ଛାୟାପଥ ତିଆରି କାରଖାନା

ରାତିରେ ମେଘମୁକ୍ତ ଆକାଶକୁ ଚାହିଁଲେ ତାରାଗୁଡ଼ିକୁ ତ ଦେଖୁ। କିନ୍ତୁ ଆଉ ଟିକିଏ ଭଲ କରି ଲକ୍ଷ୍ୟ କଲେ ଗୋଟିଏ ଉଜ୍ଜ୍ୱଳ ରାସ୍ତା ଉତ୍ତରରୁ ଦକ୍ଷିଣ ଆଡ଼କୁ ଲମ୍ବିଥିବାର ଦେଖାଯାଏ। ପ୍ରକୃତରେ ଆକାଶର ଅନ୍ୟ ଅଞ୍ଚଳ ତୁଳନାରେ ସେହି ଅଞ୍ଚଳରେ ତାରାଗୁଡ଼ିକ ଅଧିକ ସଂଖ୍ୟାରେ ଅଛନ୍ତି। ତେଣୁ ଆମକୁ ସେମିତି ଦେଖାଯାଏ। ସେହି ଉଜ୍ଜ୍ୱଳ ରାସ୍ତାଟି ଗୋଟେ ଛାୟାପଥର କିଛି ଅଂଶ, ଯେଉଁ ଛାୟାପଥର ନାମ ‘ଆକାଶଗଙ୍ଗା’। ଆମେ ସେହି ଛାୟାପଥରେ ଅଛୁ। ଆମକୁ ଦିଶୁଥିବା ତାରାଗୁଡ଼ିକ ମଧ୍ୟ ସେହି ଛାୟାପଥରେ ଅଛନ୍ତି। ତାରାଗୁଡ଼ିକ ଆମ ‘ଆକାଶଗଙ୍ଗା’ର କିଛି ଅଂଶ ମାତ୍ର। ତାରାଗୁଡ଼ିକୁ ନେଇ ଛାୟାପଥ ଗଠିତ। ଆମେ ୪ ପରେ ୧୧ଟି ଶୂନ ଲେଖିଲେ ଯାହା ହେବ, ପ୍ରାୟ ସେତିକି ତାରାକୁ ନେଇ ଗୋଟିଏ ଛାୟାପଥ ଗଠିତ। ବିଶ୍ୱବ୍ରହ୍ମାଣ୍ଡରେ ଅତି କମ୍‌ରେ ୧୨୫,୦୦୦,୦୦୦,୦୦୦ ସଂଖ୍ୟକ ଛାୟାପଥ ଅଛନ୍ତି। ‘ଆକାଶଗଙ୍ଗା’ ଛାୟାପଥରେ ରହିଥିବା ସହସ୍ର କୋଟି ତାରକା ଭିତରୁ ଆମର ‘ସୂର୍ଯ୍ୟ’ ଅନ୍ୟତମ। ଆମର ‘ସୂର୍ଯ୍ୟ’ ଗୋଟିଏ ତାରା ବା ନକ୍ଷତ୍ର। ରାତିରେ ଦେଖାଯାଉଥିବା ତାରାଗୁଡ଼ିକ ଗୋଟିଏ ଗୋଟିଏ ବିଶାଳ ସୂର୍ଯ୍ୟ ପରି। ଆମଠାରୁ ବହୁତ ଦୂରରେ ଥିବାରୁ ସେଗୁଡ଼ିକର ତାତି ଆମକୁ ଜଣାପଡ଼େ ନାହିଁ ଓ ସେଗୁଡ଼ିକ ଆମକୁ ଛୋଟ ଛୋଟ ବି ଦିଶନ୍ତି। ‘ସୂର୍ଯ୍ୟ’ ଆମ ନିକଟରେ ଥିବାରୁ ତାହା ଆମକୁ ବଡ଼ ଦିଶୁଛି ଓ ତା’ଠାରୁ ଆସୁଥିବା କିରଣ ଆମକୁ ଗରମ ଲାଗୁଛି।
ଅନନ୍ତ ମହାକାଶରେ ହିଁ ବିଶାଳ ବିଶାଳ ଛାୟାପଥ ତିଆରି ହୁଅନ୍ତି। ମହାକାଶରେ ରହିଥିବା ଧୂଆଁ ପରି ପଦାର୍ଥରୁ ଛାୟାପଥ ସୃଷ୍ଟି ହୋଇଥାଏ। ସେହି ଧୂଆଁକୁ ‘ମହାଜାଗତିକ ବାଦଲ’ ବୋଲି କୁହାଯାଏ। ସାଧାରଣତଃ ମହାଜାଗତିକ ବାଦଲଗୁଡ଼ିକ ପରସ୍ପର ପାଖକୁ ଲାଗିଆସି ଛାୟାପଥ ସୃଷ୍ଟି କରନ୍ତି। କୋଟି କୋଟି ତାରା ଗୋଟିଏ ସ୍ଥାନକୁ ଆକର୍ଷିତ ହୋଇଆସିବା ଫଳରେ ଅନେକ ଛାୟାପଥ ମଧ୍ୟ ସୃଷ୍ଟି ହୋଇଛି। ଛାୟାପଥର ସୃଷ୍ଟି ପ୍ରକ୍ରିୟା ସମ୍ପର୍କରେ ଆଉ ଏକ ମତ୍କାର ବିଷୟ ଆମର ଦୃଷ୍ଟିଗୋର ହୋଇଛି। ‘ନେର’ ଆନ୍ତର୍ଜାତିକ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ନିବନ୍ଧ ଅନୁଯାୟୀ ଗୋଟିଏ ଛାୟାପଥ ଆଉ ଗୋଟିଏ ଛାୟାପଥକୁ ସମ୍ପୂର୍ଣ୍ଣ ଗିଳି ଦେବାର ଦେଖିବାକୁ ମିଳିଛି। ସେହି ଭକ୍ଷଣକାରୀ ଛାୟାପଥର ନାମ ‘ଆନ୍ଦ୍ରୋମେଡ଼ା’। ଆମଠାରୁ ୨୩ ଲକ୍ଷ ଆଲୋକବର୍ଷ ଦୂରତାରେ ଥିବା ଏହା ଆମର ପଡ଼ୋଶୀ ଛାୟାପଥ। ଏହାର ଅର୍ଥ, ସେକେଣ୍ଡକୁ ୩ ଲକ୍ଷ କିଲୋମିଟର ହିସାବରେ ଆଲୋକ ବେଗରେ ଗଲେ ସେହି ଛାୟାପଥ ନିକଟରେ ପହଞ୍ଚିବା ପାଇଁ ଆମକୁ ୨୩ ଲକ୍ଷ ବର୍ଷ ଲାଗିବ। ‘ଆନ୍ଦ୍ରୋମେଡ଼ା’ ‘ଛାୟାପଥ ‘ଟ୍ରାଇଆଙ୍ଗୁଲମ୍‌’ ନାମରେ ଏକ ଛୋଟ ଛାୟାପଥକୁ ଗିଳି ଦେବାର ପ୍ରମାଣ ଜ୍ୟୋତିର୍ବିଜ୍ଞାନୀମାନେ ପାଇଛନ୍ତି। ଛାୟାପଥର ଗଠନ ପ୍ରକ୍ରିୟାରେ ଏଭଳି ଘଟୁଥିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ଆଜି ତା’ର ପ୍ରମାଣ ମିଳିପାରିଛି।
ଆନ୍ଦ୍ରୋମେଡ଼ା ଛାୟାପଥର ଏଭଳି ଅଦ୍ଭୁତ କାଣ୍ଡକୁ ଟେଲିସ୍କୋପ୍‌ ଦ୍ୱାରା ଦେଖାଯାଇଥିଲା। ଆନ୍ଦ୍ରୋମେଡ଼ା ଆର୍କିଓଲୋଜିକାଲ୍‌ ସର୍ଭେର ସଦସ୍ୟମାନେ ଏହି ଫଟୋ ଉଠାଇଥିଲେ। ଯାହା ଜଣାପଡ଼ିଛି, ଆନ୍ଦ୍ରୋମେଡ଼ା ଛାୟାପଥର ପ୍ରବଳ ମାଧ୍ୟାକର୍ଷଣ ବଳ ଦ୍ୱାରା ‘ଟ୍ରାଇଆଙ୍ଗୁଲମ୍‌’ ଛାୟାପଥ ଆକର୍ଷିତ ହେବା ପରେ ଏଭଳି ଘଟିଥିଲା। ବଡ଼ ଛାୟାପଥଟି ଛୋଟ ଛାୟାପଥର କୋଟି କୋଟି ତାରା ଓ ମହାଜାଗତିକ ବାଦଲକୁ ଧୀରେ ଧୀରେ ଗିଳି ଦେଇଥିଲା। ଏହି ପ୍ରକ୍ରିୟା ସକାଶେ ୩୦୦ କୋଟି ବର୍ଷ ଲାଗିଥିଲା। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରନୋମିରେ କାର୍ଯ୍ୟରତ ଜ୍ୟୋତିର୍ବିଜ୍ଞାନୀ ମାଇକ୍‌ ଇରଉଇନ୍‌ଙ୍କ କହିବା ଅନୁଯାୟୀ, କେବଳ ଆନ୍ଦ୍ରୋମେଡ଼ା ଛାୟାପଥ ଏହିପରି ତିଆରି ହୋଇନାହିଁ। ଆମ ଛାୟାପଥ ଆକାଶଗଙ୍ଗା ଏବଂ ଅନନ୍ତ ମହାକାଶରେ ଆହୁରି ଅନେକ ବିଶାଳ ଛାୟାପଥ ଏହିପରି ତିଆରି ହୋଇଛନ୍ତିି।
ବିଶାଳ ଛାୟାପଥଗୁଡ଼ିକ ସେମାନଙ୍କର ନିକଟବର୍ତ୍ତୀ ଛାୟାପଥକୁ ଭକ୍ଷଣ କରିବା ପରେ ଭକ୍ଷିତ ଛାୟାପଥର କିଛି ତାରା ଓ ବାଦଲଗୁଡ଼ିକ ଭକ୍ଷକ ଛାୟାପଥ ଚାରିପଟେ ପଡ଼ି ରହିବା କଥା। କିନ୍ତୁ ବିଶାଳ ଛାୟାପଥଗୁଡ଼ିକ ଆମକୁ ସବୁଦିଗରୁ ଏକାପରି (ସମମୀତ, ସିମେଟ୍ରିକାଲ୍‌) ଦେଖାଯାଏ। ତେଣୁ ଆମେ ଭକ୍ଷିତ ଛାୟାପଥ ବିଷୟରେ ସୂନା ପାଇବା ସମ୍ଭବ ନ ଥିଲା କିମ୍ବା ବିଶାଳ ଛାୟାପଥର ଭକ୍ଷକ ଗୁଣ ବିଷୟରେ ଜାଣିବା ଆମ ପକ୍ଷରେ ସହଜ ନ ଥିଲା। କିନ୍ତୁ ଏବେ ଯେଉଁ ଦୂରବୀକ୍ଷଣ ଯନ୍ତ୍ରର ସହାୟତା ନିଆଯାଇଛି, ତା’ର ଡିଜିଟାଲ୍‌ କ୍ୟାମେରା ଦ୍ୱାରା ପ୍ରାୟ ୧୦ ଲକ୍ଷ ଆଲୋକବର୍ଷ ଓସାରର ଆକାଶକୁ ଏକ ସଙ୍ଗରେ ସ୍ପଷ୍ଟ ଦେଖାଯାଇପାରିବ। ସେଥିପାଇଁ ଗୋଟିଏ ଛାୟାପଥର କେନ୍ଦ୍ରଠାରୁ କୋଟି କୋଟି କି.ମି. ଦୂରରେ ରହିଥିବା ପାରିପାର୍ଶ୍ୱିକ ଅବସ୍ଥାକୁ ନିଖୁଣ ଭାବରେ ଦେଖିବା ସମ୍ଭବ ହୋଇପାରିଛି। ଛାୟାପଥ ଚାରିପଟେ ରହିଥିବା କ୍ଷୀଣ (ଅନୁଜ୍ଜ୍ୱଳ) ତାରାଗୁଡ଼ିକୁ ମଧ୍ୟ ଦେଖିବା ସମ୍ଭବ ହୋଇପାରିଛି। ଆନ୍ଦ୍ରୋମେଡ଼ା ଛାୟାପଥର ନିଖୁଣ ପାରିପାର୍ଶ୍ୱିକ ିତ୍ର ମହାକାଶ ବିଜ୍ଞାନୀମାନଙ୍କର ଆଖି ଖୋଲିଦେଇଛି। ଆନ୍ଦ୍ରୋମେଡ଼ାର ଚାରିପାଖରେ ପଡ଼ି ରହିଥିବା ‘ଟ୍ରାଇଆଙ୍ଗୁଲମ୍‌’ ଛାୟାପଥର ଅବଶିଷ୍ଟାଂଶକୁ ଭଲ ଭାବରେ ିହ୍ନଟ କରିବା ସମ୍ଭବ ହୋଇଛି। ତେଣୁ ଛାୟାପଥଗୁଡ଼ିକର ଭକ୍ଷକ ଗୁଣ ବିଷୟରେ ବୈଜ୍ଞାନିକମାନେ ନିଶ୍ଚିତ ହୋଇପାରିଛନ୍ତି। ପୂର୍ବରୁ ଆନ୍ଦ୍ରୋମେଡ଼ା ଛାୟାପଥକୁ ଏକ ସାଧାରଣ ଛାୟାପଥ ଭାବରେ ନିଆଯାଉଥିଲା। କିନ୍ତୁ ଆଜି ଭକ୍ଷକ ଆନ୍ଦ୍ରୋମେଡ଼ାର କଳ୍ପନାତୀତ ବିଶାଳକାୟ ରୂପ ସମସ୍ତଙ୍କୁ ବିସ୍ମିତ କରିଛି।

ଡ. କମଳାକାନ୍ତ ଜେନା
-ଓ.ଇ.ଏସ୍‌-୧, ବିଜ୍ଞାନ ଏକାଡେମୀ ସଦସ୍ୟ, ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ସରକାରୀ ମହାବିଦ୍ୟାଳୟ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri