ଜୀବଜନ୍ତୁଙ୍କ ସେବାରେ ଶାନ୍ତିଲତା

ଖୋର୍ଦ୍ଧା ଅଫିସ,୨୮ା୫: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରହିଛି। ଖୋର୍ଦ୍ଧା ସହର ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ରହୁଛି। ପୂର୍ବାହ୍ନ ୧୦ଟା ପରେ ଘରୁ ବାହାରି ହେଉନି। ଲୋକଙ୍କ ପାଇଁ ପୌର ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ତେବେ ପୌର ପ୍ରଶାସନ ପକ୍ଷରୁ ଯଦିଓ କିଛି ସ୍ଥାନରେ ଜୀବଜନ୍ତୁଙ୍କ ଲାଗି ସିମେଣ୍ଟ ପାଣିକୁଣ୍ଡ କରାଯାଇଛି, ତେବେ ତାହା ସମୁଦ୍ରକୁ ଶଙ୍ଖେ ଭଳି। ଥରେ ପାଣି ଭର୍ତ୍ତି କରିବା ପରେ ପ୍ରଶାସନର ଦାୟିତ୍ୱ ସରିଲା। ଗୋରୁଗାଈ, କୁକୁର ପାଣି ପାଇଁ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି। ଏଭଳି ସମୟରେ ଏମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଶାନ୍ତିଲତା ବେହେରା। ନିଜର ବୋଲି କେହି ନାହାନ୍ତି। ଖୋର୍ଦ୍ଧାର ରାସ୍ତାକଡ଼, ସରକାରୀ କାର୍ଯ୍ୟାଳୟ ବାରଣ୍ଡା ହେଉଛି ତାଙ୍କ ଘର। ଦୀର୍ଘ ୩୦ ବର୍ଷ ହେବ ଜୀବଜନ୍ତୁଙ୍କ ସେବା କରୁଛନ୍ତି। ଶାନ୍ତିଲତା କେତେବେଳେ ପରିବା ତ ଆଉ କେତେବେଳେ ମାଛ ବିକ୍ରିକରି ରୋଜଗାର କରୁଛନ୍ତି। ରୋଜଗାର ଟଙ୍କା ନିଜ ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ଜୀବଜନ୍ତୁଙ୍କ ପିଛା ଖର୍ଚ୍ଚ କରନ୍ତି। ଦୈନିକ ୩ରୁ ୪ଶହ ଟଙ୍କା ଖର୍ଚ୍ଚ କରୁଥିବା ସେ କହିଛନ୍ତି। ଗୋରୁଗାଈଙ୍କ ପାଇଁ ଦୋକାନ ଦୋକାନ ବୁଲି ପନିପରିବା ସଂଗ୍ରହ କରିଥାନ୍ତି। କୁକୁରଙ୍କ ପାଇଁ ପାଉଁରୁଟି, ବିସ୍କୁଟ, ଛଣା ଖାଦ୍ୟ ଯେଉଁଠୁ ପାଇଲେ, ସେମାନଙ୍କୁ ବୁଲି ଦେଉଛନ୍ତି। ଖରାକୁ ଖାତିର ନ କରି ବୁଲି ବୁଲି କୁକୁରଙ୍କୁ ପାଣି ଆଣି ପିଇବା ପାଇଁ ଦେଇଥାନ୍ତି। ବିଭିନ୍ନ ଛକରେ ତାଙ୍କର ଏଭଳି ନୀରବଛିନ୍ନ ସେବା ଜାରି ରହିଥାଏ। ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ତାଙ୍କର ଏଭଳି ସେବା ଦେଖି ପ୍ରଶଂସା କରିଥାନ୍ତି। ଅନେକ ଯୁବକ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇଥାନ୍ତି। କିଏ ୨୦ ଟଙ୍କା ତ ଆଉ କିଏ ୩୦ ଟଙ୍କା, ଜଳଖିଆ ପୁଡିଆ ଆଣି ଦେଇଥାନ୍ତି। ତେବେ ସେ ଏହାକୁ ସେବା ସମର୍ପଣ ଭାବେ ଗ୍ରହଣ କରି ଜୀବଜନ୍ତୁଙ୍କ ପିଛା ଖର୍ଚ୍ଚ କରନ୍ତି। ରାସ୍ତାକଡ଼ ପଲିଥିନ, ପ୍ଲାଷ୍ଟିକ୍‌, ମାଟିପତ୍ର ସଂଗ୍ରହ କରି ସେଥିରେ ପାଣି ଭର୍ତ୍ତିକରି କୁକୁରଙ୍କୁ ପିଇବା ପାଇଁ ଦେଇଥାନ୍ତି। କୁକୁରଗୁଡ଼ିକ ମଧ୍ୟ ଯେପରି ତାଙ୍କ ଆସିବା ବାଟକୁ ଅପେକ୍ଷା କରିଥାନ୍ତି। ଏପରିକି ସେ କୁକୁରମାନଙ୍କୁ ଗାଧୋଇ ଦେଇଥାନ୍ତି। ସେ କୁକୁର, ଗୋରୁଗାଈଙ୍କ ନାମକରଣ କରିଛନ୍ତି। ନଁା ଧରି ଡାକିଲେ ସେମାନେ ତାଙ୍କ ନିକଟକୁ ଆସୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri