ଘୋର ଅବ୍ୟବସ୍ଥା

Dillip Cherian

ଦେଶର ଅର୍ଥବ୍ୟବସ୍ଥା ତଳକୁ ଖସୁଥିତ୍ବାବେଳେ ଟିକସ ସଂଗ୍ରହ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହୋଇଛି। ଏତିକିବେଳେ ଅଧିତ୍କ ଟିକସ ପାଇବାର ଆଶା କରି ସରକାର ନିଜେ କରିଥିତ୍ବା ତ୍ରୁଟି ନର୍ଥ ବ୍ଲକରେ ଭିନ୍ନ ମୋଡ଼ ନେଇଛି। ଏହାକୁ ନେଇ ବହୁ ଅସନ୍ତୋଷ ପ୍ରକାଶ ପାଇଛି। ଆର୍ଥିକ ଦୃଷ୍ଟିରୁ ଯାହା କ୍ଷତିକାରକ ନୁହେଁ ତାହା କାହିଁକି ସ୍ଥିର କରାଯାଉନାହିଁ, ଏଭଳି ପ୍ରଶ୍ନ ରାଇସିନା ହିଲ୍‌ରେ ଘୂରି ବୁଲୁଛି। ଇନ୍‌କମ୍‌ ଟ୍ୟାକ୍ସ(ଆଇଟି)ଡିପାର୍ଟମେଣ୍ଟ ବା ଆୟକର ବିଭାଗର ବହୁଚର୍ଚ୍ଚିତ ଇ-ଫାଇଲିଂ ଓ୍ବେବ୍‌ସାଇଟ୍‌ ଅସଫଳ ହେବା ପରେ ସମସ୍ତେ ଏମିତିକା ପ୍ରଶ୍ନ ଉତ୍‌ଥାପନ କରୁଥିତ୍ବା ଜଣାପଡ଼ିଛି। ଆଇଟି ଅଧିତ୍କାରୀମାନେ ଘୋଷଣା କରିଥିଲେ ଯେ, ନୂଆ ପୋର୍ଟାଲ ଟିକସଦାତାଙ୍କୁ ବହୁ ସାହାଯ୍ୟ କରିବ। ଏହା ମଧ୍ୟ ଟକସ ଭରିବାର ମାଧ୍ୟମକୁ ସହଜ କରିଦେବ ଏବଂ ଏହାଦ୍ୱାରା ଟ୍ୟା୍ଯଯ ପରାମର୍ଶଦାତାଙ୍କ ଉପରେ କମ୍‌ ନିର୍ଭର କରିବାକୁ ପଡ଼ିବ। କିନ୍ତୁ ଏବେ ସଫ୍ଟଓ୍ବେର୍‌ରେ ବହୁ ତ୍ରୁଟି ଯୋଗୁ ଟିକସଦାତାଙ୍କ ମନରେ କ୍ରୋଧ ପ୍ରକାଶ ପାଇଛି , ସେମାନେ ବି ଅସହାୟ ମନେକରୁଛନ୍ତି। ଟିକସଦାତାମାନେ ଲଗ୍‌ ଇନ୍‌ ସମସ୍ୟା ଓ ଗୁରୁତ୍ୱପୂର୍ଣ୍ଣ ପୁରୁଣା ଟ୍ୟାକ୍ସ ଫାଇଲିଂ ଓ୍ବେବ୍‌ସାଇଟ୍‌ ମଧ୍ୟ ନୂଆ ପୋର୍ଟାଲରେ ଦୃଶ୍ୟମାନ ହେଉନାହିଁ ବୋଲି ଜଣାଇଛନ୍ତି। ଦୁର୍ଭାଗ୍ୟବଶତଃ ଏହି ସମୟରେ ପୁରୁଣା ତଥା ଭରସାଯୋଗ୍ୟ ଓ୍ବେବ୍‌ସାଇଟ୍‌ ବନ୍ଦ ହୋଇଯାଇଛି ଓ ନୂଆ ଓ୍ବେବ୍‌ସାଇଟ୍‌ କାମ କରୁନାହିଁ। ବାସ୍ତବରେ ଏଭଳି ଅସୁବିଧାଜନକ ପରିସ୍ଥିତିରେ ପୂର୍ଣ୍ଣ ବିକଶିିତ କୁହାଯାଉଥିବା ପୁରୁଣା ଓ୍ବେବ୍‌ସାଇଟ୍‌ରେ ଅବ୍ୟବସ୍ଥା ଦେଖାଦେବା ବି ଚିନ୍ତା ବଢ଼ାଇ ଦେଇଛି। ଏପରି କି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉକ୍ତ ଅବ୍ୟବସ୍ଥା ସମ୍ପର୍କରେ ଟୁଇଟ୍‌ କରିବା ପରଠାରୁ ଆଇଟି ଓ ଅଧିକାରୀମାନେ ଇନ୍‌ଫୋସିସ୍‌ ଏବଂ ଅନ୍ୟ କର୍ପୋରେଟ ସପ୍ଲାୟର ଆଉଟ୍‌ସୋର୍ସ ସହ ଆଲୋଚନା କରି ସଙ୍କଟଜନକ ସ୍ଥିତି ଦୂର କରିବା ଲାଗି ଚେଷ୍ଟା କରୁଛନ୍ତି। ତେବେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌(ସିବିଡିଟି)ର ଆକ୍ଟିଂ ଚେୟାରମ୍ୟାନ୍‌ ବା କାର୍ଯ୍ୟକାରୀ ଅଧ୍ୟକ୍ଷ ଜଗନ୍ନାଥ ମହାପାତ୍ରଙ୍କୁ ନେତୃତ୍ୱର ପରାକାଷ୍ଠା ବା କୌଶଳ ଦେଖାଇବା ପାଇଁ ଏହା ଏକ ପରୀକ୍ଷାର ମୁହୂର୍ତ୍ତ। ପି. ସି. ମୁଡିଙ୍କ ପରେ ସେ ଏହି ଦାୟିତ୍ୱ ନେଇଛନ୍ତି। ଅନେକଦିନ ଧରି ଏବଂ ଅନେକଥର ମୁଡିଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ଦେବା ପରେ ଠିକ୍‌ ପୁରୁଣା ଓ୍ବେବ୍‌ସାଇଟ୍‌ ବନ୍ଦ ଦେବା ଦିନ ତାଙ୍କ କାର୍ଯ୍ୟକାଳ ଶେଷ ହେଲା ବୋଲି କୁହାଯାଉଛି। ଟ୍ୟାକ୍ସ ବାବୁମାନେ ଏବେ ପୂରା ବ୍ୟସ୍ତ ରହିଥିତ୍ବା ଜଣାପଡିଛି। କମ୍‌ ସମୟରେ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ସେମାନେ ଚେଷ୍ଟା କରୁଛନ୍ତି। ଏଥିତ୍ପାଇଁ ବାବୁମାନେ ଇନ୍‌ଫୋସିସ୍‌ ସହ ଆଲୋଚନା ଚଳାଇଛନ୍ତି। ଏଭଳି ଉଦ୍ୟମରେ ନିଶ୍ଚିତ ଭାବେ ତ୍ରୁଟି ବା ସମସ୍ୟା ଦୂରହେବା ଆଶା ରହିଛି ବୋଲି ଆମକୁ କୁହାଯାଉଛି। ଟିିକସଦାତାମାନେ ବି ନିର୍ଦ୍ଦିଷ୍ଟ ଭାବେ ଏହା ଆଶା କରିବା ସ୍ବାଭାବିକ। ତେବେ ସବୁ କିଛି ଠିକ୍‌ ହେବା ଯାଏ ଟିକସ ସଂଗ୍ରହ ଅଟକି ରହିବ।
ବାବୁମାନେ ମୁହଁାମୁହିଁ
ଫୁଟ୍‌ବଲ୍‌ ଖେଳରେ ଜଣକୁ ଜଣେ ଜଗିବା କୌଶଳ ଆପଣାଯାଇଥାଏ। ଏଥିରେ ଜଣେ ଖେଳାଳି ତାଙ୍କ ପ୍ରତିପକ୍ଷକୁ ରୋକିବା ସହ ତା’ପାଖରେ ଅଧିକ ସମୟ ବଲ୍‌ ରହିବାକୁ ଦେଇ ନ ଥାଏ। ଠିକ୍‌ ଏହିଭଳି ଧାରା ଏବେ କେନ୍ଦ୍ର ଗ୍ରହଣ କରିଛି। ସରକାରୀ ବ୍ୟବସ୍ଥାରେ କାର୍ଯ୍ୟ କରିବା ପରେ ଏବେ ବାହାରେ ରହିଥିତ୍ବା ବାବୁମାନଙ୍କ ପକ୍ଷରୁ ହେଉଥିବା ବିରୋଧକୁ ଅଟକାଇବା ଲାଗି ସରକାର ଚେଷ୍ଟା କରୁଛନ୍ତି। ବାହାରେ ରହି ବାବୁମାନେ ଖୋଲାଖୋଲି ଭାବେ ବିଭିନ୍ନ ସମସ୍ୟା ଉପରେ ମତ ଦେଉଛନ୍ତି। ଯେଉଁ ସମସ୍ୟା ଉପରେ ସେମାନେ ଅଧିକ ଚିନ୍ତା ପ୍ରକଟ କରୁଛନ୍ତି,ତା’ ଉପରେ ହିଁ ମତ ରଖୁଛନ୍ତି। ଏକ ସମୟରେ ପ୍ରଶାସନିକ କୌଶଳ ପାଇଁ ବେଶ୍‌ ଜଣାଶୁଣା ତଥା ସିଭିଲ ସର୍ଭିସ କ୍ୟାରିୟର ମଧ୍ୟରେ ବିଭିନ୍ନ ବିଷୟରେ ଧୁରୀଣ ଥିବା ପୂର୍ବତନ ଅମଲାତନ୍ତ୍ରୀମାନେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଲେଖୁଛନ୍ତି। ସମ୍ଭବତଃ ଏମାନଙ୍କ ଲେଖା ସରକାରଙ୍କୁ ଅତି କ୍ରେଧିତ କରୁଛି। ଉକ୍ତ ବାବୁମାନଙ୍କ ମଧ୍ୟରେ ରହିଛନ୍ତି ପଞ୍ଜାବ ସରକାରଙ୍କ ପୂର୍ବତନ ପରାମର୍ଶଦାତା ତଥା ରୋମାନିଆର ପୂର୍ବତନ ଆମ୍ବାସାଡର ଜୁଲିଓ ରିବେରିଓ, ପୂର୍ବତନ କ୍ୟାବିନେଟ୍‌ ସଚିବ କେ.ଏମ୍‌. ଚନ୍ଦ୍ରଶେଖର, ପୂର୍ବତନ ସଂସ୍କୃତି ସଚିବ ଜଓ୍ବର ସିର୍‌କାର, ପୂର୍ବତନ ବୈଦେଶିକ ସଚିବ ଶ୍ୟାମ୍‌ ସରନ ଏବଂ ଆଉ କେତେଜଣ ଏଭଳି ଜଣାଶୁଣା ଏବଂ ନିରପେକ୍ଷ ପୂର୍ବତନ ସିଭିଲ୍‌ ସର୍ଭାଣ୍ଟ। ସେମାନଙ୍କ କଥାର ଗୁରୁତ୍ୱ ରହିଛି। ସାମୂହିକ ଏବଂ ବ୍ୟକ୍ତିଗତ ଭାବେ ସେମାନେ ପିଏମ୍‌ କେୟାର୍ସ ଫଣ୍ଡ୍‌, କୃଷକ ଆନ୍ଦୋଳନ, ଅନୁଚ୍ଛେଦ ୩୭୦, କୋଭିଡ୍‌ ମହାମାରୀ ନିୟନ୍ତ୍ରଣ, ମାନବ ଅଧିକାର ନିର୍ଯାତନ, ବିବାଦୀୟ ସେଣ୍ଟ୍ରାଲ୍‌ ଭିଷ୍ଟା ଆଦି ବିଷୟ ଉପରେ ମତ ରଖୁଛନ୍ତି। ସେମାନେ ସମ୍ପାଦକୀୟ ପୃଷ୍ଠାରେ ବି ଆର୍ଟିକଲ ଲେଖୁଛନ୍ତି। କେବଳ ଏତିକି ନୁହେଁ , ଏହି ବାବୁମାନେ ମଧ୍ୟ କେନ୍ଦ୍ରକୁ ଖୋଲାଚିଠି ଲେଖିଛନ୍ତି, ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଭଳି ଅଯାଚିତ ପରାମର୍ଶ ସରକାରଙ୍କୁ ସ୍ପଷ୍ଟ ଭାବେ ଅପମାନିତ କରିଛି, ଖୁବ୍‌ ବାଧିଛି ମଧ୍ୟ। ଯେହେତୁ ଏଗୁଡ଼ିକ ଯାହିତାହି ସ୍ବର ନୁହେଁ,ଏହାକୁ ସହଜରେ ଦବାଇ ଦିଆଯାଇପାରିବ ନାହିଁ। ଏଣୁ କେନ୍ଦ୍ର ଅନ୍ୟ ନିରପେକ୍ଷ ବାବୁମାନଙ୍କ ଦ୍ୱାରା ଏମାନଙ୍କୁ ପ୍ରତିରୋଧ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଜଣେ ପୂର୍ବତନ ବାବୁଙ୍କ ମତ ବା ଲେଖା ଉପରେ ଅନ୍ୟ ଜଣେ ବାବୁ ତତ୍‌କ୍ଷଣାତ୍‌ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରକାରଙ୍କୁ ସୁରକ୍ଷା ଦେବା ଲାଗି ସେ ଏହା କରିଛନ୍ତି। ଯଦି ଏଥିରେ କିଛି ନାହିଁ, ତେବେ ଏହା ଗୋଳିଆପାଣିର କିଛି କ୍ଷତି କରିବ ନାହିଁ, ବରଂ ନିଜକୁ ମଇଳା କରିବା ହିଁ ସାର ହେବ। ଗଣମାଧ୍ୟମରେ ବାବୁମାନେ ପରସ୍ପର ମୁହଁାମୁହିଁ ହେଉଥିବାବେଳେ, ସରକାର କିନ୍ତୁ ତାଙ୍କ ଚିରାଚରିତ କାମରେ ଆଗେଇ ଚାଲିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri