ଛତ୍ରପୁର, ୧୫ା୧୦ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ବୁଧବାର ସନ୍ଧ୍ୟାରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନାଉଳି ଗାଁର ଲକ୍ଷ୍ମୀଧର ଗୌଡ଼ (୪୫) ଓ ଉତ୍ତର ପ୍ରଦେଶ କାନପୁରର ବିନୋଦ କୁମାର (୪୦)। ଉଭୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ବୁଧବାର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଛତ୍ରପୁର ଟ୍ରେଜେରି ଅଫିସରେ କାର୍ଯ୍ୟ କରୁଥିବା ବ୍ରହ୍ମପୁରର ରୋଜାଲିନ ରାଣୀ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।
ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି। ସ୍ଥାନୀୟ ଲୋକେ ଗୁରୁବାର ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ଓଭରବ୍ରିଜ୍ ନିର୍ମାଣ ଲାଗି ବିଧାୟକ ଓ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି।

