ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ

ଅମିତ ଶାହା

୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲା। ଏହା ଥିଲା ଏକଛତ୍ରବାଦ ଅହଂକାରର ଏକ କୁତ୍ସିତ ନିଦର୍ଶନ। ଏହା ମଧ୍ୟ ଦେଶର ଗଣତାନ୍ତ୍ରିକ ପରମ୍ପରା ପ୍ରତି ଥିତ୍ଲା ଏକ ପରିହାସ । ଏକଛତ୍ରବାଦ ଆଡ଼କୁ କାହିଁକି ଢଳିଥିଲା ତାହାର କାରଣ ଏଯାବତ ପ୍ରଶ୍ନରେ ହିଁ ରହିଯାଇଛି। ଏପରି କି ଲୋକଙ୍କ ଅଧିତ୍କାର ଛଡ଼ାଇ ନିଆଯାଇଥିଲା, ପାର୍ଲାମେଣ୍ଟ, ନ୍ୟାୟପାଳିକା, ଏବଂ ଗଣମାଧ୍ୟମର ଗୁରୁତ୍ୱ ହ୍ରାସ କରାଯାଇଥିଲା। ଏହା କେବଳ ଜଣେ ନେତାଙ୍କ ଏକଛତ୍ରବାଦୀ ମନୋଭାବ ଯୋଗୁ ଘଟିଥିଲା। ଏହା କଂଗ୍ରେସର ପାରିବାରିକ ରାଜନୀତିର ଏକ ବାସ୍ତବ ପ୍ରବୃତ୍ତିର ନିଚ୍ଛକ ଛବି।
ଭାରତର ପୁରାତନ ଇତିହାସ ସମୃଦ୍ଧଶୀଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପରିପୂର୍ଣ୍ଣ। କାମ୍ବୋଜ, କଳିଙ୍ଗ, ଲିଚ୍ଛାଭି ସାମ୍ରାଜ୍ୟ ଏହାର ପ୍ରକୃଷ୍ଟ ଦୃଷ୍ଟାନ୍ତ। ଏପରି କି ପୁରାତନ ଶାସ୍ତ୍ର ଋଗ୍‌ବେଦରେ ବି ଗଣତନ୍ତ୍ର ବ୍ୟବସ୍ଥାର ପ୍ରମାଣ ରହିଛି। ଗଣତାନ୍ତ୍ରିକ ସିଦ୍ଧାନ୍ତ ବା ବିଚାର ଆଡ଼କୁ ଉକ୍ତ ଅଭିଯାନ ରାଜତନ୍ତ୍ରରେ ବି ଚାଲୁ ରହିଥିତ୍ଲା। ତେବେ ଯେତେବେଳେ ବିଦେଶୀ ଆକ୍ରମଣକାରୀ ଲୁଣ୍ଠନ କଲେ ସେତେବେଳେ ଏଥିରେ ବାଧା ଆସିଲା। ସେମାନେ ସାମ୍ରାଜ୍ୟ ପରେ ସାମ୍ରାଜ୍ୟ ଜୟ କଲେ ଏବଂ ଧୀରେ ଧୀରେ ସେମାନଙ୍କ ଅତ୍ୟାଚାରୀ ଶାସନ ବିରାଟ ଭୂଖଣ୍ଡରେ ପ୍ରତିଷ୍ଠା କଲେ। ସ୍ବାଧୀନତା ପରେ ଭାରତ ଏକ ଆଧୁନିକ, ପ୍ରଗତିଶୀଳ ଓ ଗଣତାନ୍ତ୍ରିକ ଦେଶ ଭାବେ ଉଭା ହେବା ଲାଗି ବଡ଼ ପଦକ୍ଷେପ ନେଲା। ଦେଶର କୃଷକମାନେ ଆଶା କରିଥିଲେ ଯେ, ଭବିଷ୍ୟତରେ ସରକାରଗୁଡ଼ିକ ସେମାନଙ୍କ ସ୍ବପ୍ନ ପୂରଣ କରିବେ। ସର୍ବୋପରି ନାଗରିକମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ଦେବେ। ତେବେ ସ୍ବାଧୀନତା ସଂଗ୍ରାମ ଜଠରୁ ଜାତ କଂଗ୍ରେସ ଦେଶ ଶସନ କରିବାର ପ୍ରଥମେ ସୁଯୋଗ ଲାଭ କଲା। ଜବାହରଲାଲ ନେହେରୁ ନେତୃତ୍ୱ ନେଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ସାପ୍ତାହିକ ‘ପଞ୍ଚଜନ୍ୟ’କୁ ନିଷିଦ୍ଧ କରାଯିବା ଲାଗି ଏହା ଉପରେ ମହାମତ୍ା ଗାନ୍ଧୀଙ୍କ ହତ୍ୟାକୁ ନେଇ ଭୁଲ୍‌ ଅଭିଯୋଗ ଅଣାଗଲା। ‘ନିଷିଦ୍ଧ’କୁ ଏକ ଅସ୍ତ୍ର ଭାବେ ଉପଯୋଗ କରି ପ୍ରତିପକ୍ଷର ଦୃଷ୍ଟି କୋଣକୁ ଦବାଇ ଦେବାର ଏହା ଥିଲା ପ୍ରଥମ ଘଟଣା।
ସମ୍ବିଧାନ ପ୍ରଚଳନର ପ୍ରାୟ ଏକ ବର୍ଷ ପରେ ୧୯୫୧-୫୨ରେ ତାଙ୍କ ନୀତି ଯୋଗୁ ସମାଲୋଚିତ ହେଉଥିବା ନେହେରୁ ବାକ୍‌ ସ୍ବାଧୀନତା ଉପରେ କଟକଣା ଲଗାଇବା ପାଇଁ ପ୍ରଥମ ସଂଶୋଧନ ଦିଗରେ କାର୍ଯ୍ୟ କଲେ। ସେତେବେଳେ ଏହାକୁ ବିରୋଧ କରିଥିବା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଅଣଦେଖା କରାଯାଇଥିଲା। ଏହା ଥିଲା ଏକଛତ୍ରବାଦର ଅୟମାରମ୍ଭ। ପିତାଙ୍କ ଏକଚ୍ଛତ୍ରବାଦ ନୀତି ଉପରେ ହିଁ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଜୀବନ ଗତିଶୀଳ ହୋଇଥିଲା। ୨୫ ଜୁନ୍‌ ୧୯୭୫ ମଧ୍ୟରାତ୍ରିରେ ଜରୁରୀକାଳୀନ ସ୍ଥିତି ଜାରି କରି ଇନ୍ଦିରା ସାରା ଦେଶକୁ ଏକ କରାଗାରରେ ପରିଣତ କରିଦେଇଥିତ୍ଲେ। ଲୋକମାନ୍ୟ ଜୟପ୍ରକାଶ ନାରାୟଣଙ୍କ ସମତେ ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଏଲ୍‌.କେ.ଆଡଭାନୀଙ୍କୁ ଜେଲରେ ଭର୍ତ୍ତି କକରାଯାଇଥିତ୍ଲା। ନନାଜୀ ଦେଶମୁଖ ଏବଂ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ଭଳି ନେତାମାନେ ଏହି ସଂଗ୍ରାମକୁ ଆଗକୁ ନେଇବା ପାଇଁ ଅଣ୍ଡରଗ୍ରଉଣ୍ଡ୍‌ରେ ରହିଥିଲେ। ଆରଏସ୍‌ଏସ୍‌ ସହ ବହୁ ସମାଜିକ ତଥା ସାଂସ୍କୃତିକ ସଂଗଠନକୁ ସେତେବେଳେ ନିଷିଦ୍ଧ କରାଯାଇତତ୍ଲା। ଗଣମାଧ୍ୟaମର କଣ୍ଠରୋଧ କରାଯାଇଥିଲା। ଦୁଃଖର ବିଷୟ, ଅଧିକାଂଶ ଗଣମାଧ୍ୟମ ସଂସ୍ଥାର କଣ୍ଠରୋଧ କରାଯାଇଥିଲା। ଏପରି କି ଅଧିକାଂଶ ଖବରକାଗଜ କଂଗ୍ରେସର ମୁଖପାତ୍ର ପାଲଟିଗଲେ। ଏସବୁ ଦେଖି ଆଡଭାନୀ କହିଲେ ଯେ, ମିଡିଆକୁ ଯେତେବେଳେ ନଇଁ ଯିବାକୁ କୁହାଗଲା ସେତେବେଳେ ତାହା ଗୁରୁଣ୍ଡିବା ସ୍ତରକୁ ଚାଲିଗଲା ବୋଲି ଆଡଭାନୀଙ୍କ ଏହି ଟିପ୍ପଣି ଦେଇଥିଲେ। ଇନ୍ଦିରା ଗାନ୍ଧୀ ଗଣତନ୍ତ୍ର ଉପରେ ଆକ୍ରମଣ କରିବାରେ ସର୍ବାଗ୍ରେ ରହିଥିତ୍ଲେ ବୋଲି ଆଲୋଚନା ହେଲା। ତାଙ୍କ ନିର୍ବାଚନକୁ ଆହ୍ଲାହାବାଦ ହାଇକୋର୍ଟ ଯେଉଁ ଅସିଦ୍ଧ ଘୋଷଣା କରିଥିଲେ ତାହାକୁ ଇନ୍ଦିରାଙ୍କ ଏକଚ୍ଛତ୍ରବାଦ ମନୋଭାବ ଗ୍ରହଣ କରି ନ ଥିଲା। କଂଗ୍ରେସର ଏକଚ୍ଛତ୍ରବାଦ ଓ ଅସହିଷ୍ଣୁତା କଂଗ୍ରେସର ରକ୍ତମଜାଗତ ହୋଇଥିଲା। ୧୯୭୭ ମସିହାର ପରାଜୟରୁ ଶିକ୍ଷା ଗ୍ରହଣ କରିବା ପରିବର୍ତ୍ତେ ଏହି ଧାରା ଅଗଣତାନ୍ତ୍ରିକ ଭାବେ ରାଜୀବ ଗାନ୍ଧୀଙ୍କ ଲମ୍ବିଥିଲା।
କଂଗ୍ରେସର ଏଭଳି କାର୍ଯ୍ୟ କେବଳ ପରିବାରବାଦ ଯୋଗୁ ଗଡ଼ିଚାଲିଛି। ପାର୍ଟି ଭିତରେ ଅନ୍ତଃଗଣତାନ୍ତ୍ରିକ ଧାରା ନ ଥିବାରୁ ଗଣତନ୍ତ୍ରକୁ ସୁରକ୍ଷିତ ରଖିବ ବୋଲି ଆଶା କରିବା ବୃଥା। ‘ପ୍ରଥମେ ପରିବାର’ ମନୋଭାବ ହେଉଛି ଏକଚ୍ଛତ୍ରବାଦୀ ଲଜ୍ଜା, ଯାହା ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ଭାଜପା ବଂଶବାଦ ରାଜନୀତି କରୁଥିବା ଦଳଗୁଡ଼ିକର କାର୍ଯ୍ୟରେ ରୋକ ଲଗାଇଛି, ଯେଉଁମାନେ କି ନିଜ ବସ୍‌ ଓ ସେମାନଙ୍କ ପରିବାରର ବ୍ୟକ୍ତିଗତ ସ୍ବାର୍ଥକୁ ଦେଖିଥାଆନ୍ତି। ସମ୍ପ୍ରତି ଭାରତରେ ଭାଜପା ଏକମାତ୍ର ଦଳ ଯାହା ଔଚିତ୍ୟ, ସାମ୍ୟ ଓ ସମାନ ସୁବିଧା ପ୍ରଦାନର ସିଦ୍ଧାନ୍ତକୁ ପାର୍ଟି ପରିଚାଳନାରେ ଉପଯୋଗ କରୁଛି। ଏହାର ନୀତିଗୁଡ଼ିକ ବଞ୍ଚତ୍ତ ବର୍ଗର ଲୋକଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ଗଣତନ୍ତ୍ରର ଚେରକୁ ଆହୁରି ଗଭୀରକୁ ନେଇଛି।
ଗଣତନ୍ତ୍ର କେବଳ ଏକ ନିର୍ବାଚନୀ ତଥା ରାଜନୈତିକ କସରତ ନୁହେଁ। ଏହା ଅଧିକ ବିସ୍ତୃତ ସାଂସ୍କୃତିକ ଅବସ୍ଥାରେ ରହିଛି, ଯେଉଁଥିରେ ଅନ୍ତର୍ଭୁକ୍ତୀକରଣ ବିକାଶ, ସମସ୍ତଙ୍କ ପାଇଁ ନିରାପତ୍ତା, ସମାନ ସୁଯୋଗ ଏବଂ ସମାନ ଅଧିକାର ଆଣିବାରେ ସହାୟକ ହୋଇଥାଏ। ଗତ ୭ ବର୍ଷ ଧରି ଏନ୍‌ଡିଏ ସରକାର ଅକ୍ଳାନ୍ତ ପରିଶ୍ରମ କରି ଏଭଳି ଚିନ୍ତାଧାରାକୁ ସୁଦୃଢ଼ କରିବା ଲାଗି ଏକ ନୀତି ମାଧ୍ୟମରେ ଆଗେଇ ଚାଲିଛି। ଆଜି ଗଣତନ୍ତ୍ର ରୂପୀ ବୃକ୍ଷର ସମସ୍ତ ଶାଖା ସହଯୋଗ, ସମନ୍ବୟ ଓ ସନ୍ତୁଳିତ ଭାବେ କାର୍ଯ୍ୟ କରିବାରେ ଲାଗିଛି। କଂଗ୍ରେସ ଅମଳରେ ନ୍ୟାୟପାଳିକାକୁ ବ୍ୟବସ୍ଥାପିକାରେ ଥିବା ବ୍ୟକ୍ତିବିଶେଷ ଯେଭଳି ଭାବେ ବଶତା ସ୍ବୀକାର କରିବା ଦିଗରେ କାର୍ଯ୍ୟ କରିଥିଲେ, ଆଜି ତାହା ନାହିଁ। ଏହା ଏବେ ପୂର୍ଣ୍ଣ ସ୍ବାଧୀନତା ଦେଇ ଗତି କରୁଛି। ଏପରି କି ଗଣମାଧ୍ୟମ ସ୍ବାଧୀନ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରିଚାଲିଛି। ବିଗତ ୭ ବର୍ଷ ଭିତରେ ଭାରତର ସଂସଦୀୟ ବ୍ୟବସ୍ଥା ଅତ୍ୟନ୍ତ ସୁଦୃଢ଼ ହୋଇଛି।
(ସ୍ବରାଷ୍ଟ୍ର ମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri