Posted inଜାତୀୟ

ବାରାମୂଳାରୁ ଅଲ-ବଦ୍ରର ୭ ଆତଙ୍କବାଦୀ ଗିରଫ: ଯୋଜନା ଥିଲା ଘାଟିରେ ବଡ ଧରଣର ଆକ୍ରମଣ

ଶ୍ରୀନଗର,୧୩ ।୨: ପୂର୍ବ ପ୍ରକୃତିରୁ ବାହାରି ପାରୁନି ପାକିସ୍ତାନ । ଜମ୍ମୁ-କଶ୍ମୀରରେ ବାରମ୍ବାର ଆକ୍ରମଣ ଯୋଜନା କରି ଚାଲିଛନ୍ତି ପାକିସ୍ତାନ ଆତଙ୍କବାଦୀ । ହେଲେ ଭାରତୀୟ ସୁରକ୍ଷା ବଳ ଏହାର କଡା ଜବାବ ଦେଇ ଚାଲିଛି । ନିକଟରେ ସୁରକ୍ଷା କର୍ମୀ ଏକ ବଡ ଧରଣର ଆତଙ୍କବାଦୀ ଦଳର ତଥ୍ୟ ସାମ୍ନାକୁ ଆଣିଛି । ଗୁଇନ୍ଦା ସୂଚନା ଅନୁଯାୟୀ ସୁରକ୍ଷାକର୍ମୀ ଅଲ-ବଦ୍ରର ୪ ଆତଙ୍କବାଦୀ ଓ ସେମାନଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛନ୍ତି । ଗୁଇନ୍ଦା ସଂସ୍ଥାରୁ ସୂଚନା ମିଳିଥିଲା କି ଅଲ-ବଦ୍ର ସୋପୋରର କିଛି ସ୍ଥାନରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛନ୍ତି । ଏହାପରେ ରାବୁଚା ରଫିୟାବାଦରେ ତଲାସି ଅଭିଯାନ ସମୟରେ ଅଲ-ବଦ୍ରାର ୩ ଆତଙ୍କବାଦୀ ଗିରଫ ହୋଇଥିଲେ । ପଚରା ଉଚରା ସମୟରେ ଏମାନେ ମାନି ଯାଇଥିଲେ କି ଗତ ୨ ବର୍ଷ ହେବ ସେମାନେ ଅଲ-ବଦ୍ରାର ଆତଙ୍କବାଦୀଙ୍କ ସହ ସମ୍ପର୍କରେ ରହିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନ ସ୍ଥିତ ଆତଙ୍କି ହ୍ୟାଣ୍ଡଲର ୟୁସୁଫ ବାଲୌସି ଓ ଖୁର୍ସିଦ ସେମାନଙ୍କୁ ଅଲ-ବଦ୍ରାରେ ଯୁବକଙ୍କୁ ସାମିଲ କରିବା, ସକ୍ରିୟ ଆତଙ୍କବାଦୀଙ୍କୁ ସହଯୋଗ କରିବା ଓ ରଫିୟାବାଦ ସୋପୋରେରେ ଆତଙ୍କବାଦୀ ଗତିବିଧିକୁ ପୁନର୍ଜିବିତ କରିବାକୁ ନିର୍ଦ୍ଦେଶ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri