ଅଧ୍ୟକ୍ଷ ପଦ ଲାଗି ୧୭ ପ୍ରାର୍ଥୀ

ବାରିପଦା ଅଫିସ,୮ା୩ ମୟୂରଭଞ୍ଜ ଜିଲା ବାରିପଦା ପୌରାଧ୍ୟକ୍ଷ ପଦବୀ ଲାଗି ମୋଟ ୧୭ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡିି, କଂଗ୍ରେସ, ଭାଜପା, ଜେଏମ୍‌ଏମ୍‌ ଓ ସ୍ବାଧୀନ ପ୍ରାର୍ଥୀମାନେ ଅଧ୍ୟକ୍ଷ ପଦ ନିମନ୍ତେ ସମର୍ଥକଙ୍କ ସହ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ୱାର୍ଡ କାଉନସିଲର ପାଇଁ ମୋଟ ୧୪୧ଜଣ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବସନ୍ତ କୁମାର ସେଠୀ କହିିଛନ୍ତି ା
ପୌର ପରିଷଦରେ ଥିବା ୨୮ଟି ୱାର୍ଡର ଭୋଟର ସେମାନଙ୍କ ନେତା ବାଛିବେ। ତେବେ ଭୋଟରମାନେ ଏଥର ବିଭିନ୍ନ ସମସ୍ୟା ଉପସ୍ଥାପନ କରିବାକୁ ସୁଯୋଗ ପାଇଥିବା ବେଳେ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ନେତାଙ୍କୁ ପ୍ରତ୍ୟାଖାନ କରିବେ ବୋଲି କହି ବୁଲୁଛନ୍ତି। ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ନଗରପାଳ ଡ.କୃଷ୍ଣାନନ୍ଦ ମହାନ୍ତି ଓ ଅଭିଜ୍ଞ ରାଜନେତା ଦୀନକୃଷ୍ଣ ମଇଦାନକୁ ଓହ୍ଲାଇଛନ୍ତି। କୃଷ୍ଣାନନ୍ଦ ବିଜେଡିରୁ ଟିକଟ ପାଇଥିବା ବେଳେ ଦୀନକୃଷ୍ଣ ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଦୀନକୃଷ୍ଣ ପୌର ପରିଷଦର ନଗରପାଳ ଓ ଉପନଗରପାଳ ଭାବେ ଦୁଇଥର ନିର୍ବାଚିତ ହୋଇଛନ୍ତି। ଦୁର୍ନୀତିମୁକ୍ତ ଓ ନିରପେକ୍ଷ ଭାବେ ଉପଯୁକ୍ତ ଲୋକଙ୍କୁ ସେବା ଯୋଗାଇବା ତାଙ୍କର ପ୍ରଥମ କତ୍ତର୍ର୍ବ୍ୟ ହେବ ବୋଲି ସେ କହିଛନ୍ତି। କୃଷ୍ଣାନନ୍ଦ ଥରେ ଲେଖାଏ ନଗରପାଳ ଓ କାଉନସିଲର ଦାୟିତ୍ୱରେ ରହି ବହୁ ସମସ୍ୟାର ସମାଧାନ କରିବା ସହିତ ସହରର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ନୂଆ ମୁହଁ ଭାବେ ଭାଜପାର କବି ବିଷ୍ଣୁ ଶତପଥୀ ଓ ଜେଏମ୍‌ଏମ୍‌ର ଚନ୍ଦନ ଶେଜପଡ଼ା ପୌରାଧକ୍ଷ ପଦବୀ ଲାଗି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭାଜପା ପ୍ରାର୍ଥୀ ଶତପଥୀ ୪୦ବର୍ଷ ଧରି ଆର୍‌ଏସ୍‌ଏସ୍‌ର କର୍ମକର୍ତ୍ତା ରହିଆସିଥିବା ବେଳେ ୮୦ଦଶକରୁ ବିଭିନ୍ନ ପଦପଦବୀରେ ରହି ଆସିଛନ୍ତି। ସହରର ବିକାଶ ଦିଗରେ ସେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜେଏମ୍‌ଏମ୍‌ର ଯୁବନେତା ଚନ୍ଦନ ବାରିପଦାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ ଆନୁଷଙ୍ଗିକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ଯୋଗେଶ ଅଗ୍ରୱାଲ ଦଳୀୟ ଟିକଟ ପାଇ ଦୁର୍ନୀତିମୁକ୍ତ ବାରିପଦା ସହର ଗଠନ କରିବା ସହ ପାନୀୟଜଳ, ଆଲୋକୀକରଣ ଓ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ା ତେବେ ଏହି ନେତାମାନଙ୍କ ମଧ୍ୟରୁ ସହରବାସୀ କାହାକୁ ପୌରାଧ୍ୟକ୍ଷ ଆସନରେ ବସାଉଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri