‘ବରିଷ୍ଠ ନାଗରିକଙ୍କ ସେବା କଲେ ମିଳିଥାଏ ପୁଣ୍ୟ’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ବରିଷ୍ଠ ନାଗରିକ ଦିବସ ବ୍ଲକ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏଥିରେ ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ ସଭାପତିତ୍ୱ କରିଥିଲେ। ଆୟୋଜିତ ଉତ୍ସବରେ ବକ୍ତାମାନେ ଯୋଗଦେଇ ବାର୍ଦ୍ଧକ୍ୟ ସମୟରେ କନିଷ୍ଠମାନେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସେବାକଲେ ପୁଣ୍ୟ ମିଳିଥାଏ ବୋଲି କହିଥିଲେ। ଆମେ ଆଜି ମାତା ପିତାଙ୍କ ସେବା କରିଥିବା ଯୋଗୁ ସେମାନଙ୍କ ଆଶୀର୍ବାଦରେ ଭଲରେ ଅଛୁ। ତେଣୁ ସର୍ବଦା ଆମେ ମାତା, ପିତା ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସେବା କରିବାକୁ ଅତିଥିମାନେ ଉପସ୍ଥିତ ଲୋକଙ୍କୁ ଆହ୍ବାନ କରିଥିଲେ। ସରକାର ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ବୋଲି ଅତିଥିମାନେ କହିଥିଲେ। ବିଡିଓ ଭାରତୀ ଦେବୀ, ସିଡିପିଓ ମିଲିମା କୁମାରୀ ପଣ୍ଡା, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସେବା ସଂଘ ସଭାପତି ବିଭୂତି ଭୂଷଣ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ। ଆଲୋଚନାରେ ବରିଷ୍ଠ ନାଗରିକ ଶୁଳପାଣି ଶତପଥୀ, ସନ୍ତୋଷ ଜେନା, ଜଗବନ୍ଧୁ ଜେନା, ଅନୁପମ ବାନାର୍ଜୀ ପ୍ରମୁଖ ଯୋଗଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପ୍ରତିବର୍ଷ ଅକ୍ଟୋବର ୧ ତାରିଖରେ ବରିଷ୍ଠ ନାଗରିକ ଦିବସ ଭାବେ ପାଳନ କରାଯାଇଥାଏ। ମାତ୍ର ଚଳିତ ବର୍ଷ ଆଜିର ଦିନକୁ ବରିଷ୍ଠ ନାଗରିକ ଦିବସ ଭାବେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବାର୍‌ ଆସୋସିଏଶନ ସଭାପତିଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ବିଧାୟକ

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ସଭାପତି ବଂଶୀଧର ପ୍ରଧାନ(୭୭) ଶୁକ୍ରବାର ରାତିରେ ପରଲୋକ ଗମନ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ…

ଘର ଆଗରେ ମା’-ଝିଅଙ୍କୁ ଅସଦାଚରଣ, ଥାନାରେ ଏତଲା ଦେବା ପରେ…

ଦିଗପହଣ୍ଡି,୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅଧୀନ ଏକ ଗାଁରେ ଜଣେ ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ଗ୍ରାମର ଏ.ଶଙ୍କର ପାତ୍ର…

ଜଗା ଦର୍ଶନ ସାରି ଫେରୁଥିଲେ, ଘରକୁ ଧକ୍କା ଦେଲା ବୋଲେରୋ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୬ା୬(ସବିତା ମିଶ୍ର): ଜଗା ଦର୍ଶନ ସାରି ଫେରିବା ବେଳେ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଛି ଏକ ବୋଲେରୋ। ଫଳରେ ଏଥିରେ ୮ ଜଣ ଆହତ…

ସରିଲା ଛତ୍ରପୁର ମହୋତ୍ସବ: ମନ ଜିଣିଲେ ଅଙ୍କିତା-ପ୍ରଜ୍ଞା-ସଚିନ

ଛତ୍ରପୁର,୬।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପାଞ୍ଚଦିନଧରି ମହାଆଡମ୍ବରରେ ଚାଲିଥିବା ଛତ୍ରପୁର ମହୋତ୍ସବ ଶେଷ ହୋଇଛି। ଶେଷ ଦିନ…

ଛତ୍ରପୁରରେ ମହୋତ୍ସବ, ଗଞ୍ଜାମ ସହରରେ କେବେ? ପ୍ରଶାସନ-ରାଜନେତାଙ୍କ ଇଛା ଶକ୍ତି ଅଭାବ ପରିଲକ୍ଷିତ

ଗଞ୍ଜାମ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ହେଡ଼କ୍ୱାର୍ଟର ଛତ୍ରପୁର ଷ୍ଟାଡିୟମଠାରେ ପାଞ୍ଚ ଦିନ ଧରି ଛତ୍ରପୁର ମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଥିଲା l ଏହା ଶୁକ୍ରବାର ସନ୍ଧ୍ୟାରେ…

ଶଗଡ଼କୁ ଧକ୍କା ଦେଇ ଫେରାର ଥିବା ହାଇୱା ଚାଳକ ଶେଷରେ ଗିରଫ; ସାନଖେମୁଣ୍ଡି କୋର୍ଟକୁ ପଠାଇଲା ପୋଲିସ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଏଏସଆଇ ସୁଧୀର ନାୟକ ଶୁକ୍ରବାର ବ୍ରହ୍ମପୁର ବଡ ବଜାର ଥାନା ଜଗନ୍ନାଥ ବିହାର ୭ ମ ଲେନର…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri