ଛାୟାପଥ ତିଆରି କାରଖାନା

ରାତିରେ ମେଘମୁକ୍ତ ଆକାଶକୁ ଚାହିଁଲେ ତାରାଗୁଡ଼ିକୁ ତ ଦେଖୁ। କିନ୍ତୁ ଆଉ ଟିକିଏ ଭଲ କରି ଲକ୍ଷ୍ୟ କଲେ ଗୋଟିଏ ଉଜ୍ଜ୍ୱଳ ରାସ୍ତା ଉତ୍ତରରୁ ଦକ୍ଷିଣ ଆଡ଼କୁ ଲମ୍ବିଥିବାର ଦେଖାଯାଏ। ପ୍ରକୃତରେ ଆକାଶର ଅନ୍ୟ ଅଞ୍ଚଳ ତୁଳନାରେ ସେହି ଅଞ୍ଚଳରେ ତାରାଗୁଡ଼ିକ ଅଧିକ ସଂଖ୍ୟାରେ ଅଛନ୍ତି। ତେଣୁ ଆମକୁ ସେମିତି ଦେଖାଯାଏ। ସେହି ଉଜ୍ଜ୍ୱଳ ରାସ୍ତାଟି ଗୋଟେ ଛାୟାପଥର କିଛି ଅଂଶ, ଯେଉଁ ଛାୟାପଥର ନାମ ‘ଆକାଶଗଙ୍ଗା’। ଆମେ ସେହି ଛାୟାପଥରେ ଅଛୁ। ଆମକୁ ଦିଶୁଥିବା ତାରାଗୁଡ଼ିକ ମଧ୍ୟ ସେହି ଛାୟାପଥରେ ଅଛନ୍ତି। ତାରାଗୁଡ଼ିକ ଆମ ‘ଆକାଶଗଙ୍ଗା’ର କିଛି ଅଂଶ ମାତ୍ର। ତାରାଗୁଡ଼ିକୁ ନେଇ ଛାୟାପଥ ଗଠିତ। ଆମେ ୪ ପରେ ୧୧ଟି ଶୂନ ଲେଖିଲେ ଯାହା ହେବ, ପ୍ରାୟ ସେତିକି ତାରାକୁ ନେଇ ଗୋଟିଏ ଛାୟାପଥ ଗଠିତ। ବିଶ୍ୱବ୍ରହ୍ମାଣ୍ଡରେ ଅତି କମ୍‌ରେ ୧୨୫,୦୦୦,୦୦୦,୦୦୦ ସଂଖ୍ୟକ ଛାୟାପଥ ଅଛନ୍ତି। ‘ଆକାଶଗଙ୍ଗା’ ଛାୟାପଥରେ ରହିଥିବା ସହସ୍ର କୋଟି ତାରକା ଭିତରୁ ଆମର ‘ସୂର୍ଯ୍ୟ’ ଅନ୍ୟତମ। ଆମର ‘ସୂର୍ଯ୍ୟ’ ଗୋଟିଏ ତାରା ବା ନକ୍ଷତ୍ର। ରାତିରେ ଦେଖାଯାଉଥିବା ତାରାଗୁଡ଼ିକ ଗୋଟିଏ ଗୋଟିଏ ବିଶାଳ ସୂର୍ଯ୍ୟ ପରି। ଆମଠାରୁ ବହୁତ ଦୂରରେ ଥିବାରୁ ସେଗୁଡ଼ିକର ତାତି ଆମକୁ ଜଣାପଡ଼େ ନାହିଁ ଓ ସେଗୁଡ଼ିକ ଆମକୁ ଛୋଟ ଛୋଟ ବି ଦିଶନ୍ତି। ‘ସୂର୍ଯ୍ୟ’ ଆମ ନିକଟରେ ଥିବାରୁ ତାହା ଆମକୁ ବଡ଼ ଦିଶୁଛି ଓ ତା’ଠାରୁ ଆସୁଥିବା କିରଣ ଆମକୁ ଗରମ ଲାଗୁଛି।
ଅନନ୍ତ ମହାକାଶରେ ହିଁ ବିଶାଳ ବିଶାଳ ଛାୟାପଥ ତିଆରି ହୁଅନ୍ତି। ମହାକାଶରେ ରହିଥିବା ଧୂଆଁ ପରି ପଦାର୍ଥରୁ ଛାୟାପଥ ସୃଷ୍ଟି ହୋଇଥାଏ। ସେହି ଧୂଆଁକୁ ‘ମହାଜାଗତିକ ବାଦଲ’ ବୋଲି କୁହାଯାଏ। ସାଧାରଣତଃ ମହାଜାଗତିକ ବାଦଲଗୁଡ଼ିକ ପରସ୍ପର ପାଖକୁ ଲାଗିଆସି ଛାୟାପଥ ସୃଷ୍ଟି କରନ୍ତି। କୋଟି କୋଟି ତାରା ଗୋଟିଏ ସ୍ଥାନକୁ ଆକର୍ଷିତ ହୋଇଆସିବା ଫଳରେ ଅନେକ ଛାୟାପଥ ମଧ୍ୟ ସୃଷ୍ଟି ହୋଇଛି। ଛାୟାପଥର ସୃଷ୍ଟି ପ୍ରକ୍ରିୟା ସମ୍ପର୍କରେ ଆଉ ଏକ ମତ୍କାର ବିଷୟ ଆମର ଦୃଷ୍ଟିଗୋର ହୋଇଛି। ‘ନେର’ ଆନ୍ତର୍ଜାତିକ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ନିବନ୍ଧ ଅନୁଯାୟୀ ଗୋଟିଏ ଛାୟାପଥ ଆଉ ଗୋଟିଏ ଛାୟାପଥକୁ ସମ୍ପୂର୍ଣ୍ଣ ଗିଳି ଦେବାର ଦେଖିବାକୁ ମିଳିଛି। ସେହି ଭକ୍ଷଣକାରୀ ଛାୟାପଥର ନାମ ‘ଆନ୍ଦ୍ରୋମେଡ଼ା’। ଆମଠାରୁ ୨୩ ଲକ୍ଷ ଆଲୋକବର୍ଷ ଦୂରତାରେ ଥିବା ଏହା ଆମର ପଡ଼ୋଶୀ ଛାୟାପଥ। ଏହାର ଅର୍ଥ, ସେକେଣ୍ଡକୁ ୩ ଲକ୍ଷ କିଲୋମିଟର ହିସାବରେ ଆଲୋକ ବେଗରେ ଗଲେ ସେହି ଛାୟାପଥ ନିକଟରେ ପହଞ୍ଚିବା ପାଇଁ ଆମକୁ ୨୩ ଲକ୍ଷ ବର୍ଷ ଲାଗିବ। ‘ଆନ୍ଦ୍ରୋମେଡ଼ା’ ‘ଛାୟାପଥ ‘ଟ୍ରାଇଆଙ୍ଗୁଲମ୍‌’ ନାମରେ ଏକ ଛୋଟ ଛାୟାପଥକୁ ଗିଳି ଦେବାର ପ୍ରମାଣ ଜ୍ୟୋତିର୍ବିଜ୍ଞାନୀମାନେ ପାଇଛନ୍ତି। ଛାୟାପଥର ଗଠନ ପ୍ରକ୍ରିୟାରେ ଏଭଳି ଘଟୁଥିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ଆଜି ତା’ର ପ୍ରମାଣ ମିଳିପାରିଛି।
ଆନ୍ଦ୍ରୋମେଡ଼ା ଛାୟାପଥର ଏଭଳି ଅଦ୍ଭୁତ କାଣ୍ଡକୁ ଟେଲିସ୍କୋପ୍‌ ଦ୍ୱାରା ଦେଖାଯାଇଥିଲା। ଆନ୍ଦ୍ରୋମେଡ଼ା ଆର୍କିଓଲୋଜିକାଲ୍‌ ସର୍ଭେର ସଦସ୍ୟମାନେ ଏହି ଫଟୋ ଉଠାଇଥିଲେ। ଯାହା ଜଣାପଡ଼ିଛି, ଆନ୍ଦ୍ରୋମେଡ଼ା ଛାୟାପଥର ପ୍ରବଳ ମାଧ୍ୟାକର୍ଷଣ ବଳ ଦ୍ୱାରା ‘ଟ୍ରାଇଆଙ୍ଗୁଲମ୍‌’ ଛାୟାପଥ ଆକର୍ଷିତ ହେବା ପରେ ଏଭଳି ଘଟିଥିଲା। ବଡ଼ ଛାୟାପଥଟି ଛୋଟ ଛାୟାପଥର କୋଟି କୋଟି ତାରା ଓ ମହାଜାଗତିକ ବାଦଲକୁ ଧୀରେ ଧୀରେ ଗିଳି ଦେଇଥିଲା। ଏହି ପ୍ରକ୍ରିୟା ସକାଶେ ୩୦୦ କୋଟି ବର୍ଷ ଲାଗିଥିଲା। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରନୋମିରେ କାର୍ଯ୍ୟରତ ଜ୍ୟୋତିର୍ବିଜ୍ଞାନୀ ମାଇକ୍‌ ଇରଉଇନ୍‌ଙ୍କ କହିବା ଅନୁଯାୟୀ, କେବଳ ଆନ୍ଦ୍ରୋମେଡ଼ା ଛାୟାପଥ ଏହିପରି ତିଆରି ହୋଇନାହିଁ। ଆମ ଛାୟାପଥ ଆକାଶଗଙ୍ଗା ଏବଂ ଅନନ୍ତ ମହାକାଶରେ ଆହୁରି ଅନେକ ବିଶାଳ ଛାୟାପଥ ଏହିପରି ତିଆରି ହୋଇଛନ୍ତିି।
ବିଶାଳ ଛାୟାପଥଗୁଡ଼ିକ ସେମାନଙ୍କର ନିକଟବର୍ତ୍ତୀ ଛାୟାପଥକୁ ଭକ୍ଷଣ କରିବା ପରେ ଭକ୍ଷିତ ଛାୟାପଥର କିଛି ତାରା ଓ ବାଦଲଗୁଡ଼ିକ ଭକ୍ଷକ ଛାୟାପଥ ଚାରିପଟେ ପଡ଼ି ରହିବା କଥା। କିନ୍ତୁ ବିଶାଳ ଛାୟାପଥଗୁଡ଼ିକ ଆମକୁ ସବୁଦିଗରୁ ଏକାପରି (ସମମୀତ, ସିମେଟ୍ରିକାଲ୍‌) ଦେଖାଯାଏ। ତେଣୁ ଆମେ ଭକ୍ଷିତ ଛାୟାପଥ ବିଷୟରେ ସୂନା ପାଇବା ସମ୍ଭବ ନ ଥିଲା କିମ୍ବା ବିଶାଳ ଛାୟାପଥର ଭକ୍ଷକ ଗୁଣ ବିଷୟରେ ଜାଣିବା ଆମ ପକ୍ଷରେ ସହଜ ନ ଥିଲା। କିନ୍ତୁ ଏବେ ଯେଉଁ ଦୂରବୀକ୍ଷଣ ଯନ୍ତ୍ରର ସହାୟତା ନିଆଯାଇଛି, ତା’ର ଡିଜିଟାଲ୍‌ କ୍ୟାମେରା ଦ୍ୱାରା ପ୍ରାୟ ୧୦ ଲକ୍ଷ ଆଲୋକବର୍ଷ ଓସାରର ଆକାଶକୁ ଏକ ସଙ୍ଗରେ ସ୍ପଷ୍ଟ ଦେଖାଯାଇପାରିବ। ସେଥିପାଇଁ ଗୋଟିଏ ଛାୟାପଥର କେନ୍ଦ୍ରଠାରୁ କୋଟି କୋଟି କି.ମି. ଦୂରରେ ରହିଥିବା ପାରିପାର୍ଶ୍ୱିକ ଅବସ୍ଥାକୁ ନିଖୁଣ ଭାବରେ ଦେଖିବା ସମ୍ଭବ ହୋଇପାରିଛି। ଛାୟାପଥ ଚାରିପଟେ ରହିଥିବା କ୍ଷୀଣ (ଅନୁଜ୍ଜ୍ୱଳ) ତାରାଗୁଡ଼ିକୁ ମଧ୍ୟ ଦେଖିବା ସମ୍ଭବ ହୋଇପାରିଛି। ଆନ୍ଦ୍ରୋମେଡ଼ା ଛାୟାପଥର ନିଖୁଣ ପାରିପାର୍ଶ୍ୱିକ ିତ୍ର ମହାକାଶ ବିଜ୍ଞାନୀମାନଙ୍କର ଆଖି ଖୋଲିଦେଇଛି। ଆନ୍ଦ୍ରୋମେଡ଼ାର ଚାରିପାଖରେ ପଡ଼ି ରହିଥିବା ‘ଟ୍ରାଇଆଙ୍ଗୁଲମ୍‌’ ଛାୟାପଥର ଅବଶିଷ୍ଟାଂଶକୁ ଭଲ ଭାବରେ ିହ୍ନଟ କରିବା ସମ୍ଭବ ହୋଇଛି। ତେଣୁ ଛାୟାପଥଗୁଡ଼ିକର ଭକ୍ଷକ ଗୁଣ ବିଷୟରେ ବୈଜ୍ଞାନିକମାନେ ନିଶ୍ଚିତ ହୋଇପାରିଛନ୍ତି। ପୂର୍ବରୁ ଆନ୍ଦ୍ରୋମେଡ଼ା ଛାୟାପଥକୁ ଏକ ସାଧାରଣ ଛାୟାପଥ ଭାବରେ ନିଆଯାଉଥିଲା। କିନ୍ତୁ ଆଜି ଭକ୍ଷକ ଆନ୍ଦ୍ରୋମେଡ଼ାର କଳ୍ପନାତୀତ ବିଶାଳକାୟ ରୂପ ସମସ୍ତଙ୍କୁ ବିସ୍ମିତ କରିଛି।

ଡ. କମଳାକାନ୍ତ ଜେନା
-ଓ.ଇ.ଏସ୍‌-୧, ବିଜ୍ଞାନ ଏକାଡେମୀ ସଦସ୍ୟ, ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ସରକାରୀ ମହାବିଦ୍ୟାଳୟ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?