ଧାମନଗର:ଛିଡୁନି ଅଙ୍କକଷା

ଭଦ୍ରକ ଅଫିସ/ ଧାମନଗର,୯।୧୦ (ଡି.ଏନ.ଏ): ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଏହି ଆସନକୁ ନିଜ ଅକ୍ତିଆରକୁ ନେବାକୁ ପୂରା ଦମ ଲଗାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଚୟନ କରି ନ ଥିବା ବେଳେ ଭାଜପା ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ଦଳ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ହୋଇଥିବା କୁହାଯାଉଛି । ତେବେ ଏହି ଆସନରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବା ନେଇ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶ୍ଳେଷକଙ୍କ କହିବା କଥା, ବିଜେଡି ଏହି ଆସନକୁ ନିଜ ସପକ୍ଷରେ ନେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ। ଗତ ୫ଟି ବିଧାନସଭା ଉପନିର୍ବାଚନରେ ବିଜେଡି ସମସ୍ତ ସିଟ୍‌ ନିଜ କବ୍‌ଜାରେ ରଖିଥିବା ବେଳେ ଭାଜପା ହାତରେ ଥିବା ବାଲେଶ୍ୱର ସଦର ଭଳି ଧାମନଗର ସିଟ୍‌କୁ ଭାଜପାଠାରୁ ଛଡାଇ ନେବାକୁ ଯୋଜନା ପ୍ରସ୍ତୁତ କରିଛି। ବାଲେଶ୍ୱର ସଦର ଉପନିର୍ବାଚନରେ ଭାଜପା ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗ ପରେ ତାଙ୍କ ପୁତ୍ର ମାନସ ଦତ୍ତ ଅନୁକମ୍ପା ଭୋଟ ହାସଲ କରିବାରେ ବିଫଳ ହୋଇଥିଲେ। ଦଳୀୟ ଅବହେଳା ଯୋଗୁ ଭାଜପା ହାତରୁ ସେହି ସିଟ୍‌ ବିଜେଡି କରାୟତ୍ତ କରିଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ଭୁଲ ରଣନୀତି ଯୋଗୁ ୨୦୧୯ ସାଧାରଣ ନିର୍ବାଚନରେ ୨୩ଟି ସିଟ୍‌ରୁ ଭାଜପା ୨୨କୁ ଖସି ଯାଇଛି। ଏବେ ଭାଜପା ପାଇଁ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଧାମନଗର ପାଇଁ ସ୍ବର୍ଗତ ବିଷ୍ଣୁଙ୍କ ଅନୁକମ୍ପା ଭୋଟ ସୂର୍ଯ୍ୟବଂଶୀଙ୍କ ପାଇଁ ଏକମାତ୍ର ବିକଳ୍ପ। ସୂର୍ଯ୍ୟବଂଶୀ ଯଦି ଭାଜପା ପ୍ରାର୍ଥୀ ହୁଅନ୍ତି ତେବେ ଦଳ ତରଫରୁ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ ନା ବାଲେଶ୍ୱର ସଦର ଭଳି ପରିସ୍ଥିତି ଭୋଗିବାକୁ ପଡ଼ିବ ସେ ନେଇ ଚର୍ଚ୍ଚା ଚାଲିଛି।
ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାଜପା, ବିଜେଡି ଓ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ପ୍ରାର୍ଥୀ ଚୟନ ନେଇ ଅଙ୍କକଷା ଚାଲିଛି। ବିଭିନ୍ନ ଦଳ ପକ୍ଷରୁ ସ୍ଥାନୀୟ ନେତା ଓ କର୍ମୀଙ୍କୁ ନେଇ ଘନଘନ ବୈଠକ ଚାଲିଛି। ସ୍ବର୍ଗତ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭାଜପା ପ୍ରାର୍ଥୀ କରିବା ନିଶ୍ଚିତ ବୋଲି ଦଳୀୟ କର୍ମୀ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ଏଯାଏ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ। ଅପରପକ୍ଷେ ସୁରଜ ଦଶହରାଠାରୁ ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କୁ ଭେଟିବା ଆରମ୍ଭ କରି ଦେଇଛନ୍ତି। ସୁରଜଙ୍କ ପ୍ରତି ଧାମନଗର ଲୋକଙ୍କ ସମବେଦନା ମଧ୍ୟ ରହିଛି। ଅନ୍ୟପକ୍ଷେ ବିଜେଡି ଏହି ଆସନକୁ ଦଖଲ କରିବା ପାଇଁ ଗୋଟିଚାଳନା ଆରମ୍ଭ କରିଥିବା ବେଳେ ଏଯାଏ ଦଳୀୟ ପ୍ରାର୍ଥୀ କିଏ ହେବେ, ତାହା ଘୋଷଣା କରାଯାଇନାହିଁ। ବିଜେଡି ପୁରୁଣାଙ୍କୁ ପ୍ରାର୍ଥୀ କରିବ ନା ନୂଆ ମୁହଁ ନେଇ ଉପନିର୍ବାଚନ ବୈତରଣୀ ପାରି ହେବ ସେନେଇ ମାନସମନ୍ଥନ କରୁଛି। ଆଶାୟୀ ସଂଖ୍ୟା ବଢୁଥିବାରୁ ପ୍ରାର୍ଥୀ ମନୋନୟନ ନେଇ ଅଡ଼ୁଆ ବଢୁଛି । ୨୦୧୯ରେ ଦଳୀୟ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପରାଜିତ ହେବା ପରେ ଧାମନଗର ଆସନକୁ ନେଇ ଦଳ ଚିନ୍ତାରେ ରହିଛି। ଅନୁକମ୍ପା ଭୋଟକୁ ପ୍ରତିହତ କରିବା ପାଇଁ ବିଜେଡି ଯୋଜନା ପ୍ରସ୍ତୁତ କରୁଛି। ଦଳୀୟ ନେତୃତ୍ୱ ଓ ଜିଲାର ୪ ବିଧାୟକଙ୍କ ମଧ୍ୟରେ ଘନ ଘନ ବୈଠକ ଚାଲିଥିବା ବେଳେ ଗୋଇନ୍ଦା ତଥ୍ୟକୁ ତର୍ଜମା କରାଯାଉଛି। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳ ପୁରୁଣା ମୁହଁ ଥିବା ବେଳେ ନୂଆ ମୁହଁ ଭାବେ ସଞ୍ଜୟ ଦାସ ଓ ଶରତ ଦାସ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ଧାମନଗର ରାଜନୀତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଅଧ୍ୟକ୍ଷାଙ୍କ ସ୍ବାମୀ ଅଶୋକ ନାୟକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଧାମନଗରରେ ବିଜେଡିର ବିଧାୟକ ନ ଥିଲେ ମଧ୍ୟ ସେ ପଞ୍ଚାୟତ ସମିତିର ମଙ୍ଗ ଧରି ଅଘୋଷିତ କ୍ଷମତାରେ ରହିଛନ୍ତି। ଅପରପକ୍ଷେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ ନେଇ ଅଙ୍କକଷା ଆରମ୍ଭ କରିଦେଇଛି। କଂଗ୍ରେସର ୩ ଜଣିଆ ବରିଷ୍ଠ ନେତୃମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଆସି ଧୂଷୁରି ବାହାରବିଲଠାରେ ଦଳୀୟ ସ୍ଥିତି ପରଖିଛନ୍ତି। ଉକ୍ତ ଟିମ୍‌ରେ ଆସିଥିବା ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେହୁରିଆ ପ୍ରମୁଖ ଧାମନଗର କଂଗ୍ରେସ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନଙ୍କ ସହ ଦଳର ପ୍ରାର୍ଥତ୍ତ୍ୱ ନେଇ ଆଲୋଚନା କରିଛନ୍ତି। ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ ସେଠୀ ଏବଂ ୨୦୧୯ରେ ଏମ୍‌ପି ପ୍ରାର୍ଥୀ ହୋଇଥିବା ତାଙ୍କ ଝିଅ ମଧୁମିତାଙ୍କ ସମେତ ୩ରୁ ୪ଜଣ ଆଶାୟୀଙ୍କୁ ନେଇ ଆଲୋଚନା ଚାଲିଛି। ତେବେ ଖୁବ୍‌ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜିଲା ସଭାପତି ସୁବ୍ରତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri