ମୁମ୍ବାଇ, ୧।୧୨ : ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ତାଙ୍କ ଆଗାମୀ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ବ୍ଲକବାଷ୍ଟର ଫିଲ୍ମ ‘ଓ୍ବାର’ ଡିରେକ୍ଟର ସିଦ୍ଧାର୍ଥ ଆନନ୍ଦ ଶାହରୁଖଙ୍କ ପରବର୍ତ୍ତୀ ଫିଲ୍ମ ‘ପଠାନ’ର ନିର୍ଦ୍ଦେଶନା ଦେବେ। ମଙ୍ଗଳବାର ୟଶ ରାଜ ଷ୍ଟୁଡିଓ ବାହାରେ ଦେଖିବାକୁ ମିଳିଛି କିଙ୍ଗ୍ ଖାନଙ୍କ ନ୍ୟୁ ଲୁକ। ଦୀର୍ଘ ଦିନ ପରେ ଲମ୍ବା ବାଳ ରଖିଛନ୍ତି କିଙ୍ଗ୍ ଖାନ। ତାଙ୍କର ନ୍ୟୁ ଲୁକ ଏବେ ଭାଇରାଲ ହେବାରେ ଲାଗିଛି । ଏହି ହେୟାର ଷ୍ଟାଇଲରେ କିଙ୍ଗ୍ ଖାନ ଖୁବ୍ କୁଲ୍ ଲାଗୁଛନ୍ତି। ଆଉ ଶାହରୁଖଙ୍କ ଲୁକ୍କୁ ଖୁବ ପସନ୍ଦ କରୁଛନ୍ତି ୟୁଜର୍ସ।
More pictures of Shah Rukh Khan snapped as he arrives for #Pathan Shoot 🔥🔥 pic.twitter.com/BIO7yXNKMe
— Shah Rukh Khan Warriors FAN Club (@TeamSRKWarriors) November 30, 2020
ତାଙ୍କର ଆଗାମୀ ଫିଲ୍ମ ଲାଗି ଶାହରୁଖ ନୂଆ ଲୁକ୍ ନଜର ଆସୁଥିବା ଫ୍ୟାନମାନେ ଆକଳନ କରୁଛନ୍ତି। ହେଲେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଲମ୍ବା ବାଳ ସହ ପୂର୍ବରୁ ‘ଡନ ୨’ ଓ ‘ରାଓ୍ବାନ’ ଭଳି ସୁପରହିଟ୍ ଫିଲ୍ମ ଦେଇସାରିଛନ୍ତି ଶାହରୁଖ। ଆଗାମୀ ଫିଲ୍ମ ପଠାନରେ ସେ ମୁଖ୍ୟ ଭମିକାରେ ନଜର ଆସିବେ। ଏହା ଏକ ଆକ୍ସନ ଓ ଥ୍ରିଲର ଭିତ୍ତିକ ଫିଲ୍ମ ହେବ।

