Posted inଖେଳ

ଟୋକିଓ ଅଲିମ୍ପିକ୍ସରୁ ଓହରିଲେ ସେରେନା

ଲଣ୍ଡନ,୨୮।୬: ଆମେରିକୀୟ ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ ଆସନ୍ତାମାସରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ଓହରିଯାଇଛନ୍ତି। ଅଲିମ୍ପିକ୍ସ ଅଂଶଗ୍ରହଣ କରିବେ ନାହିଁ ବୋଲି ସେ ରବିବାର କହିଛନ୍ତି। ପୂର୍ବରୁ ସ୍ପେନ୍‌ ତାରକା ରାଫାଲ ନାଡାଲ ମଧ୍ୟ ଅଲିମ୍ପିକ୍ସରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ଓ୍ବିମ୍ବେଲଡନରେ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ୩୯ ବର୍ଷୀୟ ସେରେନା ଏ ନେଇ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ସେରେନା କିନ୍ତୁ ଅଲିମ୍ପିକ୍ସରେ ବେଶ୍‌ ସଫଳତା ହାସଲ କରିଛନ୍ତି। ସେ ଓ ତାଙ୍କ ବଡ଼ ଭଉଣୀ ଭେନସ ସିଙ୍ଗଲ୍ସରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ଡବଲ୍ସରେ ୩ଟି ଲେଖାଏ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥର ଓ୍ବିମ୍ବେଲଡନରେ ସେ ସଫଳ ହେଲେ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ଅଷ୍ଟ୍ରେଲିଆର ମାର୍ଗରେଟ କୋର୍ଟଙ୍କ ବିଶ୍ୱ ରେକର୍ଡର ସମକକ୍ଷ ହେବେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୩୨ ବର୍ଷ ରେକର୍ଡ ପୁନରାବୃତ୍ତି କଲେ କୋହଲି

ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍‌ ଟେଷ୍ଟ ସିରିଜ ଦ୍ୱିତୀୟ ମ୍ୟାଚ୍‌ରେ ଅନେକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ମୁମ୍ବାଇ ଟେଷ୍ଟରେ...

ଭାରତର ବୃହତ୍‌ ବିଜୟ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୬ା୮:ଅଜିଙ୍କ୍ୟ ରାହାନେଙ୍କ ଶତକ ପରେ ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ...

ସୌରଭ ସେମିଫାଇନାଲରେ

ହୋ ଚି ମିନ୍‌ ସିଟି, ୧୩ା୯ (ପି.ଟି.)-ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସୌରଭ ବର୍ମା ଭିଏତ୍‌ନାମ ଓପନ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ...

୬ ଦିନ କ୍ୱାରାଣ୍ଟାଇନରେ ରହିବେ ଅଷ୍ଟ୍ରେଲିଆ ଖେଳାଳି

ଦୁବାଇ, ୧୩।୯: ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ବୋଲିଂ ପରାମର୍ଶଦାତା ଏରିକ୍‌ ସିମନ୍ସଙ୍କ କହିବା ଅନୁଯାୟୀ, ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ଓ୍ବାର୍ନରଙ୍କ ପରି ଅଷ୍ଟ୍ରେଲିଆ ଖେଳାଳି...

ଚେନ୍ନାଇ ଟେଷ୍ଟରେ ପରାଜୟ: ବୋଲର୍‌ଙ୍କୁ ସବୁ ଦୋଷ ଦେଇ ଏଭଳି କହିଲେ କୋହଲି

ଚେନ୍ନାଇ,୯।୨: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ହାସଲ କରିଛି ଭାରତୀୟ ଟିମ୍‌। ଦୀର୍ଘ ୨୨ ବର୍ଷ ପରେ ଚେନ୍ନାଇରେ ଦଳ ଟେଷ୍ଟ...

ସ୍ବାମୀଙ୍କ ଅପେକ୍ଷା ଏହି ଜିନିଷକୁ ବେଶି ଭଲପାଆନ୍ତି ସାକ୍ଷୀ ଧୋନୀ

ଯେବେଠାରୁ ସୋସିଆଲ ମିଡିଆର କ୍ରେଜ୍‌ ବଢ଼ିଛି ସେବେଠାରୁ ସେଲିବ୍ରିଟିଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ବିଷୟରେ ଜଣାପଡ଼ିଯାଉଛି। ପୂର୍ବରୁ କେବଳ ଟିଭି, ଖବରକାଗଜ ଏବଂ...

ମଡେଲିଂ ଜଗତରେ ପାଦ ଥାପିଲେ ସଚିନଙ୍କ ଝିଅ

କ୍ରିକେଟର୍‌ ଭଗବାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ନିଜ ଫ୍ୟାଶନ ସେନ୍ସ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ଥା’ନ୍ତି। ସେ ନିଜ ଷ୍ଟାଇଲିସ ଲୁକ ପାଇଁ ଜଣାଣୁଣା।...

ଭାଙ୍ଗିଲା ଓପନିଂ ଯୋଡ଼ି

ଓଭାଲ,୪।୯: ଡିଫେନ୍ସିଭ ଟେକନିକ୍‌ ଦେଖାଉଥିବା ଭାରତୀୟ ଓପନର ଲୋକେଶ ରାହୁଲ (୪୦) ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଛନ୍ତି। ୧୦୦ରୁ ଅଧିକ ବଲ ଖେଳି ସେଟ୍‌ ହୋଇସାରିଥିବା...

Advertisement
Archives

Model This Week