ଘୋର ଅବ୍ୟବସ୍ଥା

Dillip Cherian

ଦେଶର ଅର୍ଥବ୍ୟବସ୍ଥା ତଳକୁ ଖସୁଥିତ୍ବାବେଳେ ଟିକସ ସଂଗ୍ରହ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହୋଇଛି। ଏତିକିବେଳେ ଅଧିତ୍କ ଟିକସ ପାଇବାର ଆଶା କରି ସରକାର ନିଜେ କରିଥିତ୍ବା ତ୍ରୁଟି ନର୍ଥ ବ୍ଲକରେ ଭିନ୍ନ ମୋଡ଼ ନେଇଛି। ଏହାକୁ ନେଇ ବହୁ ଅସନ୍ତୋଷ ପ୍ରକାଶ ପାଇଛି। ଆର୍ଥିକ ଦୃଷ୍ଟିରୁ ଯାହା କ୍ଷତିକାରକ ନୁହେଁ ତାହା କାହିଁକି ସ୍ଥିର କରାଯାଉନାହିଁ, ଏଭଳି ପ୍ରଶ୍ନ ରାଇସିନା ହିଲ୍‌ରେ ଘୂରି ବୁଲୁଛି। ଇନ୍‌କମ୍‌ ଟ୍ୟାକ୍ସ(ଆଇଟି)ଡିପାର୍ଟମେଣ୍ଟ ବା ଆୟକର ବିଭାଗର ବହୁଚର୍ଚ୍ଚିତ ଇ-ଫାଇଲିଂ ଓ୍ବେବ୍‌ସାଇଟ୍‌ ଅସଫଳ ହେବା ପରେ ସମସ୍ତେ ଏମିତିକା ପ୍ରଶ୍ନ ଉତ୍‌ଥାପନ କରୁଥିତ୍ବା ଜଣାପଡ଼ିଛି। ଆଇଟି ଅଧିତ୍କାରୀମାନେ ଘୋଷଣା କରିଥିଲେ ଯେ, ନୂଆ ପୋର୍ଟାଲ ଟିକସଦାତାଙ୍କୁ ବହୁ ସାହାଯ୍ୟ କରିବ। ଏହା ମଧ୍ୟ ଟକସ ଭରିବାର ମାଧ୍ୟମକୁ ସହଜ କରିଦେବ ଏବଂ ଏହାଦ୍ୱାରା ଟ୍ୟା୍ଯଯ ପରାମର୍ଶଦାତାଙ୍କ ଉପରେ କମ୍‌ ନିର୍ଭର କରିବାକୁ ପଡ଼ିବ। କିନ୍ତୁ ଏବେ ସଫ୍ଟଓ୍ବେର୍‌ରେ ବହୁ ତ୍ରୁଟି ଯୋଗୁ ଟିକସଦାତାଙ୍କ ମନରେ କ୍ରୋଧ ପ୍ରକାଶ ପାଇଛି , ସେମାନେ ବି ଅସହାୟ ମନେକରୁଛନ୍ତି। ଟିକସଦାତାମାନେ ଲଗ୍‌ ଇନ୍‌ ସମସ୍ୟା ଓ ଗୁରୁତ୍ୱପୂର୍ଣ୍ଣ ପୁରୁଣା ଟ୍ୟାକ୍ସ ଫାଇଲିଂ ଓ୍ବେବ୍‌ସାଇଟ୍‌ ମଧ୍ୟ ନୂଆ ପୋର୍ଟାଲରେ ଦୃଶ୍ୟମାନ ହେଉନାହିଁ ବୋଲି ଜଣାଇଛନ୍ତି। ଦୁର୍ଭାଗ୍ୟବଶତଃ ଏହି ସମୟରେ ପୁରୁଣା ତଥା ଭରସାଯୋଗ୍ୟ ଓ୍ବେବ୍‌ସାଇଟ୍‌ ବନ୍ଦ ହୋଇଯାଇଛି ଓ ନୂଆ ଓ୍ବେବ୍‌ସାଇଟ୍‌ କାମ କରୁନାହିଁ। ବାସ୍ତବରେ ଏଭଳି ଅସୁବିଧାଜନକ ପରିସ୍ଥିତିରେ ପୂର୍ଣ୍ଣ ବିକଶିିତ କୁହାଯାଉଥିବା ପୁରୁଣା ଓ୍ବେବ୍‌ସାଇଟ୍‌ରେ ଅବ୍ୟବସ୍ଥା ଦେଖାଦେବା ବି ଚିନ୍ତା ବଢ଼ାଇ ଦେଇଛି। ଏପରି କି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉକ୍ତ ଅବ୍ୟବସ୍ଥା ସମ୍ପର୍କରେ ଟୁଇଟ୍‌ କରିବା ପରଠାରୁ ଆଇଟି ଓ ଅଧିକାରୀମାନେ ଇନ୍‌ଫୋସିସ୍‌ ଏବଂ ଅନ୍ୟ କର୍ପୋରେଟ ସପ୍ଲାୟର ଆଉଟ୍‌ସୋର୍ସ ସହ ଆଲୋଚନା କରି ସଙ୍କଟଜନକ ସ୍ଥିତି ଦୂର କରିବା ଲାଗି ଚେଷ୍ଟା କରୁଛନ୍ତି। ତେବେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌(ସିବିଡିଟି)ର ଆକ୍ଟିଂ ଚେୟାରମ୍ୟାନ୍‌ ବା କାର୍ଯ୍ୟକାରୀ ଅଧ୍ୟକ୍ଷ ଜଗନ୍ନାଥ ମହାପାତ୍ରଙ୍କୁ ନେତୃତ୍ୱର ପରାକାଷ୍ଠା ବା କୌଶଳ ଦେଖାଇବା ପାଇଁ ଏହା ଏକ ପରୀକ୍ଷାର ମୁହୂର୍ତ୍ତ। ପି. ସି. ମୁଡିଙ୍କ ପରେ ସେ ଏହି ଦାୟିତ୍ୱ ନେଇଛନ୍ତି। ଅନେକଦିନ ଧରି ଏବଂ ଅନେକଥର ମୁଡିଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ଦେବା ପରେ ଠିକ୍‌ ପୁରୁଣା ଓ୍ବେବ୍‌ସାଇଟ୍‌ ବନ୍ଦ ଦେବା ଦିନ ତାଙ୍କ କାର୍ଯ୍ୟକାଳ ଶେଷ ହେଲା ବୋଲି କୁହାଯାଉଛି। ଟ୍ୟାକ୍ସ ବାବୁମାନେ ଏବେ ପୂରା ବ୍ୟସ୍ତ ରହିଥିତ୍ବା ଜଣାପଡିଛି। କମ୍‌ ସମୟରେ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ସେମାନେ ଚେଷ୍ଟା କରୁଛନ୍ତି। ଏଥିତ୍ପାଇଁ ବାବୁମାନେ ଇନ୍‌ଫୋସିସ୍‌ ସହ ଆଲୋଚନା ଚଳାଇଛନ୍ତି। ଏଭଳି ଉଦ୍ୟମରେ ନିଶ୍ଚିତ ଭାବେ ତ୍ରୁଟି ବା ସମସ୍ୟା ଦୂରହେବା ଆଶା ରହିଛି ବୋଲି ଆମକୁ କୁହାଯାଉଛି। ଟିିକସଦାତାମାନେ ବି ନିର୍ଦ୍ଦିଷ୍ଟ ଭାବେ ଏହା ଆଶା କରିବା ସ୍ବାଭାବିକ। ତେବେ ସବୁ କିଛି ଠିକ୍‌ ହେବା ଯାଏ ଟିକସ ସଂଗ୍ରହ ଅଟକି ରହିବ।
ବାବୁମାନେ ମୁହଁାମୁହିଁ
ଫୁଟ୍‌ବଲ୍‌ ଖେଳରେ ଜଣକୁ ଜଣେ ଜଗିବା କୌଶଳ ଆପଣାଯାଇଥାଏ। ଏଥିରେ ଜଣେ ଖେଳାଳି ତାଙ୍କ ପ୍ରତିପକ୍ଷକୁ ରୋକିବା ସହ ତା’ପାଖରେ ଅଧିକ ସମୟ ବଲ୍‌ ରହିବାକୁ ଦେଇ ନ ଥାଏ। ଠିକ୍‌ ଏହିଭଳି ଧାରା ଏବେ କେନ୍ଦ୍ର ଗ୍ରହଣ କରିଛି। ସରକାରୀ ବ୍ୟବସ୍ଥାରେ କାର୍ଯ୍ୟ କରିବା ପରେ ଏବେ ବାହାରେ ରହିଥିତ୍ବା ବାବୁମାନଙ୍କ ପକ୍ଷରୁ ହେଉଥିବା ବିରୋଧକୁ ଅଟକାଇବା ଲାଗି ସରକାର ଚେଷ୍ଟା କରୁଛନ୍ତି। ବାହାରେ ରହି ବାବୁମାନେ ଖୋଲାଖୋଲି ଭାବେ ବିଭିନ୍ନ ସମସ୍ୟା ଉପରେ ମତ ଦେଉଛନ୍ତି। ଯେଉଁ ସମସ୍ୟା ଉପରେ ସେମାନେ ଅଧିକ ଚିନ୍ତା ପ୍ରକଟ କରୁଛନ୍ତି,ତା’ ଉପରେ ହିଁ ମତ ରଖୁଛନ୍ତି। ଏକ ସମୟରେ ପ୍ରଶାସନିକ କୌଶଳ ପାଇଁ ବେଶ୍‌ ଜଣାଶୁଣା ତଥା ସିଭିଲ ସର୍ଭିସ କ୍ୟାରିୟର ମଧ୍ୟରେ ବିଭିନ୍ନ ବିଷୟରେ ଧୁରୀଣ ଥିବା ପୂର୍ବତନ ଅମଲାତନ୍ତ୍ରୀମାନେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଲେଖୁଛନ୍ତି। ସମ୍ଭବତଃ ଏମାନଙ୍କ ଲେଖା ସରକାରଙ୍କୁ ଅତି କ୍ରେଧିତ କରୁଛି। ଉକ୍ତ ବାବୁମାନଙ୍କ ମଧ୍ୟରେ ରହିଛନ୍ତି ପଞ୍ଜାବ ସରକାରଙ୍କ ପୂର୍ବତନ ପରାମର୍ଶଦାତା ତଥା ରୋମାନିଆର ପୂର୍ବତନ ଆମ୍ବାସାଡର ଜୁଲିଓ ରିବେରିଓ, ପୂର୍ବତନ କ୍ୟାବିନେଟ୍‌ ସଚିବ କେ.ଏମ୍‌. ଚନ୍ଦ୍ରଶେଖର, ପୂର୍ବତନ ସଂସ୍କୃତି ସଚିବ ଜଓ୍ବର ସିର୍‌କାର, ପୂର୍ବତନ ବୈଦେଶିକ ସଚିବ ଶ୍ୟାମ୍‌ ସରନ ଏବଂ ଆଉ କେତେଜଣ ଏଭଳି ଜଣାଶୁଣା ଏବଂ ନିରପେକ୍ଷ ପୂର୍ବତନ ସିଭିଲ୍‌ ସର୍ଭାଣ୍ଟ। ସେମାନଙ୍କ କଥାର ଗୁରୁତ୍ୱ ରହିଛି। ସାମୂହିକ ଏବଂ ବ୍ୟକ୍ତିଗତ ଭାବେ ସେମାନେ ପିଏମ୍‌ କେୟାର୍ସ ଫଣ୍ଡ୍‌, କୃଷକ ଆନ୍ଦୋଳନ, ଅନୁଚ୍ଛେଦ ୩୭୦, କୋଭିଡ୍‌ ମହାମାରୀ ନିୟନ୍ତ୍ରଣ, ମାନବ ଅଧିକାର ନିର୍ଯାତନ, ବିବାଦୀୟ ସେଣ୍ଟ୍ରାଲ୍‌ ଭିଷ୍ଟା ଆଦି ବିଷୟ ଉପରେ ମତ ରଖୁଛନ୍ତି। ସେମାନେ ସମ୍ପାଦକୀୟ ପୃଷ୍ଠାରେ ବି ଆର୍ଟିକଲ ଲେଖୁଛନ୍ତି। କେବଳ ଏତିକି ନୁହେଁ , ଏହି ବାବୁମାନେ ମଧ୍ୟ କେନ୍ଦ୍ରକୁ ଖୋଲାଚିଠି ଲେଖିଛନ୍ତି, ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଭଳି ଅଯାଚିତ ପରାମର୍ଶ ସରକାରଙ୍କୁ ସ୍ପଷ୍ଟ ଭାବେ ଅପମାନିତ କରିଛି, ଖୁବ୍‌ ବାଧିଛି ମଧ୍ୟ। ଯେହେତୁ ଏଗୁଡ଼ିକ ଯାହିତାହି ସ୍ବର ନୁହେଁ,ଏହାକୁ ସହଜରେ ଦବାଇ ଦିଆଯାଇପାରିବ ନାହିଁ। ଏଣୁ କେନ୍ଦ୍ର ଅନ୍ୟ ନିରପେକ୍ଷ ବାବୁମାନଙ୍କ ଦ୍ୱାରା ଏମାନଙ୍କୁ ପ୍ରତିରୋଧ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଜଣେ ପୂର୍ବତନ ବାବୁଙ୍କ ମତ ବା ଲେଖା ଉପରେ ଅନ୍ୟ ଜଣେ ବାବୁ ତତ୍‌କ୍ଷଣାତ୍‌ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରକାରଙ୍କୁ ସୁରକ୍ଷା ଦେବା ଲାଗି ସେ ଏହା କରିଛନ୍ତି। ଯଦି ଏଥିରେ କିଛି ନାହିଁ, ତେବେ ଏହା ଗୋଳିଆପାଣିର କିଛି କ୍ଷତି କରିବ ନାହିଁ, ବରଂ ନିଜକୁ ମଇଳା କରିବା ହିଁ ସାର ହେବ। ଗଣମାଧ୍ୟମରେ ବାବୁମାନେ ପରସ୍ପର ମୁହଁାମୁହିଁ ହେଉଥିବାବେଳେ, ସରକାର କିନ୍ତୁ ତାଙ୍କ ଚିରାଚରିତ କାମରେ ଆଗେଇ ଚାଲିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri