ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ଲୋଡ଼ିଲା ସେରମ୍‌ ଇନଷ୍ଟିଚ୍ୟୁଟ୍‌…

ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ଆମେରିକାେ ସମେତ ୨୫ ଦେଶରେ ପହଞ୍ଚିଛି। ଓମିକ୍ରନ ଭାରିଆଣ୍ଟର ବଢୁୁଥିବା ବିପଦକୁ ଦୃଷ୍ଟିରେ ରଖି ଭାରତରେ ଏହାର କରୋନା ଟିକା କୋଭିଶିଲ୍ଡର ବୁଷ୍ଟର୍‌ ଡୋଜ ପ୍ରସ୍ତୁତି ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଙ୍କଠାରୁ ଅନୁମୋତି ଲୋଡାଯାଇଛି।

କିଛି ଅଧିକାରୀଙ୍କ କହିବାନୁସାରେ, କରୋନା ଭାଇରସ, ଓମିକ୍ରନ ଭାରିଆଣ୍ଟର ସଂକ୍ରମଣ ରୋକିବା ଲାଗି ବୁଷ୍ଟର ଡୋଜ୍‌ ଲାଗି ସ୍ବୀକୃତି ମାଗିଛି। କେନ୍ଦ୍ର ସରକାର ସଂସଦକୁ ସୂଚନା ଦେଇଛନ୍ତି ଯେ କରୋନା ମହାମାରୀ ଉପରେ ଗଠିତ ନ୍ୟାଶନାଲ ଟେକ୍ନିକାଲ ଗ୍ରୁପ୍‌ ଆଣ୍ଡ ଇମ୍ୟୁନାଇଜେଶନ ଏବଂ ନ୍ୟାଶନାଲ ଏକ୍ସପର୍ଟ ଗ୍ରୁପ୍‌ ମଧ୍ୟ ବୁଷ୍ଟର ଡୋଜର ବୈଜ୍ଞାନିକ ଦିଗ ଉପରେ ବିଚାର କରୁଛନ୍ତି।

ରାଜସ୍ଥାନ, ଛତିଶଗଡ, କର୍ଣ୍ଣାଟକ ଏବଂ କେରଳ ଭଳି ରାଜ୍ୟ ମଧ୍ୟ ଓମିକ୍ରନ ଭାରିଆଣ୍ଟ ଆସିବା ପରେ ବୁଷ୍ଟର ଡୋଜ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଗି ଦାବି କରିଛନ୍ତି। ନିକଟରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା କହିଛନ୍ତି ଯେ ସମ୍ଭବତଃ ଅକ୍ସଫୋର୍ଡ ବୈଜ୍ଞାନିକମାନେ ଏକ ନୂତନ ଟିକା ଖୋଜୁଛନ୍ତି। ଯାହା ଏହି ଓମିକ୍ରନ୍‌ ଲଢ଼େଇରେ ବୁଷ୍ଟର ଡୋଜ୍‌ ଭଳି କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବ।

ସୂଚନାଯୋଗ୍ୟ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଓମିକ୍ରନ୍‌ ଭାରିଆଣ୍ଟ୍‌ ସର୍ବାଧିକ ପରିବର୍ତ୍ତନଶୀଳ। ସବୁଠାରୁ ଭୟଙ୍କର ବିଷୟ ହେଉଛି ଯେ, ଏହି ଭାରିଆଣ୍ଟର ସ୍ପାଇକ ପ୍ରୋଟିନ ସର୍ବାଧିକ ପରିବର୍ତ୍ତନ କରିଥାଏ। ତେଣୁ ଏହା ପୂର୍ବର ସମସ୍ତ ଭାରିଆଣ୍ଟ ତୁଳନାରେ ଅଧିକ ଦ୍ରୁତ ଗତିରେ ସଂକ୍ରମଣ କରିବାକୁ ସକ୍ଷମ। ଦକ୍ଷିଣ ଆଫ୍ରିକାର ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଉଭୟ ଡୋଜ୍‌ ନେଇଥିବା ଲୋକେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା: କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କ ଯୋଗୁ ହୋଇଥିବା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ସ୍ବରରେ...

‘ଦୁର୍ନୀତିଗ୍ରସ୍ତ ଲୋକେ ଦେଶକୁ ଧ୍ୱଂସ କରୁଛନ୍ତି’

ନୂଆଦିଲ୍ଲୀ,୧୦ା୧୧: ଦୁର୍ନୀତିଗ୍ରସ୍ତ ଲୋକେ ଦେଶକୁ ଧ୍ୱଂସ କରୁଛନ୍ତି। ସେମାନେ ଦୁର୍ନୀତି ଟଙ୍କା ବଳରେ ମାମଲାରୁ ଖସିଯାଉଛନ୍ତି ବୋଲି ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଲ୍‌ଗାର...

ଭାଜପା ନିଜ ଲୋକ ପଠାଇ ଟିଏମ୍‌ସି ବୈଠକରେ କରୁଛି ଉପଦ୍ରବ: ମମତା

କୋଲକାତା,୧୯ ।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି । ରାଜନୈତିକ ପାର୍ଟି ମଧ୍ୟରେ କଥାକଟାକଟି ମଧ୍ୟ...

ଟି.ଏନ୍‌. ଶେଷାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୧ା୧୧(ପି.ଟି.): ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣି ଚର୍ଚ୍ଚିତ ହୋଇଥିବା ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତିରୁନେଲାଇ ନାରାୟଣ ଆୟର ଶେଷାନ (ଟି.ଏନ୍‌....

ଦିଲ୍ଲୀ ଦଙ୍ଗାରେ ୧୩ ମୃତ

ନୂଆଦିଲ୍ଲୀ,୨୬ା୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଛି। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୋମବାର ସଂଘର୍ଷ ଘଟି...

ସୁରଟ ଅଗ୍ନିକାଣ୍ଡ : କୋଚିଂ ସେଣ୍ଟର ମାଲିକ ଗିରଫ, ୨ ଅଗ୍ନିଶମ ଅଧିକାରୀ ନିଲମ୍ବିତ

ସୁରଟ,୨୫ା୫ : ଗୁଜୁରାଟର ହୀରା ସହର କୁହାଯାଉଥିବା ସୁରଟର ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ...

ଓମାର ଅବଦୁଲ୍ଲାଙ୍କ ପ୍ରଶ୍ନ, ଇଡି-ସିବିଆଇ କଂଗ୍ରେସ ପାଇଁ ଭାଜପା ଏଜେଣ୍ଟ,ଏଏପି କ୍ଷେତ୍ରରେ ବିଶ୍ୱସନୀୟ…

ଶ୍ରୀନଗର, ୨୨।୮ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସିବିଆଇ, ଇଡି ଏବଂ ଏନଆଇଏ ଭଳି କେନ୍ଦ୍ରୀୟ ଏଜେନ୍ସିର ଭୂମିକା ଉପରେ କଂଗ୍ରେସର ଦୋମୁହାଁ...

କମୁନି ଅନ୍ନଦାତାଙ୍କ ଋଣବୋଝ: ଦୋହଲି ଯାଇଛି ଆର୍ଥିକ ମେରୁଦଣ୍ଡ

ନୂଆଦିଲ୍ଲୀ,୨୩।୧୨: ସୋମବାର ଦେଶରେ ପାଳିତ ହେଉଛି କିଷାନ ଦିବସ। ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମତିଥିରେ ଏହା ପାଳିତ ହୋଇଆସୁଛି। ଚୌଧୁରୀ ଚରଣ...

Advertisement
Archives

Model This Week