ଅଧାରେ ବସ୍ତିବାସିନ୍ଦାଙ୍କ ଥଇଥାନ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ବସ୍ତି ପାଇଁ ସ୍ମାର୍ଟସିଟି ଭୁବନେଶ୍ୱରର ସୌନ୍ଦର୍ଯ୍ୟ ଓ ସ୍ବଚ୍ଛତା ନଷ୍ଟ ହେଉଛି। ସହରର ସାମାଜିକ ସ୍ଥିତି ମଧ୍ୟ ବିଗୁଡୁଛି। ବସ୍ତିଗୁଡ଼ିକର ଉନ୍ନତୀକରଣ ସହ ସୁନ୍ଦର ତଥା ସ୍ମାର୍ଟ ଜୀବନଯାପନ ପାଇଁ ବସ୍ତିବାସିନ୍ଦାଙ୍କ ଥଇଥାନକୁ ଗୁରୁତ୍ୱ ଦେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)।
ବ୍ୟବସ୍ଥିତ ଢଙ୍ଗରେ ବସ୍ତିବାସିନ୍ଦାଙ୍କୁ ବାସସ୍ଥାନ ଯୋଗାଇଦେବା ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ସହରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ), ରାଜୀବ ଆବାସ ଯୋଜନା(ରେ) ଏବଂ ଆଫୋର୍ଡେବଲ୍‌ ହାଉସିଂ ପ୍ରୋଜେକ୍ଟ (ଏଏଚ୍‌ପି)କୁ କାଯର୍ର୍‌ୟକାରୀ କରାଯାଇଛି। ହେଲେ ବସ୍ତିବାସିନ୍ଦାଙ୍କ ତୁଳନାରେ ବହୁ କମ୍‌ ପରିବାର ଏହି ଯୋଜନାରେ ସାମିଲ ହୋଇଥିବାବେଳେ ଅଧିକାଂଶ ପ୍ରକଳ୍ପ କାମ ଏଯାଏ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏପରି କି ଆଉ କେତେକ ପ୍ରକଳ୍ପ ନିର୍ମାଣ ସରିଥିଲେ ମଧ୍ୟ ବିଭିନ୍ନ କାରଣରୁ ବସ୍ତିବାସିନ୍ଦାଙ୍କୁ ଆବଣ୍ଟନ କରାଯାଇପାରୁନାହିଁ। ଫଳରେ ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅଧାବାଟରେ ଅଟକି ରହିଛି।
ଭୁବନେଶ୍ୱରରେ ମୋଟ୍‌ ୪୫୮ଟି ବସ୍ତିରେ ୮୩ ହଜାର ୭୦୨ ପରିବାର ବାସ କରୁଛନ୍ତି। ତେବେ ଏଥିମଧ୍ୟରୁ ୧୧୬ଟି ସ୍ବୀକୃତିପ୍ରାପ୍ତ ବସ୍ତିରେ ମୋଟ ୧୩ ହଜାର ୯୬୩ ପରିବାର ରହୁଥିବାବେଳେ ୩୨୦ଟି ଅଣସ୍ବୀକୃତିପ୍ରାପ୍ତ ବସ୍ତିରେ ୬୬ ହଜାର ୭୦୨ ପରିବାର ବସବାସ କରୁଛନ୍ତି। ତେବେ ୨୦୧୯-୨୦ ବର୍ଷରେ ହୋଇଥିବା ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ) ଅନ୍ତର୍ଗତ ୨୨ଟି ନୂଆ ବସ୍ତି ଚିହ୍ନଟ କରାଯାଇଛି। ପୁଣି ଦିନକୁ ଦିନ ବେଆଇନ ବସ୍ତି ଗଢ଼ିଉଠୁଛି। ମହାନଗର ନିଗମାଞ୍ଚଳର ଉତ୍ତର ଜୋନ୍‌ରେ ସର୍ବାଧିକ ୧୬୨ ବସ୍ତି ରହିଥିବାବେଳେ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୬୧ ଓ ଦକ୍ଷିଣ-ପୂର୍ବ ଜୋନରେ ୧୩୫ଟି ବସ୍ତି ରହିଛି। ହେଲେ ବିଭିନ୍ନ ହାଉସିଂ ପ୍ରୋଜେକ୍ଟ ଅଧୀନରେ ମାତ୍ର ୫୪ଟି ବସ୍ତିର ୧୧ ହଜାର ୪୩୩ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି। ସେଥିମଧ୍ୟରୁ ୪୪ଟି ବସ୍ତିର ୯ହଜାର ୫୦୨ଜଣ ଆଫୋର୍ଡେବଲ୍‌ ହାଉସିଂ ପ୍ରୋଜେକ୍ଟ ଏବଂ ୧୦ଟି ବସ୍ତିର ୧ ହଜାର ୯୩୧ଜଣ ରାଜୀବ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। ରାଜୀବ ଆବାସ ଯୋଜନା (ଇନ୍‌-ସିଟୁ ସ୍ଲମ୍‌ ରିଡେଭଲପ୍‌ମେଣ୍ଟ) ଅଧୀନରେ ମଣ୍ଡପ ବସ୍ତି, ରଙ୍ଗମାଟିଆ, ମହିଷାଖାଲ ଓ ପଥରବନ୍ଧ ଆଦି ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ବନ୍ଦୋବସ୍ତ କରାଯାଉଥିବାବେଳେ ପଞ୍ଜୀକୃତ ହୋଇ ନ ଥିବା ବସ୍ତିବାସିନ୍ଦା ଥଇଥାନ ଅପେକ୍ଷାରେ ରହୁଛନ୍ତି। ସେମାନେ ଆଫୋର୍ଡେବ୍‌ଲ ହାଉସିଂ ପ୍ରୋଜେକ୍ଟରେ ପଞ୍ଜୀକରଣ ପାଇଁ ଦାବି କରୁଥିବାବେଳେ ରାଜୀବ ଆବାସରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ବାସସ୍ଥାନ ଆବଣ୍ଟନରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ବିଭିନ୍ନ ଓ୍ବାର୍ଡର ସୀମା ନିର୍ଦ୍ଧାରଣରେ ସମସ୍ୟା କାରଣରୁ ସଂପୃକ୍ତ ଓ୍ବାର୍ଡରେ ଥିବା ବସ୍ତିବାସିନ୍ଦାଙ୍କ ଥଇଥାନରେ ସମସ୍ୟା ଉପୁଜୁଥିବା ଜଣାପଡିଛି।
ମଣ୍ଡପ ବସ୍ତିରେ ୨୯ କୋଟି ବ୍ୟୟରେ ୪୦୦ ୟୁନିଟ୍‌ ଘର ବିଶିଷ୍ଟ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ମୋଟ୍‌ ୫ଟି ବ୍ଲକ୍‌ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ବ୍ଲକ୍‌-୪ ଓ ବ୍ଲକ୍‌-୫ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ବ୍ଲକ୍‌-୧, ବ୍ଲକ୍‌-୨ ଓ ବ୍ଲକ-୩ କାର୍ଯ୍ୟ ଅଟକି ରହିଛି। ବକେୟା ଅର୍ଥ ପାଇ ନ ଥିବାରୁ ନିର୍ମାଣ ଦାୟିତ୍ୱରେ ଥିବା ଏଜେନ୍ସି କାମ ବନ୍ଦ କରିଦେଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ୧୬୦ ୟୁନିଟ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୧୧୮ଜଣ ହିତାଧିକାରୀ ଦେୟ ପୈଠ କରିଥିବାବେଳେ ମାତ୍ର ୯୩ଜଣଙ୍କୁ ଘର ଆବଣ୍ଟନ କରାଯାଇଛି। ତେବେ ସଂପୃକ୍ତ ବସ୍ତିର ୩୪୩ ଜଣ ରାଜୀବ ଆବାସ ଯୋଜନା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ବିଡିଏ ନିକଟରେ ୩୦୬ଜଣଙ୍କ ତାଲିକା ପହଞ୍ଚତ୍ଛି। ୧୫୩ ଜଣଙ୍କୁ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ପ୍ରଦାନ କରାଯାଇଥିବାବେଳେ ମାତ୍ର ୮୧ଜଣ ପଜେଶନ ଲେଟର ପାଇଛନ୍ତି। ଅନ୍ୟପଟେ ୬୬.୨୦ କୋଟି ଟଙ୍କା ବ୍ୟୟରେ ରଙ୍ଗମାଟିଆରେ ନିର୍ମିତ ପ୍ରକଳ୍ପରେ ୬୦୦ ୟୁନିଟ୍‌ ରହିଛି। ୬୧୬ଜଣ ହିତାଧିକାରୀଙ୍କ ତାଲିକା ବିଡିଏର ହସ୍ତଗତ ହୋଇଥିବାବେଳେ ଦେୟ ପୈଠ କରିଥିବା ୫୩୬ଜଣ ହିତାଧିକାରୀଙ୍କୁ ଚୂଡ଼ାନ୍ତ ଆବଣ୍ଟନ କରାଯାଇଛି। ତେବେ ମହିଷାଖାଲଠାରେ ୫.୨୨ ଏକର ଜମିରେ ନିର୍ମାଣାଧୀନ ସର୍ବାଧିକ ୭୬୦ ୟୁନିଟ୍‌ ବିଶିଷ୍ଟ ପ୍ରକଳ୍ପ ଅଧାପନ୍ତରିଆ ରହିଛି। ୫୨.୩୬ କୋଟି ଟଙ୍କା ବ୍ୟୟରେ ୧୯ ବ୍ଲକ୍‌ର ଏହି ବିଲ୍ଡିଂର ନିର୍ମାଣ ହେବାକୁଥିବାବେଳେ ୧୪ଟି ବ୍ଲକ୍‌ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଅନ୍ୟ ଏକ ବ୍ଲକର ନିର୍ମାଣ କାର୍ଯ୍ୟ ପ୍ଲିନ୍ଥରେ ଅଟକିଛି। ତେବେ ଜମିଜମା ବିବାଦ କାରଣରୁ ଅବଶିଷ୍ଟ ୪ଟି ବ୍ଲକର ନିର୍ମାଣ ଆଗେଇ ପାରୁନାହିଁ। ଅନ୍ୟପଟେ ପଥରବନ୍ଧ ହାଉସିଂ ପ୍ରୋଜେକ୍ଟରେ ମୋଟ୍‌ ୨୪୦ ୟୁନିଟ୍‌ ନିର୍ମାଣ କରାଯାଇଛି। ଏଥିରେ ମୋଟ୍‌ ୬ଟି ବ୍ଲକ୍‌ ରହିଥିବାବେଳେ ଗୋଟିଏ ବ୍ଲକରେ ୪୦ ପରବାର ରହିବାର ବ୍ୟବସ୍ଥା ରହିଛି। ସମ୍ପୂର୍ଣ୍ଣ ଦେୟ ପୈଠ କରିଥିବା ୧୧୫ ଜଣଙ୍କୁ ଚୂଡ଼ାନ୍ତ ଆବଣ୍ଟନ ପ୍ରଦାନ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଆଫୋର୍ଡେବଲ୍‌ ହାଉସିଂ ପ୍ରୋଜେକ୍ଟରେ ମଧ୍ୟ ବହୁ ପ୍ରକଳ୍ପ କାମ ଆଗେଇପାରୁ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri