ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଏହି ଜିଲାରେ ପଡିବ ବଡ଼ ପ୍ରଭାବ, IMD ଡିଜି କହିଲେ…

ଭୁବନେଶ୍ୱର,୨୭।୧୦: ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ସାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି. ରହିବା ବେଳେ ଝଟକା ପବନ ୧୧୦ କିଲୋମିଟର ଯାଏ ବଢିପାରେ। ଘଣ୍ଟା ପ୍ରତି ୧୬ କି.ମି. ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି ବାତ୍ୟା। କାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବ । ଏହାସହ ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ରାତି ଭିତରେ ଆନ୍ଧ୍ର ଉପକୂଳକୁ ମାଡି ଆସିବ ବାତ୍ୟା। ମଛଲିପଟନମ ଓ କଳିଙ୍ଗପଟନମ ଭିତରେ କାକିନା ପାଖରେ ସାଇକ୍ଲୋନ ସ୍ଥଳଭାଗ ଅତିକ୍ରମ କରିବ।

ଏହି ସମୟରେ ବାତ୍ୟାକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇ କହିଛନ୍ତି,
ଓଡ଼ିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ। ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଯିବ। ଦକ୍ଷିଣ ଓଡ଼ିଶା ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ଏହାର ପ୍ରଭାବ ପଡ଼ିବ। ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କି.ମି. ପବନ’ ବହିବ।୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଭାରତକୁ ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ କ୍ଷତି ପହଞ୍ଚାଇଲା? ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୨।୧୨: ଡିସେମ୍ବର ୧୧ ତାରିଖ ରାତିରେ ମୁଲାନପୁରର ମହାରାଜା ଯାଦବିନ୍ଦ୍ର ଆନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା।...

ଆକାଶରୁ ସିଧା କାର ଉପରେ ଖସିଲା ବିମାନ, ଭାଇରାଲ ହେଲା ଭୟଙ୍କ ଭିଡ଼ିଓ

ଫ୍ଲୋରିଡା,୧୨।୧୨: ଏକ ବିମାନ ଆକାଶରୁ ଖସି ସିଧା ଏକ ଚଳନ୍ତା କାର ଉପରେ ପଡ଼ିଲା। ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ଘଟଣା ଘଟିଛି। ବିମାନଟି କାର...

ହେବ ତୃତୀୟ ବିଶ୍ୱଯୁଦ୍ଧ! ଚେତାବନୀ ଦେଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୨।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାରେ ପ୍ରାୟ ବିରକ୍ତ ହୋଇପଡିଲେଣି। ଅନେକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ...

ପ୍ରଥମ ଥର ପାଇଁ ଚାଞ୍ଚଲ୍ୟକର ମର୍ଡର କଲା ChatGPT! ଘଟଣା ଜାଣିଲେ…

ନୂଆଦିଲ୍ଲୀ,୧୨।୧୨:  ବର୍ତ୍ତମାନ ସମୟରେ ଯୁବପିଢିଙ୍କ ମଧ୍ୟରେ ଚାଟଜିପିଟିର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଚାଟଜିପିଟିକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି...

ଭାରତ ନିଜସ୍ୱ ବାୟୁ ମାନଦଣ୍ଡ ସ୍ଥିର କରିବ: ବିଶ୍ୱ ପ୍ରଦୂଷଣ ରାଙ୍କିଙ୍ଗକୁ ଗ୍ରହଣ କଲେନି ସରକାର

ନୂଆଦିଲ୍ଲୀ,୧୨।୧୨: ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରାଙ୍କିଙ୍ଗଗୁଡ଼ିକୁ କୌଣସି ସରକାରୀ କର୍ତ୍ତୃପକ୍ଷ କରୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାୟୁ...

ମାତ୍ର ୧୦୦ ଟଙ୍କାରେ ମିଳିବ ଟି-୨୦ ବିଶ୍ୱକପ ଟିକେଟ୍‌, କେଉଁଠି ଆଉ କେମିତି କରିବେ ବୁକିଂ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୨: ICC ପୁରୁଷ ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ। ଏଥିରେ ଏକ ଗ୍ରୁପ ପର୍ଯ୍ୟାୟ, ଏକ ସୁପର ୮...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ପାରଦ ତଳ ମୁହାଁ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ

ଜି.ଉଦୟଗିରି, ୧୨/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri