ଏକଦା ଶାହାରୁଖ କହିଥିଲେ ମୁଁ ଚାହୁଁଛି ମୋ ପୁଅ ସବୁ ଖରାପ କାମ କରୁ : ଡ୍ରଗ୍ସ ନେଉ, ଝିଅଙ୍କ ପଛେ ଗୋଡ଼ାଉ…

ଡ୍ରଗ୍ସ ମାମଲାରେ ବଲିଉଡର ଭେଟେରାନ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀ ପଚରାଉଚରା କରୁଛନ୍ତି। ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ପାର୍ଟି ଚାଲିଥିବା ବେଳେ ସେଠାରେ ଆର୍ୟନ ମଧ୍ୟ ସାମିଲଥିଲେ। ଏନସିବି ଟିମ୍‌ର ଚଢ଼ାଉ ବେଳେ ଆର୍ୟନଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ପୂର୍ବରୁ ଶାହାରୁଖ ତାଙ୍କ ପୁଅ ବିଷୟରେ କିଛି କହିଥିଲେ, ଯେଉଁଥିପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶାହାରୁଖ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଚାହୁଁଛନ୍ତି, ତାଙ୍କ ପୁଅ ଆୟନ ସେହି ସବୁ ଭୁଲ କାମ କରନ୍ତୁ, ଯାହା ସେ ଯ ଯୁବାବସ୍ଥାରେ କରି ପାରି ନ ଥିଲେ। ବଲିଉଡ୍ର ଭେଟେରାନ ଅଭିନେତା ଶାହରୁଖ ଖାନ ଗତ ୨୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରିଆସୁଛନ୍ତି। ୫୫ ବର୍ଷ ବୟସ୍କ ଶାହରୁଖଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର କିଙ୍ଗ ଖାନ କୁହାଯାଏ। ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ସେ ଏଯାବତ୍‌ ୧୪ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ଯେତେବେଳେ ସେ ତାଙ୍କ ପୁଅ ବିଷୟରେ କହିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଶାହରୁଖ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଚାହୁଁଛନ୍ତି ଯେ, ତାଙ୍କ ପୁଅ ଆର୍ୟନ ସେହି ସବୁ ଭୁଲ କାମ କରୁ, ଯାହା ସେ ଯୁବକ ଅବସ୍ଥାରେ କରିନାହାନ୍ତି।

୧୯୯୭ ମସିହାରେ ଶାହରୁଖ ସିମି ଗରଓ୍ବୋଲଙ୍କ ଟକ ଶୋ’ରେ ପହଞ୍ଚିଥିଲେ। ତାଙ୍କ ସହିତ ତାଙ୍କ ସ୍ତ୍ରୀ ଗୌରୀ ମଧ୍ୟ ଥିଲେ। କିଛି ଦିନ ପୂର୍ବରୁ ସେମାନଙ୍କ ପୁଅ ଆୟନ ଜନ୍ମ ହୋଇଥିଲେ। ସାକ୍ଷାତକାରରେ ଯେତେବେଳେ ସେ ତାଙ୍କ ପୁଅ ବିଷୟରେ କହିଥିଲେ, ସେ ଏପରି କହିବେ ବୋଲି କେହି ଭାବି ନ ଥିଲେ ।

ସାକ୍ଷାତକାରରେ, ଯେତେବେଳେ ସିମି ଶାହରୁଖଙ୍କୁ ପଚାରିଲେ ସେ କିପରି ତାଙ୍କ ପୁଅ ଆର୍ୟନଙ୍କୁ ବଢ଼ାଇବେ? ଏହା ଉପରେ ଶାହରୁଖ କହିଛନ୍ତି ଯେ, ସେ ଚାହୁଁଛନ୍ତି ତାଙ୍କ ପୁଅ ସେହି ସବୁ କାମ କରୁ, ଯାହା ସେ କିଶୋର ଅବସ୍ଥାରେ କରିପାରି ନ ଥିଲେ।
ଶାହରୁଖ କହିଛନ୍ତି ଯେ, ସେ ତାଙ୍କ ପୁଅକୁ ଡ୍ରଗ୍ସ ନେବାକୁ ଏବଂ ଝିଅଙ୍କ ପଛେ ଗୋଡ଼ାଇବାକୁ କହିବେ। ଆର୍ୟନ ଶୀଘ୍ର ସମସ୍ତ କାର୍ଯ୍ୟ ଆରମ୍ଭ କରିବା ଉଚିତ, ଯାହା ମୁଁ କରିପାରିଲି ନାହିଁ ବୋଲି ଶାହରୁଖ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

୭୫ ଟଙ୍କାର ବ୍ୟାଙ୍କ ବାଲାନ୍ସରୁ ଏନ୍‌ଡିଏର ସମ୍ଭାବ୍ୟ ଶକ୍ତି, ଚର୍ଚ୍ଚାରେ ଆଞ୍ଚଳିକ ଦଳ ‘ଏନ୍‌ସିପିଆଇ’ର ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ,୧୫ା୬(ପି.ଟି.): ଆର୍ଥିକବର୍ଷ ୨୦୨୨-୨୩ ଶେଷ ସୁଦ୍ଧା ଯେଉଁ ରାଜନୈତିକ ଦଳର ବ୍ୟାଙ୍କ ଖାତାରେ ମାତ୍ର ୭୫ ଟଙ୍କା ବାକି ରହିଥିଲା, ଆଜି ସେହି ଅଜ୍ଞାତ ଦଳଟି ଜାତୀୟ…

ଇରାନ ଉପରେ ଜୋରଦାର ଖର୍ଚ୍ଚ କରିବେ ଟ୍ରମ୍ପ; ୩୦୦ ବିଲିୟନ ଡଲାର ବର୍ଷା କରିବାକୁ ପ୍ରସ୍ତୁତ!

ତେହରାନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏହି ଚୁକ୍ତିନାମା ଅତି କମରେ ୩୦୦…

ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ ୨ମୃତ

ଅତାବିରା,୧୬।୬(ଯୁଧିଷ୍ଠିର ମହାପାତ୍ର): ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତ୍ରି ୮ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨…

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri