Posted inଜାତୀୟ

ଶାହିସ୍ତା ପରଓ୍ବିନ ମାଫିଆ ଘୋଷିତ ହେବେ: ପୋଲିସ ପ୍ରସ୍ତୁତି ଆରମ୍ଭ…

ଲକ୍ଷ୍ନୌ,୮।୫ : ପୂର୍ବତନ ସମାଜବାଦୀ ପାର୍ଟି (ଏସପି) ଏମପି ତଥା ମାଫିଆ ଅତିକ ଅହମ୍ମଦଙ୍କ ପଳାତକ ସ୍ତ୍ରୀ ଶାହିସ୍ତା ପରଓ୍ବିନଙ୍କୁ ଉତ୍ତରପ୍ରଦେଶ ପୋଲିସ ମାଫିଆ ଘୋଷିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୋଲିସ ଏଫଆଇଆରରେ ଶାହିସ୍ତାଙ୍କୁ ମାଫିଆ ଅପରାଧୀ ଭାବରେ ପଞ୍ଜୀକୃତ କରିଛି। ଏଫଆଇଆରରେ ଏହା ମଧ୍ୟ ଲେଖାଯାଇଛି, ଶାହିସ୍ତାତାଙ୍କ ସହ ଜଣେ ଶୁଟର ରଖନ୍ତି।

ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିବା ସବିରଙ୍କୁ ଶାହିସ୍ତାଙ୍କର ଶୁଟର ବୋଲି ବର୍ଣ୍ଣନା କରାଯାଇଛି। ପ୍ରୟାଗର ଧୁମଙ୍ଗଞ୍ଜ ପୋଲିସ ଷ୍ଟେଶନର ଦାୟିତ୍ୱରେ ଥିବା ରାଜେଶ କୁମାର ମୌର୍ଯ୍ୟ ମେ ୨ରେ ଏକ ଏଫଆଇଆର ଦାଖଲ କରିଥିଲେ।

ଜାଣିବାକୁ ମିଳିଛି ଶାହିସ୍ତା ମୁସଲମାନ ଅଞ୍ଚଳରେ ବୁର୍ଖା ପିନ୍ଧି ଲୁଚି ରହିଛନ୍ତି। ଯାହା ଯୋଗୁ ତାଙ୍କୁ ଧରିବା କଷ୍ଟକର ହୋଇପଡିଛି। ଏହାପୂର୍ବରୁ ପୋଲିସ ସୂଚନା ପାଇଥିଲା ଶାହିସ୍ତା ପ୍ରୟାଗର ହାଟୁଆ ଅଞ୍ଚଳରେ ଲୁଚି ରହିଥିଲେ, ଯେତେବେଳେ ପୋଲିସ ସେଠାରେ ପହଞ୍ଚିଥିଲା, ବୁର୍ଖା ପିନ୍ଧିଥିବା ମହିଳାମାନେ ଦଳକୁ ଘେରି ରହିଥିଲେ। ଏହି କାରଣରୁ ପୋଲିସ ଆଗକୁ ବଢ଼ିପାରି ନ ଥିଲା ଏବଂ ଏହାର ଫାଇଦା ଉଠାଇ ସେ ପଳାଇ ଯାଇଥିଲେ। ସୂତ୍ରରୁ ପ୍ରକାଶ ଯେତେବେଳେ ସ୍ଥାନୀୟ ଲୋକମାନେ ଏସଟିଏଫ ଟିମ ଆକ୍ରମଣ କରିବାକୁ ଆସୁଥିବାର ସୂଚନା ପାଇଥିଲେ, ସେତେବେଳେ ସ୍ଥାନୀୟ ମହିଳାମାନଙ୍କୁ ଘରୁ ବାହାରକୁ ଯାଇ ରାସ୍ତାରେ ଏକାଠି ହେବାକୁ କୁହାଯାଇଥିଲା। ଏହି ଭିଡ଼ର ସୁଯୋଗ ନେଇ ଶାହିସ୍ତାବୁର୍ଖାରେ ପଳାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?