ସେବା ଓ ସେବକ

ସେବା ଯେ କରେ ସେ ସେବାକାରୀ। ସେ ସେବକ। ସେବା ପୁଣି ନିଃସ୍ବାର୍ଥପର ନିରଳସ ଥିଲେ ସେଇ ସେବା ବାସେ ମହମହ। ସେଇ ସେବାର ମହମହ ମହକ ସୀମିତ ଇଲାକାରେ ସୀମାବଦ୍ଧ ରହେ ନାହିଁ। ସେ ମହକ ବିଛୁରିତ ହୁଏ ମାଟିଠୁ ଆକାଶ ପର୍ଯ୍ୟନ୍ତ, ବ୍ୟାପ୍ତ ହୁଏ ଦିଗବିଦିଗକୁ। ସେବାର ବଳିଷ୍ଠ ଉଦାହରଣ ଫ୍ଲୋରେନ୍ସ ନାଇଟିଙ୍ଗେଲ ଓ ମଦର ଟେରେସା। ପୀଡ଼ିତ ସୈନିକଙ୍କୁ ପ୍ରଥମେ ସେବା ପ୍ରଦାନ କରିଥିଲେ ଇଂଲଣ୍ଡର ସେଇ ସେବିକା ଫ୍ଲୋରେନ୍ସ ନାଇଟିଙ୍ଗେଲ କ୍ରିମିଆନ ଯୁଦ୍ଧରେ। ସେତେବେଳେ ସେ ପରିଚିତ ଥିଲେ ‘ଲେଡ଼ି ଉଇଥ୍‌ ଦି ଲ୍ୟାମ୍ପ’। ତାଙ୍କ ସେବାର ମହକ ଏତେ ବଳିଷ୍ଠ ଥିଲା ଯେ ତାହା ନିର୍ଦ୍ଦିଷ୍ଟ ଭୂମିଭୂଖଣ୍ଡରେ ସୀମିତ ରହିଯାଇନଥିଲା। ତାହା ବ୍ୟାପିଥିଲା ସମଗ୍ର ବିଶ୍ୱକୁ। ତେଣୁକରି ତ ଫ୍ଲୋରେନ୍ସ ନାଇଟିଙ୍ଗେଲ ହୋଇପାରିଥିଲେ ସମଗ୍ର ବିଶ୍ୱରେ ପରିଚିତ। ଦେଶ ବିଦେଶରେ ଚର୍ଚ୍ଚିତ। ସାମାନ୍ୟ ସେବିକାଙ୍କ ଅସାମାନ୍ୟ ସେବା ତାଙ୍କୁ କରିଥିଲା ମହୀୟସୀ। ‘ନୋଟସ ଅନ୍‌ ନର୍ସିଙ୍ଗ’ର ସେ ରଚୟିତା। ‘ରେଡକ୍ରସର ଇଣ୍ଟରନ୍ୟାଶନାଲ କମିଟି’ ତରଫରୁ ପ୍ରଦାନ କରାଯାଉଛି ‘ଫ୍ଲୋରେନ୍ସ ନାଇଟିଙ୍ଗେଲ ମେଡାଲ’। ସେମିତି ସେବା କ୍ଷେତ୍ରରେ ପରିଚୟ ତିଆରି କରିଥିଲେ ମଦର ଟେରେସା। ରୋମର ମାସିଡୋନିଆରେ ଜନ୍ମିତ ମଦର ଟେରେସା ଭାରତକୁ ତାଙ୍କର କର୍ମ (ସେବା) କ୍ଷେତ୍ର ଭାବେ ଚୟନ କରି ଭାରତର ଦରିଦ୍ରନାରାୟଣଙ୍କ ସେବାରେ ନିଜକୁ ସେ ସମ୍ପୂର୍ଣ୍ଣ ନିୟୋଜିତ କରିଦେଇଥିଲେ। ସେବା ପାଇଁ ଜୀବନ ଥିଲା ସମ୍ପୂର୍ଣ୍ଣ ସମର୍ପିତ। ସେଇ ସେବା ଯେଉଁ ହାତରେ ଦରିଦ୍ରଙ୍କୁ ପ୍ରଦାନ କରୁଥିଲେ ସେଇ ଉତ୍ସର୍ଗୀକୃତ ସେବା ତାଙ୍କ ହାତକୁ ଆଣି ଦେଇଥିଲା ପୃଥିବୀର ସର୍ବୋଚ୍ଚ ନୋବେଲ ଶାନ୍ତି ପୁରସ୍କାର ୧୯୭୯ ମସିହାରେ। ‘ମାନବ ସେବା ହିଁ ମାଧବ ସେବା’ ସେଇ ଉଚ୍ଚ ବିଚାର ଆଧାରରେ ସେବା କରିବା ଆଉ ସେବା ଦେବା ସେବାକାରୀଙ୍କ ସ୍ବତନ୍ତ୍ର ପରିଚୟ। ତେବେ ସେବା ଦେବା ଏକ ଉଚ୍ଚ ମାନବୀୟ ଚେତନା। ସେବା ଦେବାରେ ଦେଖାଇହେବା ମାନସିକତା ନ ରହିବା ଚାହି। କେହି ସେବା ଦେବା ନେଇ କେବେ ବି ରୁଗ୍ଣ ବିଚାର ରଖିବା, ପୋଷଣ କରିବା ଉଚିତ ନୁହେଁ। ପୁଣି ସେବା ଦେଇ ଦେଖାଇହେବା ମାନସିକତା ରହିଲେ/ରଖାଗଲେ ତାହା ଉତ୍କୃଷ୍ଟ ସେବା ପର୍ଯ୍ୟାୟଭୁକ୍ତ ହୋଇ ନ ପାରେ। ସେବାରେ ସ୍ବାର୍ଥର ଗନ୍ଧ ବାରିହେଲେ ତାହା ନିରୁତା ସେବାର ମର୍ଯ୍ୟାଦା ପାଇନଥାଏ।
ଆଜିକାଲିର ସେବା ଅନେକ କ୍ଷେତ୍ରରେ ଉତ୍କୃଷ୍ଟ ସେବା ପର୍ଯ୍ୟାୟଭୁକ୍ତ ନ ହୋଇ ଚାଲୁ ଚଳନୀୟ ସେବାରେ ସୀମିତ ରହିଯାଉଥିବାର ଅନୁମାନ କରାଯାଏ। ବାସ୍ତବତା ଅପେକ୍ଷା ସେବା ମନେହୁଏ ଅଧିକ ପ୍ରଚାରମୁଖୀ ପ୍ରଚାରସର୍ବସ୍ବ। ଅଯଥା ପ୍ରସାର କରାଯାଏ ବ୍ୟକ୍ତିର। ସେବାର ବାସ୍ନା ସେଠି କମ୍‌ ଥାଏ, ଯେଉଁଠି ପ୍ରଚାର ପ୍ରସାର ବେଶି କରାଯାଏ। ପ୍ରକୃତ ସେବା ଯେ ଦିଏ ସେଇ ପ୍ରକୃତ ସେବକ ପ୍ରଚାର ପ୍ରସାରଠୁ ସେ ବରାବର ଦୂରେଇ ରହେ। ନିରଳସ ସେବା ପ୍ରଦାନ କାର୍ଯ୍ୟ ଏମିତି ଏକ ଉଚ୍ଚତର ସୋପାନକୁ ଉନ୍ନୀତ ହୁଏ ଯେ ତା’ର ପ୍ରଚାର ପ୍ରସାର ଆପେ ହୋଇଥାଏ। ନିରଳସ ନିଃସ୍ବାର୍ଥପର ସେବା କରିବା ଭିତରେ ସେବାକାରୀ କେତେବେଳେ ଯେ ଉଚ୍ଚ ସେବକ ପର୍ଯ୍ୟାୟକୁ ଉନ୍ନୀତ ହୋଇଯାନ୍ତି, ତାହା କୌଣସି ପୁରସ୍କାର ପ୍ରାପ୍ତିରେ ଯାଇ ବୃହତ୍ତର ସମାଜ ଆଗକୁ ଆସିବାର ସୁଯୋଗ ପାଏ ଏବଂ ସେଇ ସେବାର ମହାନତା ତା’ ଆଗରୁ ସାମାଜିକ ସ୍ତରରେ ଚର୍ଚ୍ଚିତ ତଥା ସ୍ବୀକୃତ ହୋଇସାରିଥାଏ। ଆଜିକାଲି ସେବା କ୍ଷେତ୍ରର ବ୍ୟାପକତା ବଢ଼ିଚାଲିଛି। ଯେମିତି ସ୍ବାସ୍ଥ୍ୟ ସେବା, କୃଷି ସେବା, ଶିକ୍ଷା ସେବା, ପ୍ରଶାସନ ସେବା,ସାହିତ୍ୟ ସେବା,ସମାଜ ସେବା,ସର୍ବୋପରି ଦେଶଦଶ(ସମାଜ) ରାଷ୍ଟ୍ର ସେବା ପ୍ରଣିଧାନଯୋଗ୍ୟ।
ଅସହାୟ ମାଆବାପାଙ୍କ ସେବା କରିବା, ସେମାନଙ୍କୁ ସେବା ଦେବା ସନ୍ତାନସନ୍ତତିଙ୍କ ନୈତିକ କର୍ତ୍ତବ୍ୟ ଅନ୍ତର୍ଭୁକ୍ତ। ହେଲେ ଆଜିର ଦିନରେ ଅସହାୟ ମାଆବାପା ନିଜ ଜନ୍ମିତ ସନ୍ତାନଠୁ ଉପଯୁକ୍ତ ସେବା ପାଇ ନ ପାରି ଅତ୍ୟନ୍ତ ଦୁର୍ବିଷହ ଜୀବନ ଜିଇବାକୁ ବାଧ୍ୟ ହୁଅନ୍ତି। ଅନେକ କ୍ଷେତ୍ରରେ ଅଲୋଡ଼ା ରୁହନ୍ତି। ଅଣଦେଖାର ଶିକାର ହୁଅନ୍ତି। ମାଆବାପା ଯେଉଁ ପୁଅକୁ ପାଳି ପୋଷି ମଣିଷ କରନ୍ତି, ସେଇ ଚଳନ୍ତି ଠାକୁରମାନେ ଶେଷକୁ କିଛି ପୁଅଙ୍କ ଦ୍ୱାରା ଶେଷ ଜୀବନରେ ଅବହେଳିତ ହୁଅନ୍ତି। ଯେଉଁ ମାଆବାପା ପୁଅଠୁ ଠିକ୍‌ ସେବା ପାଆନ୍ତି, ସେହି ପୁଅ ଧନ୍ୟବାଦ ପାଇବା ଯୋଗ୍ୟ। ଯେଉଁଠି ରହି ନ ଥାଏ ପୁଅର ସେବା ଦେବାରେ ଏତେଟା ଆନ୍ତରିକ ଭାବ, ସେଠି ମାଆବାପା ପାଆନ୍ତି ଅନେକ ଦୁଃଖକଷ୍ଟ। ଯେଉଁ ପୁଅ ବୋହୂ ପାଖେ ସମୟ ନଥାଏ ସେବା ଦେବା ପାଇଁ ସେମାନେ ମାଆବାପାଙ୍କ ନୂଆ ଠିକଣା ତିଆରି କରାନ୍ତି ‘ଜରା ନିବାସ’ ବା ‘ବୃଦ୍ଧାଶ୍ରମ’।
ପୁନଶ୍ଚ ଆମ ସୀମାନ୍ତ ପ୍ରହରୀ ବୀର ଯବାନଙ୍କ ଦେଶମାତୃକା ପାଇଁ ଉତ୍ସର୍ଗୀକୃତ ସେବାର ପଟାନ୍ତର ନାହିଁ। ସେହି ବୀର ଯବାନଙ୍କ ଆଗେ ଆପଣା ମୁଣ୍ଡ ଆପେ ନଇଁଯାଏ। ବୀର ଯବାନଙ୍କ ଦେଶରକ୍ଷା, ଦେଶ ସୁରକ୍ଷା ପାଇଁ ସେବା ଦେବାର ତୁଳନା ନାହିଁ। ପ୍ରଚାରପ୍ରସାରଠୁ ସେ ସେବା କାହିଁ କେତେ ଉଚ୍ଚରେ ଉର୍ଦ୍ଧ୍ୱରେ ଥାଏ। ସେଇ ସେବାର ସମକକ୍ଷ ଆଉ କେଉଁ ସେବା ହୋଇନପାରନ୍ତି , ଯଦିଓ ବାକି ସେବାର ମୂଲ୍ୟ ରହିଥାଏ। ଦେଶ ଗଢ଼ିବାରେ ବିଭିନ୍ନ ବର୍ଗର ବିଭିନ୍ନ ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ସେବା ଦେବାର ମୂଲ୍ୟ ଥାଏ। କୋଠାଘରେ ବସି ଦେଶ ପାଇଁ କାମ କରୁଥିବା ତଳିଆ କର୍ମଚାରୀଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ପଦାଧିକାରୀ ରାଜନେତାଙ୍କ ଯେଉଁ ଅବଦାନ ରହିଥାଏ, କୋଠା ତିଆରିରେ ଶ୍ରମଦାନ କରିଥିବା ଶ୍ରମିକଙ୍କ ମଧ୍ୟ ଅବଦାନ ସ୍ବୀକୃତ ଥାଏ। କାମ ଛୋଟ ବଡ଼ ଯାହା ଥାଉ ନିଜ କାମ ଠିକ୍‌ ଠିକ୍‌ କରିବାରେ ଥାଏ ପରାକାଷ୍ଠା। ସେବା ଦେବାରେ ଥାଏ ମହାନତା। ତେବେ ଯିଏ ଦିଅନ୍ତି ଯଥାର୍ଥ ସେବା ସେ ହିଁ ପ୍ରକୃତ ସେବକ।

ଧ୍ରୁବ ଚରଣ ଘିବେଲା

ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri