୩ ମାସ ମିଳିନି କଳାକାର ଭତ୍ତା

ଭଞ୍ଜନଗର,୯।୧୦(ଡି.ଏନ.ଏ):ଗଞ୍ଜାମ ଜିଲାର ପ୍ରାୟ ୧୮ଶହ କଳାକାରଙ୍କୁ ୩ ମାସ ହେଲା କଳାକାର ଭତ୍ତା ମିଳିନାହିଁ। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ପାଉଥିବା ଏହି କଳାକାରମାନଙ୍କ ପରିବାର ଏବେ ଚିନ୍ତାରେ ଅଛନ୍ତି।
ଗତ ଜୁଲାଇରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ କଳାକାରମାନଙ୍କୁ ଲାଇଫ୍‌ ସାର୍ଟିଫିକେଟ ସମେତ ଅନ୍ୟାନ୍ୟ କିଛି ପ୍ରମାଣପତ୍ର ମଗାଯାଇଥିଲା। ପ୍ରମାଣପତ୍ର ସଂଗ୍ରହ ପ୍ରକ୍ରିୟା ସରିବା ପରେ ରାଜ୍ୟ ସରକାର ସିଧା କଳାକାରମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥାନ୍ତେ। ପ୍ରମାଣପତ୍ର ଶତପ୍ରତିଶତ ସଂଗ୍ରହ ହୋଇପାରୁନାହିଁ। ତେଣୁ ଭତ୍ତା ବଣ୍ଟନ ପ୍ରକ୍ରିୟା ବିଳମ୍ବ ହେଉଥିବା ଅନୁମାନ କରାଯାଉଛି। ଗଞ୍ଜାମ ଜିଲାରେ ୧୮ଶହ ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୭ଶହ ଲାଇଫ୍‌ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡ଼ିଛି। ୨୦୧୮ରେ ଜିଲାର ପ୍ରାୟ ୪ ହଜାର କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ଦେବାପାଇଁ ନିଷ୍ପତ୍ତିି ନିଆଯାଇଥିଲା। କିନ୍ତୁ ସେ ସମୟରେ ରାଜସ୍ବ ନିରୀକ୍ଷକମାନେ ଆନ୍ଦୋଳନ କରୁଥିବା ଯୋଗୁ ଅନେକ କଳାକାର ବାର୍ଷିକ ଆୟ ପ୍ରମାଣପତ୍ର ଯୋଗାଡ଼ କରିପାରି ନ ଥିଲେ। ତେଣୁ ପ୍ରାୟ୨୧ଶହ ଆବେଦନ ପଡ଼ିଥିଲା। ସେଥିମଧ୍ୟରୁ କେତେକ ଆବେଦନରେ ତ୍ରୁଟି ଓ ଅନ୍ୟାନ୍ୟ କାରଣ ଯୋଗୁ ନାକଚ ହୋଇଯାଇଥିଲା। ଶେଷରେ ୧୮ଶହରୁ ଉର୍ଦ୍ଧ୍ୱ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ବଳକା ୨୨ଶହ କଳାକାରଙ୍କୁ ନୂଆ ଭତ୍ତା ଦେବାପାଇଁ ଯୋଜନା ଚାଲିଛି। ଏ ନେଇ ଆବେଦନ ପ୍ରକ୍ରିୟା ମଧ୍ୟ ସରିଛି। ଜିଲାରେ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ କଳାକାର ଭତ୍ତା ପାଇଁ ଆବେଦନ କରିଛନ୍ତି। ଅନ୍ୟପଟେ ଜିଲାରେ ଦୁଃସ୍ଥ କଳାକାର ଭତ୍ତା ମଧ୍ୟ ଶତାଧିକ ଲୋକ ପାଉଛନ୍ତି। ସେମାନଙ୍କ ଭତ୍ତା ଟଙ୍କା ଇତିମଧ୍ୟରେ ଆସିଥିବା ଜଣାପଡ଼ିଛି। ଭଞ୍ଜନଗର ବ୍ଲକ ଲମ୍ଭେଇର ବରିଷ୍ଠ କଳାକାର ସୁବାସ ଚନ୍ଦ୍ର ବେହେରା କହିଛନ୍ତିି, ଭତ୍ତା ଆସି ନ ଥିବାରୁ ଚଳିବାରେ ଅସୁବିଧା ହେଉଛି। ସରକାର ତୁରନ୍ତ ଟଙ୍କା ପ୍ରଦାନ କଲେ ଭଲ ହୁଅନ୍ତା। ଏନେଇ ଜିଲା କଳାକାର ସଂଘ ଉପସଭାପତି ସନ୍ତୋଷ ପାଢ଼ୀ କହିଛନ୍ତି, ଆସନ୍ତା ସପ୍ତାହରେ ପୁରୁଣା ସମସ୍ତ ପ୍ରାୟ ୧୮ଶହ କଳାକାରଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଚାଲିଛି। ଚଳିତଥର ଜିଲା କାର୍ଯ୍ୟାଳୟ ପକ୍ଷରୁ ଭତ୍ତା ଦିଆଯିବ। ଏପଟେ ଅନେକ ସମୟରେ ଯୋଗ୍ୟ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ତେଣୁ ଭତ୍ତା ପାଇଁ ନୂଆ କଳାକାର ଚିହ୍ନଟ ସମୟରେ କଳାକାରଙ୍କ ବୟସକୁ ଦେଖି ଦକ୍ଷତା ମପାଯିବା ଯୋଜନା ଅଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଚୟନ ଶିବିର ହେବ ବୋଲି ପାଢ଼ୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?