ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ

ଅମିତ ଶାହା

୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲା। ଏହା ଥିଲା ଏକଛତ୍ରବାଦ ଅହଂକାରର ଏକ କୁତ୍ସିତ ନିଦର୍ଶନ। ଏହା ମଧ୍ୟ ଦେଶର ଗଣତାନ୍ତ୍ରିକ ପରମ୍ପରା ପ୍ରତି ଥିତ୍ଲା ଏକ ପରିହାସ । ଏକଛତ୍ରବାଦ ଆଡ଼କୁ କାହିଁକି ଢଳିଥିଲା ତାହାର କାରଣ ଏଯାବତ ପ୍ରଶ୍ନରେ ହିଁ ରହିଯାଇଛି। ଏପରି କି ଲୋକଙ୍କ ଅଧିତ୍କାର ଛଡ଼ାଇ ନିଆଯାଇଥିଲା, ପାର୍ଲାମେଣ୍ଟ, ନ୍ୟାୟପାଳିକା, ଏବଂ ଗଣମାଧ୍ୟମର ଗୁରୁତ୍ୱ ହ୍ରାସ କରାଯାଇଥିଲା। ଏହା କେବଳ ଜଣେ ନେତାଙ୍କ ଏକଛତ୍ରବାଦୀ ମନୋଭାବ ଯୋଗୁ ଘଟିଥିଲା। ଏହା କଂଗ୍ରେସର ପାରିବାରିକ ରାଜନୀତିର ଏକ ବାସ୍ତବ ପ୍ରବୃତ୍ତିର ନିଚ୍ଛକ ଛବି।
ଭାରତର ପୁରାତନ ଇତିହାସ ସମୃଦ୍ଧଶୀଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପରିପୂର୍ଣ୍ଣ। କାମ୍ବୋଜ, କଳିଙ୍ଗ, ଲିଚ୍ଛାଭି ସାମ୍ରାଜ୍ୟ ଏହାର ପ୍ରକୃଷ୍ଟ ଦୃଷ୍ଟାନ୍ତ। ଏପରି କି ପୁରାତନ ଶାସ୍ତ୍ର ଋଗ୍‌ବେଦରେ ବି ଗଣତନ୍ତ୍ର ବ୍ୟବସ୍ଥାର ପ୍ରମାଣ ରହିଛି। ଗଣତାନ୍ତ୍ରିକ ସିଦ୍ଧାନ୍ତ ବା ବିଚାର ଆଡ଼କୁ ଉକ୍ତ ଅଭିଯାନ ରାଜତନ୍ତ୍ରରେ ବି ଚାଲୁ ରହିଥିତ୍ଲା। ତେବେ ଯେତେବେଳେ ବିଦେଶୀ ଆକ୍ରମଣକାରୀ ଲୁଣ୍ଠନ କଲେ ସେତେବେଳେ ଏଥିରେ ବାଧା ଆସିଲା। ସେମାନେ ସାମ୍ରାଜ୍ୟ ପରେ ସାମ୍ରାଜ୍ୟ ଜୟ କଲେ ଏବଂ ଧୀରେ ଧୀରେ ସେମାନଙ୍କ ଅତ୍ୟାଚାରୀ ଶାସନ ବିରାଟ ଭୂଖଣ୍ଡରେ ପ୍ରତିଷ୍ଠା କଲେ। ସ୍ବାଧୀନତା ପରେ ଭାରତ ଏକ ଆଧୁନିକ, ପ୍ରଗତିଶୀଳ ଓ ଗଣତାନ୍ତ୍ରିକ ଦେଶ ଭାବେ ଉଭା ହେବା ଲାଗି ବଡ଼ ପଦକ୍ଷେପ ନେଲା। ଦେଶର କୃଷକମାନେ ଆଶା କରିଥିଲେ ଯେ, ଭବିଷ୍ୟତରେ ସରକାରଗୁଡ଼ିକ ସେମାନଙ୍କ ସ୍ବପ୍ନ ପୂରଣ କରିବେ। ସର୍ବୋପରି ନାଗରିକମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ଦେବେ। ତେବେ ସ୍ବାଧୀନତା ସଂଗ୍ରାମ ଜଠରୁ ଜାତ କଂଗ୍ରେସ ଦେଶ ଶସନ କରିବାର ପ୍ରଥମେ ସୁଯୋଗ ଲାଭ କଲା। ଜବାହରଲାଲ ନେହେରୁ ନେତୃତ୍ୱ ନେଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ସାପ୍ତାହିକ ‘ପଞ୍ଚଜନ୍ୟ’କୁ ନିଷିଦ୍ଧ କରାଯିବା ଲାଗି ଏହା ଉପରେ ମହାମତ୍ା ଗାନ୍ଧୀଙ୍କ ହତ୍ୟାକୁ ନେଇ ଭୁଲ୍‌ ଅଭିଯୋଗ ଅଣାଗଲା। ‘ନିଷିଦ୍ଧ’କୁ ଏକ ଅସ୍ତ୍ର ଭାବେ ଉପଯୋଗ କରି ପ୍ରତିପକ୍ଷର ଦୃଷ୍ଟି କୋଣକୁ ଦବାଇ ଦେବାର ଏହା ଥିଲା ପ୍ରଥମ ଘଟଣା।
ସମ୍ବିଧାନ ପ୍ରଚଳନର ପ୍ରାୟ ଏକ ବର୍ଷ ପରେ ୧୯୫୧-୫୨ରେ ତାଙ୍କ ନୀତି ଯୋଗୁ ସମାଲୋଚିତ ହେଉଥିବା ନେହେରୁ ବାକ୍‌ ସ୍ବାଧୀନତା ଉପରେ କଟକଣା ଲଗାଇବା ପାଇଁ ପ୍ରଥମ ସଂଶୋଧନ ଦିଗରେ କାର୍ଯ୍ୟ କଲେ। ସେତେବେଳେ ଏହାକୁ ବିରୋଧ କରିଥିବା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଅଣଦେଖା କରାଯାଇଥିଲା। ଏହା ଥିଲା ଏକଛତ୍ରବାଦର ଅୟମାରମ୍ଭ। ପିତାଙ୍କ ଏକଚ୍ଛତ୍ରବାଦ ନୀତି ଉପରେ ହିଁ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଜୀବନ ଗତିଶୀଳ ହୋଇଥିଲା। ୨୫ ଜୁନ୍‌ ୧୯୭୫ ମଧ୍ୟରାତ୍ରିରେ ଜରୁରୀକାଳୀନ ସ୍ଥିତି ଜାରି କରି ଇନ୍ଦିରା ସାରା ଦେଶକୁ ଏକ କରାଗାରରେ ପରିଣତ କରିଦେଇଥିତ୍ଲେ। ଲୋକମାନ୍ୟ ଜୟପ୍ରକାଶ ନାରାୟଣଙ୍କ ସମତେ ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଏଲ୍‌.କେ.ଆଡଭାନୀଙ୍କୁ ଜେଲରେ ଭର୍ତ୍ତି କକରାଯାଇଥିତ୍ଲା। ନନାଜୀ ଦେଶମୁଖ ଏବଂ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ଭଳି ନେତାମାନେ ଏହି ସଂଗ୍ରାମକୁ ଆଗକୁ ନେଇବା ପାଇଁ ଅଣ୍ଡରଗ୍ରଉଣ୍ଡ୍‌ରେ ରହିଥିଲେ। ଆରଏସ୍‌ଏସ୍‌ ସହ ବହୁ ସମାଜିକ ତଥା ସାଂସ୍କୃତିକ ସଂଗଠନକୁ ସେତେବେଳେ ନିଷିଦ୍ଧ କରାଯାଇତତ୍ଲା। ଗଣମାଧ୍ୟaମର କଣ୍ଠରୋଧ କରାଯାଇଥିଲା। ଦୁଃଖର ବିଷୟ, ଅଧିକାଂଶ ଗଣମାଧ୍ୟମ ସଂସ୍ଥାର କଣ୍ଠରୋଧ କରାଯାଇଥିଲା। ଏପରି କି ଅଧିକାଂଶ ଖବରକାଗଜ କଂଗ୍ରେସର ମୁଖପାତ୍ର ପାଲଟିଗଲେ। ଏସବୁ ଦେଖି ଆଡଭାନୀ କହିଲେ ଯେ, ମିଡିଆକୁ ଯେତେବେଳେ ନଇଁ ଯିବାକୁ କୁହାଗଲା ସେତେବେଳେ ତାହା ଗୁରୁଣ୍ଡିବା ସ୍ତରକୁ ଚାଲିଗଲା ବୋଲି ଆଡଭାନୀଙ୍କ ଏହି ଟିପ୍ପଣି ଦେଇଥିଲେ। ଇନ୍ଦିରା ଗାନ୍ଧୀ ଗଣତନ୍ତ୍ର ଉପରେ ଆକ୍ରମଣ କରିବାରେ ସର୍ବାଗ୍ରେ ରହିଥିତ୍ଲେ ବୋଲି ଆଲୋଚନା ହେଲା। ତାଙ୍କ ନିର୍ବାଚନକୁ ଆହ୍ଲାହାବାଦ ହାଇକୋର୍ଟ ଯେଉଁ ଅସିଦ୍ଧ ଘୋଷଣା କରିଥିଲେ ତାହାକୁ ଇନ୍ଦିରାଙ୍କ ଏକଚ୍ଛତ୍ରବାଦ ମନୋଭାବ ଗ୍ରହଣ କରି ନ ଥିଲା। କଂଗ୍ରେସର ଏକଚ୍ଛତ୍ରବାଦ ଓ ଅସହିଷ୍ଣୁତା କଂଗ୍ରେସର ରକ୍ତମଜାଗତ ହୋଇଥିଲା। ୧୯୭୭ ମସିହାର ପରାଜୟରୁ ଶିକ୍ଷା ଗ୍ରହଣ କରିବା ପରିବର୍ତ୍ତେ ଏହି ଧାରା ଅଗଣତାନ୍ତ୍ରିକ ଭାବେ ରାଜୀବ ଗାନ୍ଧୀଙ୍କ ଲମ୍ବିଥିଲା।
କଂଗ୍ରେସର ଏଭଳି କାର୍ଯ୍ୟ କେବଳ ପରିବାରବାଦ ଯୋଗୁ ଗଡ଼ିଚାଲିଛି। ପାର୍ଟି ଭିତରେ ଅନ୍ତଃଗଣତାନ୍ତ୍ରିକ ଧାରା ନ ଥିବାରୁ ଗଣତନ୍ତ୍ରକୁ ସୁରକ୍ଷିତ ରଖିବ ବୋଲି ଆଶା କରିବା ବୃଥା। ‘ପ୍ରଥମେ ପରିବାର’ ମନୋଭାବ ହେଉଛି ଏକଚ୍ଛତ୍ରବାଦୀ ଲଜ୍ଜା, ଯାହା ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ଭାଜପା ବଂଶବାଦ ରାଜନୀତି କରୁଥିବା ଦଳଗୁଡ଼ିକର କାର୍ଯ୍ୟରେ ରୋକ ଲଗାଇଛି, ଯେଉଁମାନେ କି ନିଜ ବସ୍‌ ଓ ସେମାନଙ୍କ ପରିବାରର ବ୍ୟକ୍ତିଗତ ସ୍ବାର୍ଥକୁ ଦେଖିଥାଆନ୍ତି। ସମ୍ପ୍ରତି ଭାରତରେ ଭାଜପା ଏକମାତ୍ର ଦଳ ଯାହା ଔଚିତ୍ୟ, ସାମ୍ୟ ଓ ସମାନ ସୁବିଧା ପ୍ରଦାନର ସିଦ୍ଧାନ୍ତକୁ ପାର୍ଟି ପରିଚାଳନାରେ ଉପଯୋଗ କରୁଛି। ଏହାର ନୀତିଗୁଡ଼ିକ ବଞ୍ଚତ୍ତ ବର୍ଗର ଲୋକଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ଗଣତନ୍ତ୍ରର ଚେରକୁ ଆହୁରି ଗଭୀରକୁ ନେଇଛି।
ଗଣତନ୍ତ୍ର କେବଳ ଏକ ନିର୍ବାଚନୀ ତଥା ରାଜନୈତିକ କସରତ ନୁହେଁ। ଏହା ଅଧିକ ବିସ୍ତୃତ ସାଂସ୍କୃତିକ ଅବସ୍ଥାରେ ରହିଛି, ଯେଉଁଥିରେ ଅନ୍ତର୍ଭୁକ୍ତୀକରଣ ବିକାଶ, ସମସ୍ତଙ୍କ ପାଇଁ ନିରାପତ୍ତା, ସମାନ ସୁଯୋଗ ଏବଂ ସମାନ ଅଧିକାର ଆଣିବାରେ ସହାୟକ ହୋଇଥାଏ। ଗତ ୭ ବର୍ଷ ଧରି ଏନ୍‌ଡିଏ ସରକାର ଅକ୍ଳାନ୍ତ ପରିଶ୍ରମ କରି ଏଭଳି ଚିନ୍ତାଧାରାକୁ ସୁଦୃଢ଼ କରିବା ଲାଗି ଏକ ନୀତି ମାଧ୍ୟମରେ ଆଗେଇ ଚାଲିଛି। ଆଜି ଗଣତନ୍ତ୍ର ରୂପୀ ବୃକ୍ଷର ସମସ୍ତ ଶାଖା ସହଯୋଗ, ସମନ୍ବୟ ଓ ସନ୍ତୁଳିତ ଭାବେ କାର୍ଯ୍ୟ କରିବାରେ ଲାଗିଛି। କଂଗ୍ରେସ ଅମଳରେ ନ୍ୟାୟପାଳିକାକୁ ବ୍ୟବସ୍ଥାପିକାରେ ଥିବା ବ୍ୟକ୍ତିବିଶେଷ ଯେଭଳି ଭାବେ ବଶତା ସ୍ବୀକାର କରିବା ଦିଗରେ କାର୍ଯ୍ୟ କରିଥିଲେ, ଆଜି ତାହା ନାହିଁ। ଏହା ଏବେ ପୂର୍ଣ୍ଣ ସ୍ବାଧୀନତା ଦେଇ ଗତି କରୁଛି। ଏପରି କି ଗଣମାଧ୍ୟମ ସ୍ବାଧୀନ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରିଚାଲିଛି। ବିଗତ ୭ ବର୍ଷ ଭିତରେ ଭାରତର ସଂସଦୀୟ ବ୍ୟବସ୍ଥା ଅତ୍ୟନ୍ତ ସୁଦୃଢ଼ ହୋଇଛି।
(ସ୍ବରାଷ୍ଟ୍ର ମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri