ବଦଳିବ ଜନଜାତି ସଂଗ୍ରହାଳୟ କଳେବର

ଢେଙ୍କାନାଳ ଅଫିସ, ୧୨।୩ ଢେଙ୍କାନାଳରେ ଥିବା ଜିଲାର ଏକମାତ୍ର ଜନଜାତି ସଂଗ୍ରହାଳୟର କଳେବର ବଦଳିବ। ପର୍ଯ୍ୟଟକ, ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କରିବା ଲାଗି ଏଠାରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ନୀଳନକ୍ସା ପ୍ରସ୍ତୁତ କରାଯାଇଥିବାବେଳେ ନିକଟରେ ଜିଲାପାଳ ସରୋଜ କୁମାର ସେଠୀ ଏହାର ସମୀକ୍ଷା କରିଛନ୍ତି।
ଢେଙ୍କାନାଳ ବଳରାମ ମନ୍ଦିର ନିକଟରେ ଥିବା ଜନଜାତି ସଂଗ୍ରହାଳୟ ଆଦିମ ଜନଜାତିଙ୍କ କାହାଣୀ ବଖାଣୁଛି। ଏଠାରେ ପ୍ରଦର୍ଶିତ ହେଉଛି ଜିଲାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ବ୍ୟବହାର କରୁଥିବା ବାଦ୍ୟଯନ୍ତ୍ର, ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବେଶ ପୋଷାକ, ବାଉଁଶ ତିଆରି ମାଛଧରା ଉପକରଣ, ମାଟିପାତ୍ର ସମେତ ସେମାନେ ଦୈନନ୍ଦିନ ବ୍ୟବହାର କରୁଥିବା ଉପକରଣ। ଏଥିସହ ମୁଣ୍ଡାଘର, ସାନ୍ତାଳୀ ଘର, ଜୁଆଙ୍ଗ ଘରର ନମୁନା ମଧ୍ୟ ରହିଛି। ବନବାସୀଙ୍କ ଜନଜୀବନର ଗହନ କଥା ଜାଣିବା ଲାଗି ବିଭିନ୍ନ ସମୟରେ ଏଠାକୁ ଆସିଥାଆନ୍ତି ପର୍ଯ୍ୟଟକ, ଗବେଷକ ଏବଂ ଛାତ୍ରୀଛାତ୍ର। ତେଣୁ ଏହାକୁ ଜନଜାତି ଶିକ୍ଷା ସାଧନ କେନ୍ଦ୍ର ବୋଲି କୁହାଯାଉଛି। ଶିକ୍ଷା ବିଭାଗ ପରିଚାଳନାରେ ଥିବା ଏହି ସଂଗ୍ରହାଳୟକୁ ନୂଆ ରୂପ ଦେବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ବିଳମ୍ବରେ ହେଲେ ବି ଏଥିପ୍ରତି ପ୍ରଶାସନ ଆଗ୍ରହ ଦେଖାଇଛି। ଏହାକୁ ଆକର୍ଷଣୀୟ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ। ଫଳରେ ଢେଙ୍କାନାଳ ଜିଲାରେ କେଉଁ ଆବହମାନ କାଳରୁ ରହି ଆସୁଥିବା ଜନଜାତି ବର୍ଗଙ୍କ ଜୀବନ ଜୀବିକା ସମ୍ପର୍କରେ ଏବେକାର ପିଢ଼ି ଜ୍ଞାନ ଆହରଣ କରିପାରିବେ।
ଚଳିତ ସପ୍ତାହରେ ଜିଲାପାଳ ସେଠୀ ସଂଗ୍ରହାଳୟ ପରିଦର୍ଶନ କରିବା ସହ ଏହାର ବିକାଶ ପାଇଁ କିପରି ଭିତ୍ତିଭୂମି ପ୍ରସ୍ତୁତ ହେବ ସେ ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ କାର୍ଯ୍ୟନିର୍ବାହୀ ତନ୍ମୟ କୁମାର ଦରୱାନ, ଜିଲା ସମନ୍ବୟ ଓ ପରିସଂଖ୍ୟାନ ବିଭାଗ ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ, ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଖୁବ୍‌ଶୀଘ୍ର ଜନଜାତି ସଂଗ୍ରହାଳୟକୁ ନୂଆ ରୂପ ଦିଆଯିବ। ଫଳରେ ଏଠାକୁ ଅଧିକ ପର୍ଯ୍ୟଟକ ଆସିବା ଲାଗି ଆଗ୍ରହୀ ହେବେ ବୋଲି ଜିଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କାଟିବାକୁ ନେଇ ମୂଲଚାଲ

ନୟାଗଡ଼ ଅଫିସ,୫।୧: କଟ୍‌ନୀଛଟ୍‌ନୀକୁ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ ରୋକ୍‌ଠୋକ୍‌ ମନା କରୁଥିବାବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଏହାକୁ ରୋକିବା କାଠିକର ପାଠ ହୋଇ...

ପଶ୍ଚିମବଙ୍ଗ ଗଲେ ଅଗ୍ନିଶମ ବିଭାଗ, ଓଡ୍ରାଫର ୪୦ ଟିମ୍‌

ବାଲେଶ୍ୱର ଅଫିସ, ୨୫।୫-ମହାବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି । ମୁଖ୍ୟମନ୍ତ୍ରୀ ନବୀନ...

ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌...

ବିଦ୍ୟାଳୟ ରାତି ଜଗୁଆଳଙ୍କୁ ଅପହରଣ ଅଭିଯୋଗ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୧ା୧୨(ସ୍ବ.ପ୍ର.): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡ଼କମାଣ୍ଡରା ଗ୍ରାମରେ ଜଣେ ହାଇସ୍କୁଲ ରାତି ଜଗୁଆଳଙ୍କୁ ଅପହରଣ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ ଅପହରଣ କରାଯାଇଥିବା ନେଇ...

ତଦନ୍ତ ପାଇଁ ତଥ୍ୟ ମାଗିଲା ଇଡି

ବ୍ରହ୍ମପୁର ଅଫିସ,୧୦ା୧୧: ଟାଟା ମୋଟର୍ସରେ ଚାକିରି ନଁାରେ ଠକେଇ ମାମଲାରେ ଛନ୍ଦି ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବର୍ତ୍ତମାନ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପ୍ରଦୀପଙ୍କ ବିରୋଧରେ...

ଜଙ୍ଗଲନିଆଁ ରୋକିବାକୁ ‘ଫାୟାର ଲାଇନ୍‌’

କେନ୍ଦୁଝର,୨୨।୨(ସ୍ବ.ପ୍ର): କେନ୍ଦୁଝର ବନଖଣ୍ଡ ସହାୟତାରେ ସଦର ବନାଞ୍ଚଳ ଅନ୍ତର୍ଗତ ପଳାସପଙ୍ଗା ସେକ୍ସନ ଅଧୀନସ୍ଥ ୧୫ଟି ବନ ସୁରକ୍ଷା ସମିତି ଦ୍ୱାରା ଜଙ୍ଗଲ ନିଆଁ ପ୍ରତିକାର ପାଇଁ...

ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଆରମ୍ଭ

ଆନନ୍ଦପୁର(ସ୍ବ.ପ୍ର.)/ହାଟଡିହି(ଡି.ଏନ.ଏ) ୨୩।୫: କେନ୍ଦୁଝର ଜିଲା ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଆରମ୍ଭ ହୋଇଛି। ଶାଳପଡ଼ା ମହିଳା ମହାବିଦ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ...

ଜୁଲାଇରୁ ଆରମ୍ଭ ହେବ ‘ନିର୍ଭୟ କଢି’

ଛତ୍ରପୁର,୨୯।୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଶୁକ୍ରବାର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲା ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement
Archives

Model This Week