ଧାମନଗର:ଛିଡୁନି ଅଙ୍କକଷା

ଭଦ୍ରକ ଅଫିସ/ ଧାମନଗର,୯।୧୦ (ଡି.ଏନ.ଏ): ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଏହି ଆସନକୁ ନିଜ ଅକ୍ତିଆରକୁ ନେବାକୁ ପୂରା ଦମ ଲଗାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଚୟନ କରି ନ ଥିବା ବେଳେ ଭାଜପା ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ଦଳ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ହୋଇଥିବା କୁହାଯାଉଛି । ତେବେ ଏହି ଆସନରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବା ନେଇ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶ୍ଳେଷକଙ୍କ କହିବା କଥା, ବିଜେଡି ଏହି ଆସନକୁ ନିଜ ସପକ୍ଷରେ ନେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ। ଗତ ୫ଟି ବିଧାନସଭା ଉପନିର୍ବାଚନରେ ବିଜେଡି ସମସ୍ତ ସିଟ୍‌ ନିଜ କବ୍‌ଜାରେ ରଖିଥିବା ବେଳେ ଭାଜପା ହାତରେ ଥିବା ବାଲେଶ୍ୱର ସଦର ଭଳି ଧାମନଗର ସିଟ୍‌କୁ ଭାଜପାଠାରୁ ଛଡାଇ ନେବାକୁ ଯୋଜନା ପ୍ରସ୍ତୁତ କରିଛି। ବାଲେଶ୍ୱର ସଦର ଉପନିର୍ବାଚନରେ ଭାଜପା ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗ ପରେ ତାଙ୍କ ପୁତ୍ର ମାନସ ଦତ୍ତ ଅନୁକମ୍ପା ଭୋଟ ହାସଲ କରିବାରେ ବିଫଳ ହୋଇଥିଲେ। ଦଳୀୟ ଅବହେଳା ଯୋଗୁ ଭାଜପା ହାତରୁ ସେହି ସିଟ୍‌ ବିଜେଡି କରାୟତ୍ତ କରିଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ଭୁଲ ରଣନୀତି ଯୋଗୁ ୨୦୧୯ ସାଧାରଣ ନିର୍ବାଚନରେ ୨୩ଟି ସିଟ୍‌ରୁ ଭାଜପା ୨୨କୁ ଖସି ଯାଇଛି। ଏବେ ଭାଜପା ପାଇଁ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଧାମନଗର ପାଇଁ ସ୍ବର୍ଗତ ବିଷ୍ଣୁଙ୍କ ଅନୁକମ୍ପା ଭୋଟ ସୂର୍ଯ୍ୟବଂଶୀଙ୍କ ପାଇଁ ଏକମାତ୍ର ବିକଳ୍ପ। ସୂର୍ଯ୍ୟବଂଶୀ ଯଦି ଭାଜପା ପ୍ରାର୍ଥୀ ହୁଅନ୍ତି ତେବେ ଦଳ ତରଫରୁ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ ନା ବାଲେଶ୍ୱର ସଦର ଭଳି ପରିସ୍ଥିତି ଭୋଗିବାକୁ ପଡ଼ିବ ସେ ନେଇ ଚର୍ଚ୍ଚା ଚାଲିଛି।
ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାଜପା, ବିଜେଡି ଓ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ପ୍ରାର୍ଥୀ ଚୟନ ନେଇ ଅଙ୍କକଷା ଚାଲିଛି। ବିଭିନ୍ନ ଦଳ ପକ୍ଷରୁ ସ୍ଥାନୀୟ ନେତା ଓ କର୍ମୀଙ୍କୁ ନେଇ ଘନଘନ ବୈଠକ ଚାଲିଛି। ସ୍ବର୍ଗତ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭାଜପା ପ୍ରାର୍ଥୀ କରିବା ନିଶ୍ଚିତ ବୋଲି ଦଳୀୟ କର୍ମୀ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ଏଯାଏ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ। ଅପରପକ୍ଷେ ସୁରଜ ଦଶହରାଠାରୁ ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କୁ ଭେଟିବା ଆରମ୍ଭ କରି ଦେଇଛନ୍ତି। ସୁରଜଙ୍କ ପ୍ରତି ଧାମନଗର ଲୋକଙ୍କ ସମବେଦନା ମଧ୍ୟ ରହିଛି। ଅନ୍ୟପକ୍ଷେ ବିଜେଡି ଏହି ଆସନକୁ ଦଖଲ କରିବା ପାଇଁ ଗୋଟିଚାଳନା ଆରମ୍ଭ କରିଥିବା ବେଳେ ଏଯାଏ ଦଳୀୟ ପ୍ରାର୍ଥୀ କିଏ ହେବେ, ତାହା ଘୋଷଣା କରାଯାଇନାହିଁ। ବିଜେଡି ପୁରୁଣାଙ୍କୁ ପ୍ରାର୍ଥୀ କରିବ ନା ନୂଆ ମୁହଁ ନେଇ ଉପନିର୍ବାଚନ ବୈତରଣୀ ପାରି ହେବ ସେନେଇ ମାନସମନ୍ଥନ କରୁଛି। ଆଶାୟୀ ସଂଖ୍ୟା ବଢୁଥିବାରୁ ପ୍ରାର୍ଥୀ ମନୋନୟନ ନେଇ ଅଡ଼ୁଆ ବଢୁଛି । ୨୦୧୯ରେ ଦଳୀୟ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପରାଜିତ ହେବା ପରେ ଧାମନଗର ଆସନକୁ ନେଇ ଦଳ ଚିନ୍ତାରେ ରହିଛି। ଅନୁକମ୍ପା ଭୋଟକୁ ପ୍ରତିହତ କରିବା ପାଇଁ ବିଜେଡି ଯୋଜନା ପ୍ରସ୍ତୁତ କରୁଛି। ଦଳୀୟ ନେତୃତ୍ୱ ଓ ଜିଲାର ୪ ବିଧାୟକଙ୍କ ମଧ୍ୟରେ ଘନ ଘନ ବୈଠକ ଚାଲିଥିବା ବେଳେ ଗୋଇନ୍ଦା ତଥ୍ୟକୁ ତର୍ଜମା କରାଯାଉଛି। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳ ପୁରୁଣା ମୁହଁ ଥିବା ବେଳେ ନୂଆ ମୁହଁ ଭାବେ ସଞ୍ଜୟ ଦାସ ଓ ଶରତ ଦାସ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ଧାମନଗର ରାଜନୀତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଅଧ୍ୟକ୍ଷାଙ୍କ ସ୍ବାମୀ ଅଶୋକ ନାୟକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଧାମନଗରରେ ବିଜେଡିର ବିଧାୟକ ନ ଥିଲେ ମଧ୍ୟ ସେ ପଞ୍ଚାୟତ ସମିତିର ମଙ୍ଗ ଧରି ଅଘୋଷିତ କ୍ଷମତାରେ ରହିଛନ୍ତି। ଅପରପକ୍ଷେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ ନେଇ ଅଙ୍କକଷା ଆରମ୍ଭ କରିଦେଇଛି। କଂଗ୍ରେସର ୩ ଜଣିଆ ବରିଷ୍ଠ ନେତୃମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଆସି ଧୂଷୁରି ବାହାରବିଲଠାରେ ଦଳୀୟ ସ୍ଥିତି ପରଖିଛନ୍ତି। ଉକ୍ତ ଟିମ୍‌ରେ ଆସିଥିବା ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେହୁରିଆ ପ୍ରମୁଖ ଧାମନଗର କଂଗ୍ରେସ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନଙ୍କ ସହ ଦଳର ପ୍ରାର୍ଥତ୍ତ୍ୱ ନେଇ ଆଲୋଚନା କରିଛନ୍ତି। ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ ସେଠୀ ଏବଂ ୨୦୧୯ରେ ଏମ୍‌ପି ପ୍ରାର୍ଥୀ ହୋଇଥିବା ତାଙ୍କ ଝିଅ ମଧୁମିତାଙ୍କ ସମେତ ୩ରୁ ୪ଜଣ ଆଶାୟୀଙ୍କୁ ନେଇ ଆଲୋଚନା ଚାଲିଛି। ତେବେ ଖୁବ୍‌ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜିଲା ସଭାପତି ସୁବ୍ରତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri