ଜୀବଜନ୍ତୁଙ୍କ ସେବାରେ ଶାନ୍ତିଲତା

ଖୋର୍ଦ୍ଧା ଅଫିସ,୨୮ା୫: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରହିଛି। ଖୋର୍ଦ୍ଧା ସହର ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ରହୁଛି। ପୂର୍ବାହ୍ନ ୧୦ଟା ପରେ ଘରୁ ବାହାରି ହେଉନି। ଲୋକଙ୍କ ପାଇଁ ପୌର ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ତେବେ ପୌର ପ୍ରଶାସନ ପକ୍ଷରୁ ଯଦିଓ କିଛି ସ୍ଥାନରେ ଜୀବଜନ୍ତୁଙ୍କ ଲାଗି ସିମେଣ୍ଟ ପାଣିକୁଣ୍ଡ କରାଯାଇଛି, ତେବେ ତାହା ସମୁଦ୍ରକୁ ଶଙ୍ଖେ ଭଳି। ଥରେ ପାଣି ଭର୍ତ୍ତି କରିବା ପରେ ପ୍ରଶାସନର ଦାୟିତ୍ୱ ସରିଲା। ଗୋରୁଗାଈ, କୁକୁର ପାଣି ପାଇଁ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି। ଏଭଳି ସମୟରେ ଏମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଶାନ୍ତିଲତା ବେହେରା। ନିଜର ବୋଲି କେହି ନାହାନ୍ତି। ଖୋର୍ଦ୍ଧାର ରାସ୍ତାକଡ଼, ସରକାରୀ କାର୍ଯ୍ୟାଳୟ ବାରଣ୍ଡା ହେଉଛି ତାଙ୍କ ଘର। ଦୀର୍ଘ ୩୦ ବର୍ଷ ହେବ ଜୀବଜନ୍ତୁଙ୍କ ସେବା କରୁଛନ୍ତି। ଶାନ୍ତିଲତା କେତେବେଳେ ପରିବା ତ ଆଉ କେତେବେଳେ ମାଛ ବିକ୍ରିକରି ରୋଜଗାର କରୁଛନ୍ତି। ରୋଜଗାର ଟଙ୍କା ନିଜ ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ଜୀବଜନ୍ତୁଙ୍କ ପିଛା ଖର୍ଚ୍ଚ କରନ୍ତି। ଦୈନିକ ୩ରୁ ୪ଶହ ଟଙ୍କା ଖର୍ଚ୍ଚ କରୁଥିବା ସେ କହିଛନ୍ତି। ଗୋରୁଗାଈଙ୍କ ପାଇଁ ଦୋକାନ ଦୋକାନ ବୁଲି ପନିପରିବା ସଂଗ୍ରହ କରିଥାନ୍ତି। କୁକୁରଙ୍କ ପାଇଁ ପାଉଁରୁଟି, ବିସ୍କୁଟ, ଛଣା ଖାଦ୍ୟ ଯେଉଁଠୁ ପାଇଲେ, ସେମାନଙ୍କୁ ବୁଲି ଦେଉଛନ୍ତି। ଖରାକୁ ଖାତିର ନ କରି ବୁଲି ବୁଲି କୁକୁରଙ୍କୁ ପାଣି ଆଣି ପିଇବା ପାଇଁ ଦେଇଥାନ୍ତି। ବିଭିନ୍ନ ଛକରେ ତାଙ୍କର ଏଭଳି ନୀରବଛିନ୍ନ ସେବା ଜାରି ରହିଥାଏ। ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ତାଙ୍କର ଏଭଳି ସେବା ଦେଖି ପ୍ରଶଂସା କରିଥାନ୍ତି। ଅନେକ ଯୁବକ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇଥାନ୍ତି। କିଏ ୨୦ ଟଙ୍କା ତ ଆଉ କିଏ ୩୦ ଟଙ୍କା, ଜଳଖିଆ ପୁଡିଆ ଆଣି ଦେଇଥାନ୍ତି। ତେବେ ସେ ଏହାକୁ ସେବା ସମର୍ପଣ ଭାବେ ଗ୍ରହଣ କରି ଜୀବଜନ୍ତୁଙ୍କ ପିଛା ଖର୍ଚ୍ଚ କରନ୍ତି। ରାସ୍ତାକଡ଼ ପଲିଥିନ, ପ୍ଲାଷ୍ଟିକ୍‌, ମାଟିପତ୍ର ସଂଗ୍ରହ କରି ସେଥିରେ ପାଣି ଭର୍ତ୍ତିକରି କୁକୁରଙ୍କୁ ପିଇବା ପାଇଁ ଦେଇଥାନ୍ତି। କୁକୁରଗୁଡ଼ିକ ମଧ୍ୟ ଯେପରି ତାଙ୍କ ଆସିବା ବାଟକୁ ଅପେକ୍ଷା କରିଥାନ୍ତି। ଏପରିକି ସେ କୁକୁରମାନଙ୍କୁ ଗାଧୋଇ ଦେଇଥାନ୍ତି। ସେ କୁକୁର, ଗୋରୁଗାଈଙ୍କ ନାମକରଣ କରିଛନ୍ତି। ନଁା ଧରି ଡାକିଲେ ସେମାନେ ତାଙ୍କ ନିକଟକୁ ଆସୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri