ଯୌନ ଶୋଷଣର ଖୁଲାସା କରୁଥିବା ଆଇନ ହେବ ରଦ୍ଦ: ଗୋଟିଏ ବର୍ଷରେ ୨୫୦୦ ହାଇ ପ୍ରୋଫାଇଲ ମାମଲାର ପର୍ଦ୍ଦାଫାଶ…

ଓ୍ବାଶିଂଟନ,୨୦।୧୧ : ଏକ ବର୍ଷ ମଧ୍ୟରେ ଆମେରିକାରେ ୨୫୦୦ ଯୌନ ଶୋଷଣ ମାମଲା ସାମ୍ନାକୁ ଆଣିଥିବା ନ୍ୟୁୟର୍କ ଷ୍ଟେଟର ’ଆଡଲ୍ଟ ସର୍ଭାଇଭର୍‌ ଆକ୍ଟ’ ନଭେମ୍ବର ୨୪ ରେ ଶେଷ ହେବ। ଏହି ନିର୍ଦ୍ଦିଷ୍ଟ ନିୟମ ଯୌନ ଶୋଷଣର ଅନେକ ଉଚ୍ଚ-ପ୍ରୋଫାଇଲ ମାମଲାର ପର୍ଦ୍ଦାଫାଶ କରିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆରମ୍ଭ କରି ଅଭିନେତା ରସେଲ ବ୍ରାଣ୍ଡ ଏବଂ ହିପ-ହପ ରାପର ଶପ ଡିଡି ପର୍ଯ୍ୟନ୍ତ ସମସ୍ତେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏମାନଙ୍କୁ ଜରିମାନା ଦଣ୍ଡାଦେଶରେ ଦଣ୍ଡିତ କରାଯାଇଥିଲା କିମ୍ବା ପୀଡ଼ିତା ସମସ୍ୟା କୋର୍ଟ ବାହାରେ ସମାଧାନ କରାଯାଇଥିଲା।

ଏହା ଅନୁସାରେ ୨,୫୮୭ ମାମଲାରେ ନ୍ୟୁୟର୍କ, ନ୍ୟୁୟର୍କ ସିଟି, ସ୍ଥାନୀୟ ସରକାର, କମ୍ପାନୀ, ଡାକ୍ତରଖାନା ଏବଂ ରାଜ୍ୟ ତଥା ଜିଲା ଜେଲ ପ୍ରଶାସକଙ୍କୁ ଅଭିଯୁକ୍ତ କରାଯାଇଥିଲା। ଅଭିଯୋଗ ଆସିଥିଲା ଅପରାଧୀମାନେ ପୀଡ଼ିତାଙ୍କୁ ଶୋଷଣ କରୁଥିବାବେଳେ ଏହି ସଂସ୍ଥା ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ। ନ୍ୟୁୟର୍କର ଜିଲା ଜେଲରେ ଏକାଧିକ ଥର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ୨୪ ନଭେମ୍ବର ୨୦୨୨ରେ ଲାଗୁ ହୋଇଥିବା ନୂତନ ନିୟମ ଏସବୁର ପର୍ଦ୍ଦାଫାଶ ପାଇଁ ଏକ ସୁଯୋଗ ଦେଇଥିଲା ।

ରାଜ୍ୟ ସରକାରଙ୍କ ବିରୋଧରେ ଦାଖଲ ହୋଇଥିବା ଅନେକ ମାମଲା ଜେଲରେ ଯୌନ ଶୋଷଣ ସହ ଜଡିତ ଥିଲା। ଓକିଲ ଆଡାମ ସ୍ଲେଟରଙ୍କ ଫାର୍ମ ଜେଲରେ ଯୌନ ଶୋଷଣକୁ ନେଇ ୧୨୦୦ ରୁ ଅଧିକ ମକଦ୍ଦମା ଦାଏର କରିଛି। ସେମାନେ କହିଛନ୍ତି ୪୭୦ମାମଲା କେବଳ ନ୍ୟୁୟର୍କ ସିଟିର ରାଇକର୍ସ ଦ୍ୱୀପ ଜେଲରୁ ଆସିଛି। ଆଡଭୋକେଟ ଆନ୍ନା ମୋଟ ୬୦୦ରୁ ଅଧିକ ମାମଲା ପଞ୍ଜିକରଣ କରିବାକୁ ଆକଳନ କରୁଛନ୍ତି। କୁହାଯାଉଛି ମହିଳା କଏଦୀମାନେ ପୁରୁଷ ଅଧିକାରୀଙ୍କ ଦ୍ୱାରା ବଳାତ୍କାର ହୋଇଥିଲେ। ବହୁ ସଂଖ୍ୟକ ପୁରୁଷ ମଧ୍ୟ ଯୌନ ଶୋଷଣର ଶିକାର ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୋଦି: କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ଜାକର୍ତ୍ତା,୮ା୭: ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁଙ୍କ…

ଆଜି ଏହି ୨ ଜିଲାରେ ଝଡ଼ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୮ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତରଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଅବପାତ ଦୁର୍ବଳ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri