Posted inଖେଳ

ଗିରଫ ହେଲେ ଜାର୍ଭୋ

ଲଣ୍ଡନ,୪।୯: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ବରାମ୍ବାର ଗ୍ରାଉଣ୍ଡରେ ପଶି ଖେଳରେ ବାଧକ ସାଜୁଥିବା ୟୁଟ୍ୟୁବର ଡାନିଏଲ ଜାର୍ଭିସଙ୍କୁ ଶୁକ୍ରାବର ଗିରଫ କରାଯାଇଛି। ଓଭାଲଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନର ପ୍ରଥମ ସେସନରେ ଜାର୍ଭୋ ପୁଣି ଥରେ ଗ୍ରାଉଣ୍ଡରେ ପ୍ରବେଶ କରି ଖେଳରେ ବାଧକ ସାଜିଥିଲେ। ଏହା ପରେ ତାଙ୍କୁ ସାଉଥ୍‌ ଲଣ୍ଡନ ପୋଲିସ ଗିରଫ କରିଛି।

‘ଜାର୍ଭୋ୬୯’ଙ୍କୁ ସାଉଥ୍‌ ଲଣ୍ଡନ ପୋଲିସ ଗିରଫ କରିଥିବା ବିସିସିଆଇ ସୂତରୁ ଜଣାପଡ଼ିଛି। ତେବେ ତାଙ୍କୁ ଗ୍ରାଉଣ୍ଡରେ ପ୍ରବେଶ କରିବା ପାଇଁ ନୁହେଁ ବରଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ୍ନି ବେଆରଷ୍ଟୋଙ୍କୁ ନିର୍ଯାତନା ଦେବା ପାଇଁ ଗିରଫ କରାଯାଇଛି। ଖେଳରେ ବାଧା ଦେବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସଙ୍ଗୀନ ଅପରାଧ ଭାବେ ଗଣେ ନାହିଁ।

‘ଜାର୍ଭୋ୬୯’ ଲେଖାଥିବା ଟିମ୍‌ ଇଣ୍ଡିଆ ଜର୍ସି ପିନ୍ଧି ୩ୟ ଥର ଲାଗି ଜାର୍ଭୋ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ଶୁକ୍ରବାର ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ। ଖେଳରେ ବାଧା ଦେବା ସହ ସେ ବେଆରଷ୍ଟୋଙ୍କୁ ଧକ୍କା ଦେଇଥିଲେ ଜାର୍ଭୋ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୩୨ ଅଲିମ୍ପିକ୍ସ ବିଡ୍‌ ଦାଖଲ କରିବ ଭାରତ

ବେଙ୍ଗାଲୁରୁ,୯ା୬: ୨୦୩୨ ଅଲିମ୍ପିକ୍ସ ପାଇଁ ଭାରତ ବିଡ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। କେବଳ ମୁମ୍ବାଇ ଓ ନୂଆଦିଲ୍ଲୀ ନୁହେଁ ବରଂ ବେଙ୍ଗାଲୁରୁ ମଧ୍ୟ ଏହି...

ରେସ୍‌ଲର ଭିନେଶ ଫୋଗତ୍‌ଙ୍କୁ କରୋନା

ନୂଆଦିଲ୍ଲୀ,୨୮ା୮ (ପି.ଟି.)-ଭାରତର ଟପ୍‌ ମହିଳା ରେସ୍‌ଲର ଭିନେଶ ଫୋଗତ କରୋନା ସଂକ୍ରମିତ ବୋଲି ସେ ଶୁକ୍ରବାର ପ୍ରକାଶ କରିଛନ୍ତି। ଏସିଆ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ...

ଡୋପ୍‌ ସାମ୍ପଲ ସଂଗ୍ରହ ଆରମ୍ଭ ହେବ

ନୂଆଦିଲ୍ଲୀ, ୧୯ା୫ (ପି.ଟି.)-କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ରେ କୋହଳ କରାଯାଇଛି। ଏଣିକି ଆଥଲେଟ୍‌ମାନେ ଷ୍ଟାଡିୟମ ଅବା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଟ୍ରେନିଂ ନେଇପାରିବେ। ସେମାନଙ୍କଠାରୁ ଡୋପ୍‌...

ଇଣ୍ଡିଆନ ସୁପର ଲିଗ୍‌: ଗୋଆକୁ ପ୍ଲେ ଅଫ୍‌ ଟିକେଟ, ହାଇଦ୍ରାବାଦ୍‌ ଆଉଟ୍‌

ମାର୍ଗାଓ,୧।୩: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସେସନରେ ଏଫ୍‌ସି ଗୋଆ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ଅନ୍ୟପଟେ ହାଇଦ୍ରାବାଦ୍‌ ଏଫ୍‌ସିକୁ ଟୁର୍ନାମେଣ୍ଟରୁ ବିଦାୟ ନେବାକୁ...

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଜାକିର, ଜିତେନ, ରାକେଶ, ରାଜାଙ୍କ ଦମ୍‌ଦାର ପ୍ରଦର୍ଶନ

ଭୁବନେଶ୍ୱର, ୮।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶନିବାର ତୃତୀୟ ଦିବସରେ ପହଞ୍ଚତ୍ଛି। ଶନିବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ...

ଜୁନରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି ଡିଭିଲିୟର୍ସ

ଜୋହାନ୍ସବର୍ଗ,୪ା୩- ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି। ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର...

ବୋସଫୋରସ୍‌ ବକ୍ସିଂ: ବିପର୍ଯ୍ୟୟ ଘଟାଇଲେ ଜରିନ୍‌

ନୂଆଦିଲ୍ଳୀ,୧୯।୩(ପି.ଟି.): ତୁର୍କୀର ଇସ୍ତାନବୁଲ୍‌ଠାରେ ଚାଲିଥିବା ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ବକ୍ସର ନିଖାତ ଜରିନ୍‌ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ମହିଳା ୫୧ କେ.ଜି....

ଓଡ଼ିଶାରୁ ବୀରେନ୍ଦ୍ର, ଅମିତ ସାମିଲ

ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି): ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି।...

Advertisement


Archives

Model This Week