀଙ୍କ ଜନଜୀବନର ଗହନ କଥା ଜାଣିବା ଲାଗି ବିଭିନ୍ନ ସମୟରେ ଏଠାକୁ ଆସିଥାଆନ୍ତି ପର୍ଯ୍ୟଟକ, ଗବେଷକ ଏବଂ ଛାତ୍ରୀଛାତ୍ର। ତେଣୁ ଏହାକୁ ଜନଜାତି ଶିକ୍ଷା ସାଧନ କେନ୍ଦ୍ର ବୋଲି କୁହାଯାଉଛି। ଶିକ୍ଷା ବିଭାଗ ପରିଚାଳନାରେ ଥିବା ଏହି ସଂଗ୍ରହାଳୟକୁ ନୂଆ ରୂପ ଦେବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ବିଳମ୍ବରେ ହେଲେ ବି ଏଥିପ୍ରତି ପ୍ରଶାସନ ଆଗ୍ରହ ଦେଖାଇଛି। ଏହାକୁ ଆକର୍ଷଣୀୟ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ। ଫଳରେ ଢେଙ୍କାନାଳ ଜିଲାରେ କେଉଁ ଆବହମାନ କାଳରୁ ରହି ଆସୁଥିବା ଜନଜାତି ବର୍ଗଙ୍କ ଜୀବନ ଜୀବିକା ସମ୍ପର୍କରେ ଏବେକାର ପିଢ଼ି ଜ୍ଞାନ ଆହରଣ କରିପାରିବେ।
ଚଳିତ ସପ୍ତାହରେ ଜିଲାପାଳ ସେଠୀ ସଂଗ୍ରହାଳୟ ପରିଦର୍ଶନ କରିବା ସହ ଏହାର ବିକାଶ ପାଇଁ କିପରି ଭିତ୍ତିଭୂମି ପ୍ରସ୍ତୁତ ହେବ ସେ ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ କାର୍ଯ୍ୟନିର୍ବାହୀ ତନ୍ମୟ କୁମାର ଦରୱାନ, ଜିଲା ସମନ୍ବୟ ଓ ପରିସଂଖ୍ୟାନ ବିଭାଗ ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ, ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଖୁବ୍‌ଶୀଘ୍ର ଜନଜାତି ସଂଗ୍ରହାଳୟକୁ ନୂଆ ରୂପ ଦିଆଯିବ। ଫଳରେ ଏଠାକୁ ଅଧିକ ପର୍ଯ୍ୟଟକ ଆସିବା ଲାଗି ଆଗ୍ରହୀ ହେବେ ବୋଲି ଜିଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri